ଦିଲ୍ଲୀକୁ ୧୫୯ରେ ଅଟକାଇଲା ପଞ୍ଜାବ

ମୁମ୍ବାଇ,୧୬।୫: ସ୍ଥାନୀୟ ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ମିଚେଲ ମାର୍ଶ(୬୩) ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ୍‌ କରିଛି। ଟସ୍‌ ଜିତି ମୟଙ୍କ ଅଗ୍ରଓ୍ବାଲ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦିଲ୍ଲୀ ପ୍ରଥମ ବଲରେ ଡେଭିଡ୍‌ ଓ୍ବାର୍ନର(୦)ଙ୍କ ଉଇକେଟ ହରାଇଥିଲା। ଶ୍ରୀକର ଭରତଙ୍କ ସ୍ଥାନରେ ଦଳରେ ଯାଗା ପାଇଥିବା ସର୍ଫରାଜ ଖାନ (୩୨ ରନ୍‌, ୫ ଚୌକା ଓ ୧ ଛକା)ଙ୍କ ସହ ମିଶି ମାର୍ଶ ଦଳୀୟ ସ୍କୋରକୁ ୫ ଓଭରରେ ୫୦ ରନ୍‌ ପାର କରାଇଥିଲେ। ତା’ ପରେ ଲଲିତ ଯାଦବ (୨୪) ଓ ମାର୍ଶ ତୃତୀୟ ଉଇକେଟ ପାଇଁ ୪୭ ରନ୍‌ ଯୋଡ଼ିଥିଲେ। ଏହାପରେ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିଯିବାରୁ ଦିଲ୍ଲୀ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଶେଷ ଆଡ଼କୁ ଆଟାକିଂ ବ୍ୟାଟିଂ କରୁଥିବା ମାର୍ଶ ୧୯ତମ ଓଭରରେ କାଗିଶୋ ରାବାଡାଙ୍କ ବଲରେ ଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୪୮ ବଲରେ ୪ ଚୌକା ଓ ୩ ଛକା ଲଗାଇଥିଲେ। ପରେ ଅକ୍ଷର ପଟେଲ (୧୭*)ଙ୍କ ଯୋଗୁ ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପାଇଁ ଲିଆମ ଲିଭିଂଷ୍ଟୋନ ଓ ଅର୍ଶଦୀପ ସିଂ ୩ ଲେଖାଏ ଉଇକେଟ ନେଇଥିବା ବେଳେ ରାବାଡା ଗୋଟିଏ ଉଇକେଟ ହାତେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ: ୨୦ ଓଭରରେ ୧୫୯/୭(ମିଚେଲ ମାର୍ଶ-୬୩, ସର୍ଫରାଜ ଖାନ-୩୨, ଲଲିତ ଯାଦବ-୨୪, ଲିଆମ ଲିଭିଂଷ୍ଟୋନ-୩/୨୭, ଅର୍ଶଦୀପ ସିଂ-୩/୩୭)।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଥାମ୍‌ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ

ତରୌବା (ତ୍ରିନିଦାଦ ଆଣ୍ଡ୍‌ ଟବାଗୋ), ୮।୮ (ପି.ଟି.)- ଅଫ୍‌-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ...

ଏସିଆ କପ୍‌ ପୂର୍ବରୁ ହେବ ଫିଟ୍‌ନେସ୍‌ ଟେଷ୍ଟ

ନୂଆଦିଲ୍ଲୀ,୨୪।୮:ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପୂର୍ବରୁ ବେଙ୍ଗାଲୁରୁ ନିକଟ ଆଲୁରରେ ଟିମ ଇଣ୍ଡିଆ ୬ ଦିନିଆ କ୍ୟାମ୍ପ...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରକୁ ଆସି ଗାଙ୍ଗୁଲି କହିଛନ୍ତି, ମୁଁ...

ଥାଇ ବକ୍ସିଂ ଟୁର୍ନାମେଣ୍ଟ: ପଦକ ନିଶ୍ଚିତ କଲେ ନିଖାତ୍‌, ଦୀପକ

ନୂଆଦିଲ୍ଲୀ, ୨୪।୭ (ପି.ଟି.): ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ

ବାସେଟେରେ,୧୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସୋମବାର ଏକ ବିପର୍ଯ୍ୟୟ ଘଟିଛି। ବାସେଟେରେ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ପୂରା ମ୍ୟାଚ୍‌ରେ...

‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’

ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ...

କ୍ରୋଏସିଆରେ ବିଏ ପରୀକ୍ଷା ଦେବେ ଶୁଟର ଭାକର

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ଭାରତର ଷ୍ଟାର ଶୁଟର ମନୁ ଭାକର କ୍ରୋଏସିଆ ରାଜଧାନୀ ଜାଗ୍ରେବସ୍ଥିତ ଏକ ହୋଟେଲ ରୁମ୍‌ରେ ତାଙ୍କ ବିଏ ପରୀକ୍ଷା ଦେବେ। ଟୋକିଓ...

ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ହରାରେ,୨୦।୮: ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ୧୦...

Advertisement
Archives

Model This Week