ଅତିକମ୍‌ରେ ୭୦ ପ୍ରତିଶତ ଲୋକ ମାସ୍କ ପିନ୍ଧିଲେ ଦୂର ହେବ ମହାମାରୀ!

କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ରଖିଛି । ବିଶେଷ କରି ଆମେରିକା ଓ ଭାରତରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯଦି ଅତିକମ୍‌ରେ ୭୦ ପ୍ରତିଶତ ଲୋକ ମାସ୍କ ବ୍ୟବହାର କରନ୍ତି ତେବେ କରୋନା ଭଳି ମହାମାରୀକୁ ଦୂରେଇ ଦେଇ ହେବ । ସିଙ୍ଗାପୁରର ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର ଏହି ଗବେଷଣା ଅନୁଯାୟୀ ବିଶେଷ କରି ସର୍ଜିକାଲ ମାସ୍କ, କପଡା ମାସ୍କ ଓ ଏନ୍ ୯୫ ମାସ୍କ ବ୍ୟବହାର କଲେ ବି ମହାମାରୀକୁ ଦୂରେଇ ଦେଇ ହେବ । ବିଶେଷଜ୍ଞଙ୍କ କହିବା କଥା ହେଲା କରୋନା ମହାମାରୀ ବିଶେଷ କରି ଆମ ପାଟିରୁ ଓ ନାକରୁ ବାହାରୁ ଥିବା ଡ୍ରପଲେଟ୍ସ ଦ୍ୱାରା ବ୍ୟାପୁଥିବାରୁ ଆମକୁ ମାସ୍କ ପିନ୍ଧିବା ଜରୁରୀ । ତାହାପୁଣି ଜନଗହଳି ସ୍ଥାନରେ ଯେଉଁମାନେ ଅଧିକ ସମୟ କାଟୁଛନ୍ତି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ । ନିୟମିତ ଏହି ଅଭ୍ୟ।।ସ ହିଁ ଆମକୁ କରୋନା ଭଳି ମହାମାରୀଠାରୁ ଦୂରେଇ ରଖିବ ବୋଲି ଗବେଷକମାନେ କହିଛନ୍ତି । ସୂଚନାଯୋଗ୍ୟ, କରୋନା ଭାଇରସକୁ ଏବେ ବର୍ଷେ ପୂରଣ ହେବାକୁ ଯାଉଛି । ଚାଇନାର ଉହାନ ସହରରେ ପ୍ରଥମେ ୨୦୧୯ରେ ଏହି ଭାଇରସ ଦେଖା ଦେଇଥିବା ବେଳେ ଖୁକ୍ କମ୍ ସମୟ ମଧ୍ୟରେ ଏହା ସାରା ବିଶ୍ୱକୁ ତା’ କବଳକୁ ନେଇଯାଇଛି । ଏଥିରେ ଆକ୍ରାନ୍ତ ହୋଇ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଏବେବି ଅନେକେ ଏହି ଭାଇରସ କବଳରେ ପଡି ଚିକିତ୍ସିତ ହେଉଛନ୍ତି । ଛୋଟ ପିଲା ବୟସ୍କ ଏହାଦ୍ୱାରା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୂରେଇବା ପାଇଁ ପ୍ରାୟ ସମସ୍ତ ବିକାଶଶୀଳ ଦେଇ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗି ପଡିଥିବା ବେଳେ ୨୦୨୧ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଆଉ କେତେଜଣ ବିଶେଷଜ୍ଞଙ୍କ ମତ ରହିଛି କରୋନା ମହାମାରୀ ସହ ଆମକୁ ପାଖାପାଖି ୩ ବର୍ଷ କଟିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri