ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ! ସବୁ ଦୋକାନରେ ମିଳୁଛି ମଦ, ଏନଫୋର୍ସମେଣ୍ଟ ସ୍କ୍ବାଡ୍…

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି । ସହରର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ ଦୋକାନ ଏବଂ ରାସନ ଦୋକାନମାନଙ୍କରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି । ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ବେଆଇନ ମଦ ଦୋକାନ ଖୋଲାଯାଇ ଦୈନିକ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ଓ ବିଦେଶୀ ମଦ କାରବାର ହେଉଛି।  ନକଲି ବିଦେଶୀ ମଦ ଏବଂ ଚୋରା ଦେଶୀମଦ ପାଉଚର କାରବାର ବେଧଡକ ଚାଲିଥିବା ବେଳେ ଏହାକୁ ରୋକିବାରେ ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଜନ ଅସନ୍ତୋଷର କାରଣ ପାଲଟିଛି ।

ସ୍ଥାନୀୟ ପୁଞ୍ଜିକଂୟା ଛକ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଇଲାକାରେ ଖୁଲମ୍ ଖୁଲା ମଦ ବିକ୍ରି ହେଉଥିବାରୁ ଗରିବ ନିରୀହ ଲୋକଙ୍କ ସମେତ ଅନେକ କ୍ଷେତ୍ରରେ କୋମଳମତି ଛାତ୍ର ମଦ ପିଇ  ପଥଭ୍ରଷ୍ଟ  ହେଉଛନ୍ତି। ମଦ, ବ୍ରାଉନ ସୁଗାର, ଗଞ୍ଜେଇ ଭଳି ବିଭିନ୍ନ ମାଦକ ଦ୍ରବ୍ୟର ଅବାଧ କାରବାର ଅବ୍ୟାହତ ଥିବା ବେଳେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏହାର ପେଣ୍ଠ ସ୍ଥଳି ପାଳଟିଛି । ଜନଗହଳି ପୂର୍ଣ୍ଣ ରାସ୍ତାକଡ ରେ ବେଧଡକ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ବସ ଯୋଗେ ସହରକୁ ଆସୁଥିବା ଯାତ୍ରୀମାନେ ବିଶେଷ କରି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଜପତି ଜିଲାର ଦୁର୍ଗମ ଅଞ୍ଚଳ ମାନଙ୍କରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ବେଳେ ସେଠାରୁ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ  ଆଣି ଏଠାରେ ଅବାଧ କାରବାର ଚାଲିଛି । ଦିଗପହଣ୍ଡି ଏବେ କିଛିଦିନ ହେଲା ଚୋରା ରନ୍ଧା ମଦ, ନକଲି ବିଦେଶୀ ମଦ, ବ୍ରାଉନ ସୁଗାର ଏବଂ ଗଞ୍ଜେଇ କାରବାରର ଟ୍ରାଞ୍ଜିଟ ପଏଣ୍ଟ ପାଲଟିଛି । ବଢ଼ିଚାଲିଥିବା ଥିବା ଆଇନ ଶୃଙ୍ଖଳା ବିଶେଷ କରି ସହରରେ ମହିଳାମାନଙ୍କ ସୁରକ୍ଷା ଏବଂ ସମ୍ମାନକୁ ଲକ୍ଷ୍ୟ ରଖି ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ସହରର  ମୁଖ୍ୟରାସ୍ତାକଡ଼ରେ ଅବୈଧ ଭାବେ ବିକ୍ରୟ କରା ଯାଉଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏନଏସି ଅଧିନ ନୂତନ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଏବଂ ପୁଞ୍ଜିକୟାଁ ଛକର ୫ ଶହ ମିଟର ଅବଧି ମଧ୍ୟରେ କୌଣସି ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରୟ କରାଯାଇପାରିବ ନାହିଁ ବୋଲି ଗତ ସୋମବାର କାର୍ଯ୍ୟାଳୟ ଚିଠି ସଂଖ୍ୟା -୧୮୨୦ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରି ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏନଫୋର୍ସମେଣ୍ଟ ସ୍କୁଆର୍ଡ ଓ ଥାନା ଆଇଆଇସି କିଶୋର କୁମାର ସାମଲ, ଏଏସଆଇ ଦିଲ୍ଲୀପ ଗୋରଡ଼ାଙ୍କ ନେତୃତ୍ୱରେ ପୋଲିସ ଟିମ୍ ମିଳିତ ଭାବେ  ସହରର ବିଭିନ୍ନ ସ୍ଥାନ ରେ ଅଚାନକ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ପାଉଚ୍ ଜବତ କରିବା ସହ ସମ୍ପୃକ୍ତ ୪ ମଦ ବିକ୍ରେତାମାନଙ୍କୁ ଗିରଫ କରି ଥାନାକୁ ଉଠାଇ ନେଇଥିଲେ। ଏଭଳି କାର୍ଯ୍ୟକୁ ସହରର ବହୁ ବୁଦ୍ଧିଜୀବୀ ବିଧାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହ ସହରର ମୁଖ୍ୟରାସ୍ତା କଡ଼ରେ ଯେପରି ବେଧଡକ ମଦ ବିକ୍ରୀ ନହେବ ସେଥିପ୍ରତି ଅବକାରୀ ପୋଲିସ ବିଭାଗୀୟ ଅଧିକାରୀ ମାନଙ୍କୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

ପ୍ରକାଶ ଯେ,  ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବିରୋଧରେ ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ ଧରପଗଡ କରାଯାଇ କେରାଣ୍ଡି ଧରି ଶେଉଳ ଛାଡ଼ିବା ସଦୃଶ ହେଉଛି । ଦିଗପହଣ୍ଡି ଥାନା ଅଧୀନରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଏବଂ ବିଦେଶୀ ମଦ ବାର ଥିବା ବେଳେ ପୁନର୍ବାର ଡେଙ୍ଗାଓସ୍ତା ଏବଂ ପୋଡ଼ାମାରିରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି। ଯଦ୍ୱାରା ଏହି ଅଞ୍ଚଳର ଜନସାଧାରଣଙ୍କ ଆର୍ଥିକ ମାନ ଦଣ୍ଡ ଦୁର୍ବଳ ହୋଇପଡ଼ିବା ଆଶଙ୍କା ରହିଛି । ଏଣୁ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅବକାରୀ ଏସ.ପି ଏବଂ ବ୍ରହ୍ମପୁର ଏସ.ପି ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଜନ୍ମାଷ୍ଟମୀରେ ୪ଟି ବଡ଼ ରାଜଯୋଗ: ଚମକିବ ୫ ରାଶିର ଭାଗ୍ୟ, ପ୍ରଚୁର ଧନଲାଭକୁ ମିଳିବ ବଡ଼ ସଫଳତା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ୱ ‘ଜନ୍ମାଷ୍ଟମୀ’ ସେପ୍ଟେମ୍ୱର ୪ ତାରିଖରେ ପାଳିତ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଜନ୍ମାଷ୍ଟମୀ ଦିନଟି ବେଶ ସ୍ୱତନ୍ତ୍ର ହୋଇଥିବା ବେଳେ ଏଥର ଗ୍ରହମାନଙ୍କ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri