ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ! ସବୁ ଦୋକାନରେ ମିଳୁଛି ମଦ, ଏନଫୋର୍ସମେଣ୍ଟ ସ୍କ୍ବାଡ୍…

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି । ସହରର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ ଦୋକାନ ଏବଂ ରାସନ ଦୋକାନମାନଙ୍କରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି । ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ବେଆଇନ ମଦ ଦୋକାନ ଖୋଲାଯାଇ ଦୈନିକ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ଓ ବିଦେଶୀ ମଦ କାରବାର ହେଉଛି।  ନକଲି ବିଦେଶୀ ମଦ ଏବଂ ଚୋରା ଦେଶୀମଦ ପାଉଚର କାରବାର ବେଧଡକ ଚାଲିଥିବା ବେଳେ ଏହାକୁ ରୋକିବାରେ ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଜନ ଅସନ୍ତୋଷର କାରଣ ପାଲଟିଛି ।

ସ୍ଥାନୀୟ ପୁଞ୍ଜିକଂୟା ଛକ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଇଲାକାରେ ଖୁଲମ୍ ଖୁଲା ମଦ ବିକ୍ରି ହେଉଥିବାରୁ ଗରିବ ନିରୀହ ଲୋକଙ୍କ ସମେତ ଅନେକ କ୍ଷେତ୍ରରେ କୋମଳମତି ଛାତ୍ର ମଦ ପିଇ  ପଥଭ୍ରଷ୍ଟ  ହେଉଛନ୍ତି। ମଦ, ବ୍ରାଉନ ସୁଗାର, ଗଞ୍ଜେଇ ଭଳି ବିଭିନ୍ନ ମାଦକ ଦ୍ରବ୍ୟର ଅବାଧ କାରବାର ଅବ୍ୟାହତ ଥିବା ବେଳେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ଏହାର ପେଣ୍ଠ ସ୍ଥଳି ପାଳଟିଛି । ଜନଗହଳି ପୂର୍ଣ୍ଣ ରାସ୍ତାକଡ ରେ ବେଧଡକ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ବସ ଯୋଗେ ସହରକୁ ଆସୁଥିବା ଯାତ୍ରୀମାନେ ବିଶେଷ କରି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଜପତି ଜିଲାର ଦୁର୍ଗମ ଅଞ୍ଚଳ ମାନଙ୍କରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ବେଳେ ସେଠାରୁ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ  ଆଣି ଏଠାରେ ଅବାଧ କାରବାର ଚାଲିଛି । ଦିଗପହଣ୍ଡି ଏବେ କିଛିଦିନ ହେଲା ଚୋରା ରନ୍ଧା ମଦ, ନକଲି ବିଦେଶୀ ମଦ, ବ୍ରାଉନ ସୁଗାର ଏବଂ ଗଞ୍ଜେଇ କାରବାରର ଟ୍ରାଞ୍ଜିଟ ପଏଣ୍ଟ ପାଲଟିଛି । ବଢ଼ିଚାଲିଥିବା ଥିବା ଆଇନ ଶୃଙ୍ଖଳା ବିଶେଷ କରି ସହରରେ ମହିଳାମାନଙ୍କ ସୁରକ୍ଷା ଏବଂ ସମ୍ମାନକୁ ଲକ୍ଷ୍ୟ ରଖି ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ସହରର  ମୁଖ୍ୟରାସ୍ତାକଡ଼ରେ ଅବୈଧ ଭାବେ ବିକ୍ରୟ କରା ଯାଉଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏନଏସି ଅଧିନ ନୂତନ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଏବଂ ପୁଞ୍ଜିକୟାଁ ଛକର ୫ ଶହ ମିଟର ଅବଧି ମଧ୍ୟରେ କୌଣସି ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରୟ କରାଯାଇପାରିବ ନାହିଁ ବୋଲି ଗତ ସୋମବାର କାର୍ଯ୍ୟାଳୟ ଚିଠି ସଂଖ୍ୟା -୧୮୨୦ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରି ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏନଫୋର୍ସମେଣ୍ଟ ସ୍କୁଆର୍ଡ ଓ ଥାନା ଆଇଆଇସି କିଶୋର କୁମାର ସାମଲ, ଏଏସଆଇ ଦିଲ୍ଲୀପ ଗୋରଡ଼ାଙ୍କ ନେତୃତ୍ୱରେ ପୋଲିସ ଟିମ୍ ମିଳିତ ଭାବେ  ସହରର ବିଭିନ୍ନ ସ୍ଥାନ ରେ ଅଚାନକ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ପାଉଚ୍ ଜବତ କରିବା ସହ ସମ୍ପୃକ୍ତ ୪ ମଦ ବିକ୍ରେତାମାନଙ୍କୁ ଗିରଫ କରି ଥାନାକୁ ଉଠାଇ ନେଇଥିଲେ। ଏଭଳି କାର୍ଯ୍ୟକୁ ସହରର ବହୁ ବୁଦ୍ଧିଜୀବୀ ବିଧାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହ ସହରର ମୁଖ୍ୟରାସ୍ତା କଡ଼ରେ ଯେପରି ବେଧଡକ ମଦ ବିକ୍ରୀ ନହେବ ସେଥିପ୍ରତି ଅବକାରୀ ପୋଲିସ ବିଭାଗୀୟ ଅଧିକାରୀ ମାନଙ୍କୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

ପ୍ରକାଶ ଯେ,  ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବିରୋଧରେ ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ ଧରପଗଡ କରାଯାଇ କେରାଣ୍ଡି ଧରି ଶେଉଳ ଛାଡ଼ିବା ସଦୃଶ ହେଉଛି । ଦିଗପହଣ୍ଡି ଥାନା ଅଧୀନରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଏବଂ ବିଦେଶୀ ମଦ ବାର ଥିବା ବେଳେ ପୁନର୍ବାର ଡେଙ୍ଗାଓସ୍ତା ଏବଂ ପୋଡ଼ାମାରିରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି। ଯଦ୍ୱାରା ଏହି ଅଞ୍ଚଳର ଜନସାଧାରଣଙ୍କ ଆର୍ଥିକ ମାନ ଦଣ୍ଡ ଦୁର୍ବଳ ହୋଇପଡ଼ିବା ଆଶଙ୍କା ରହିଛି । ଏଣୁ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅବକାରୀ ଏସ.ପି ଏବଂ ବ୍ରହ୍ମପୁର ଏସ.ପି ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?