ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି କି, ଆପଣ ଯେଉଁ ରୁମରେ ବିଶ୍ରାମ ନେଉଛନ୍ତି, ସେଠାରେ କୌଣସି ଲୁକ୍କାୟିତ କ୍ୟାମେରା (Hidden Camera) ଥାଇପାରେ? ଆଜିକାଲି ହିଡନ୍ କ୍ୟାମେରାଗୁଡ଼ିକ ଏତେ କ୍ଷୁଦ୍ର ହୋଇଗଲାଣି ଯେ, ଏଗୁଡ଼ିକୁ ସହଜରେ ଘଣ୍ଟା, ଲାଇଟ୍ ବଲ୍‌ବ୍, ସ୍ମୋକ୍ ଡିଟେକ୍ଟର (ଧୂଆଁ ଚିହ୍ନଟକାରୀ ଯନ୍ତ୍ର), ଚାର୍ଜର ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଲୁଚାଇ ରଖାଯାଇପାରୁଛି। ଯାହାଫଳରେ ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇପାରେ।

ତେବେ ଭଲ କଥାଟି ହେଉଛି, ହିଡନ୍ କ୍ୟାମେରା ଖୋଜିବା ପାଇଁ ଆପଣଙ୍କୁ କୌଣସି ମହଙ୍ଗା ଗ୍ୟାଜେଟ୍ କିଣିବାର ଆବଶ୍ୟକତା ନାହିଁ। ଆପଣଙ୍କ ସ୍ମାର୍ଟଫୋନ୍ ହିଁ ଏହି କାମରେ ଆପଣଙ୍କୁ ବେଶ୍ ସାହାଯ୍ୟ କରିପାରିବ। କେବଳ କିଛି ସହଜ ଉପାୟ ଜାଣିବା ଜରୁରୀ। ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍ ଜରିଆରେ ହୋଟେଲ ରୁମର କ୍ୟାମେରା କିପରି ଚେକ୍ କରିବେ:

୧. ପ୍ରଥମେ ରୁମର ଲାଇଟ୍ ବନ୍ଦ କରନ୍ତୁ: ଲୁକ୍କାୟିତ କ୍ୟାମେରା ଚିହ୍ନିବାର ଏକ ସହଜ ଉପାୟ ହେଲା ରୁମର ଲାଇଟ୍ ବନ୍ଦ କରିବା। ଏହାପାଇଁ ପ୍ରଥମେ ରୁମର ସମସ୍ତ ଲାଇଟ୍ ଏବଂ ପରଦା ବନ୍ଦ କରିଦିଅନ୍ତୁ, ଯେପରି ରୁମଟି ଅଳ୍ପ ଅନ୍ଧାର ହୋଇଯିବ। ବର୍ତ୍ତମାନ ଆପଣଙ୍କ ସ୍ମାର୍ଟଫୋନ୍ କ୍ୟାମେରା ଅନ୍ କରି ରୁମରେ ଥିବା ସେହି ସ୍ଥାନଗୁଡ଼ିକୁ ଭଲଭାବେ ଦେଖନ୍ତୁ, ଯେଉଁଠାରେ କ୍ୟାମେରା ଲୁଚାଯାଇପାରିବ। ବିଶେଷକରି ଘଡ଼ି, ଟିଭି, ବଲ୍ବ, ସମୋକ୍ ଡିଟେକ୍ଟର, ଏୟାର କଣ୍ଡିସନର ଏବଂ ସଜ୍ଜା ସାମଗ୍ରୀ ଉପରେ ନଜର ରଖନ୍ତୁ। ଯଦି କୌଣସି ସ୍ଥାନରେ ଏକ ଛୋଟ ଚମକ୍ରୁତ ଲାଇଟ୍ ବା ଲେନ୍ସ ଭଳି ଜିନିଷ ଦୃଶ୍ୟମାନ ହୁଏ, ତେବେ ତାହାକୁ ଭଲଭାବେ ଯାଞ୍ଚ କରନ୍ତୁ।

୨. ସ୍ମାର୍ଟଫୋନ୍ କ୍ୟାମେରା ଦ୍ବାରା ଇନଫ୍ରାଡ୍ ଲାଇଟ୍ ଯାଞ୍ଚ କରନ୍ତୁ କିଛି ହିଡନ୍ କ୍ୟାମେରାରେ ରାତିରେ ଭିଡିଓ ରେକର୍ଡିଂ ପାଇଁ ଇନଫ୍ରାଡ୍ (IR) ଲାଇଟ୍ ବ୍ୟବହାର କରାଯାଇଥାଏ। ଏହି ଲାଇଟ୍ ସାଧାରଣ ଆଖିକୁ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ କିଛି ସ୍ମାର୍ଟଫୋନ୍ କ୍ୟାମେରା ଏହାକୁ ଧରିପାରେ। ଏହାକୁ ଯାଞ୍ଚ କରିବା ପାଇଁ ରୁମର ଲାଇଟ୍ ବନ୍ଦ କରି ଫୋନ୍ କ୍ୟାମେରା ଅନ୍ କରନ୍ତୁ। ଏବେ ରୁମରେ ଥିବା ସନ୍ଦିଗ୍ଧ ସ୍ଥାନଗୁଡ଼ିକ ଆଡ଼କୁ କ୍ୟାମେରା ରଖି ଦେଖନ୍ତୁ। ଯଦି ସ୍କ୍ରିନରେ କୌଣସି ଛୋଟ ବାଇଗଣୀ, ଧଳା କିମ୍ବା ଗୋଲାପୀ ରଙ୍ଗର ଚମକ ଦେଖାଯାଏ, ତେବେ ସେଠାରେ ଯାଞ୍ଚ କରିବା ଜରୁରୀ।

(ଟିପ୍ସ: ପ୍ରଥମେ ଏକ ଟିଭି ରିମୋଟ୍ କ୍ୟାମେରା ସାମନାକୁ ଆଣି ବଟନ୍ ଟିପି ପରୀକ୍ଷା କରିପାରିବେ ଯେ ଆପଣଙ୍କ ଫୋନ୍ ଇନଫ୍ରାଡ୍ ଲାଇଟ୍ ଚିହ୍ନିପାରୁଛି କି ନାହିଁ।)

୩. ମୋବାଇଲ୍ ଫ୍ଲାସଲାଇଟ୍ ସାହାଯ୍ୟରେ କ୍ୟାମେରା ଲେନ୍ସ ଖୋଜନ୍ତୁ: ଏହି ଉପାୟଟି ମଧ୍ୟ ବେଶ୍ ସହଜ ଏବଂ ଏଥିପାଇଁ କୌଣସି ସ୍ୱତନ୍ତ୍ର ଆପ୍ଲିକେସନ୍ର ଆବଶ୍ୟକତା ପଡ଼େ ନାହିଁ। ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନ୍ର ଫ୍ଲାସଲାଇଟ୍ (Flashlight) ଅନ୍ କରନ୍ତୁ। ଏବେ ରୁମ୍ ସେହି ଜିନିଷଗୁଡ଼ିକ ଉପରେ ଆଲୋକ ପକାନ୍ତୁ, ଯେଉଁଠାରେ କ୍ୟାମେରା ଲୁକ୍କାୟିତ ହୋଇଥିବା ସନ୍ଦେହ ରହିଛି। କ୍ୟାମେରାର ଛୋଟ ଲେନ୍ସ ଆଲୋକ ପଡ଼ିବା ମାତ୍ରେ କାଚ ଭଳି ଚମକିପାରେ। ଯଦି କୌଣସି ସ୍ଥାନରେ ଅସ୍ୱାଭାବିକ ଚମକ ଦେଖାଯାଏ, ତେବେ ପାଖକୁ ଯାଇ ଏହାକୁ ଯାଞ୍ଚ କରନ୍ତୁ।

୪. Wi-Fi ମାଧ୍ୟମରେ ମଧ୍ୟ ମିଳିପାରେ ସୂଚନା: ହୋଟେଲ ରୁମରେ ଲୁଚି ରହିଥିବା କ୍ୟାମେରା ବିଷୟରେ ଜାଣିବା ପାଇଁ Wi-Fi ନେଟୱାର୍କ ମଧ୍ୟ ସହାୟକ ହୋଇପାରେ। ଅନେକ ୱାଚ୍‌ଲେସ୍ କ୍ୟାମେରା ଇଣ୍ଟରନେଟ୍ କିମ୍ବା ଲୋକାଲ୍ ନେଟୱାର୍କ ସହିତ ସଂଯୁକ୍ତ ଥାଆନ୍ତି। ଏଭଳି ପରିସ୍ଥିତିରେ ଆପଣ ନିଜ ସ୍ମାର୍ଟଫୋନ୍ Wi-Fi ସେଟିଂସକୁ ଯାଇ ଆଖପାଖରେ ଉପଲବ୍ଧ ନେଟୱାର୍କଗୁଡ଼ିକୁ ଦେଖିପାରିବେ। ଯଦି କୌଣସି ଅଜଣା ନେଟୱାର୍କ ଦେଖାଯାଏ, ତେବେ ଏହାର ନାମ ଉପରେ ଧ୍ୟାନ ଦିଅନ୍ତୁ। କିଛି ନେଟୱାର୍କର ନାମରେ ‘Camera’ କିମ୍ବା ‘CCTV’ ଭଳି ଶବ୍ଦ ଥାଇପାରେ।

୫. ଆପ୍‌ର ମଧ୍ୟ ନିଆଯାଇପାରିବ ସହାୟତା: ଆଜିକାଲି ସ୍ମାର୍ଟଫୋନରେ ଏଭଳି ଅନେକ ଆପ୍ ଉପଲବ୍ଧ ଅଛି, ଯାହା ହିଡନ୍ କ୍ୟାମେରା ଖୋଜିବାରେ ସାହାଯ୍ୟ କରୁଥିବା ଦାବି କରିଥାଏ। କିନ୍ତୁ ଏହି ଆପ୍ଗୁଡ଼ିକୁ ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ, କାରଣ ଏଗୁଡ଼ିକ ସବୁ ପ୍ରକାର ହିଡନ୍ କ୍ୟାମେରା ଧରିପାରିବେ ନାହିଁ।

ଯଦି ରୁମରେ ହିଡନ୍ କ୍ୟାମେରା ମିଳିଯାଏ, ତେବେ କ’ଣ କରିବେ?

  • ଯଦି ଆପଣଙ୍କୁ ରୁମରେ କୌଣସି ସନ୍ଦିଗ୍ଧ କ୍ୟାମେରା କିମ୍ବା ରେକର୍ଡିଂ ଡିଭାଇସ୍ ନଜର ଆସେ, ତେବେ ପ୍ରଥମେ ଭୟଭୀତ ହୁଅନ୍ତୁ ନାହିଁ।

  • ପ୍ରମାଣ ପାଇଁ ଏହାର ଫଟୋ ଏବଂ ଭିଡିଓ ସଂଗ୍ରହ କରି ରଖନ୍ତୁ।

  • ଏହାପରେ ହୋଟେଲ୍ ମ୍ୟାନେଜମେଣ୍ଟକୁ ଏହି ବିଷୟରେ ଅବଗତ କରାନ୍ତୁ ଏବଂ ରୁମ୍ ବଦଳାଇବା କିମ୍ବା ହୋଟେଲ୍ ଛାଡ଼ିବା ପାଇଁ ଦାବି କରନ୍ତୁ।

  • ଯଦି ଆପଣଙ୍କର ଆଶ୍ୱାସନା ରହିଥାଏ ଯେ ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପ ରେକର୍ଡ କରାଯାଉଛି, ତେବେ ପୋଲିସରେ ଅଭିଯୋଗ କରନ୍ତୁ। ଭାରତରେ ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବରରେ ଯୋଗାଯୋଗ କରିପାରିବେ।

  • ସନ୍ଦିଗ୍ଧ ଡିଭାଇସକୁ ନିଜେ ବାହାର କରିବା, ଭାଙ୍ଗିବା କିମ୍ବା ହେରଫେର କରିବା ପାଇଁ ଚେଷ୍ଟା କରିବାରୁ ଦୂରେଇ ରୁହନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଦିଗପହଣ୍ଡିରେ ୧୧୬୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ: ଶୁଭାରମ୍ଭ କଲେ ବିଧାୟକ ଡ. ସିଦ୍ଧାନ୍ତ

ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ…

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୫ ମୃତ, ୧୩ ଆହତ; ବିଏଲ୍ଏ ନେଲା ଦାୟିତ୍ବ

ବେଲୁଚିସ୍ତାନ,୧୩।୧୧: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଏକ ସୁରକ୍ଷା ଚୌକି ଉପରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ…

ଗିଡିପାବାଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ: ଆରଡିସିଙ୍କ ଗସ୍ତ ପରେ ଜିଲାପାଳଙ୍କ ପଦକ୍ଷେପ

ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ…

ହରମନପ୍ରୀତ୍‌ଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପୁର, ୧୩ା୧୧: ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଏକ ମହମ ପ୍ରତିମୂର୍ତ୍ତିକୁ ଶୁକ୍ରବାର ଉନ୍ମୋଚିତ କରାଯାଇଛି। ଏହା ତାଙ୍କ ପାଇଁ ଏକ ଗୌରବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?