ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ ଚାରିପଟେ ଘୂରିବା ସମୟରେ ଏଭଳି ଅନିୟମିତତା ସୃଷ୍ଟି ହେଉଛି। ତେବେ ଏଭଳି କେଉଁ କାରଣରୁ ହେଉଛି ସେ ନେଇ ମହାକାଶ ବିଜ୍ଞାନୀ ଚିନ୍ତାରେ ପଡ଼ିଛନ୍ତି। ଆମେରିକାନ୍‌ ଜିଓଫିଜିକାଲ ୟୁନଅନ ପକ୍ଷରୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ନିଜ ଅକ୍ଷ ପଥରେ ମଙ୍ଗଳ ଗ୍ରହ ସିଧା ନ ଘୂରି ରହି ରହି ଟଳମଳ ଅବସ୍ଥାରେ ଘୂରୁଛି। ପ୍ରତି ୨୦୦ ଦିନରେ ଗ୍ରହ ନିଜର ମୂଳ ଘୂରିବା ପ୍ରକ୍ରିୟାଠାରୁ ୪ ଇଞ୍ଚ ଦୂରେଇବାରେ ଲାଗିଛି। ଏଭଳି ଅବସ୍ଥାକୁ ମହାକାଶ ବିଜ୍ଞାନୀମାନେ ଚାଣ୍ଡଲେର୍‌ ଓ୍ବେବଲ କୁହାଯାଇଥାଏ। ପ୍ରଥମେ ମହାକାଶ ବିଜ୍ଞାନୀ ସେଥ୍‌ କାର୍ଲୋ ଚାଣ୍ଡଲେର୍‌ ଏହି ମହାଜାଗତିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ତେଣୁ ତାଙ୍କର ନାମ ଅନୁସାରେ ଗ୍ରହର ଏଭଳି ସ୍ଥିତିକୁ ନାମିତ କରାଯାଇଛି। ଏଭଳି ଗତି କରି ମଙ୍ଗଳ ସୌରମଣ୍ଡଳର ଦ୍ୱିତୀୟ ଗ୍ରହ ପାଲଟିଛି। ଏହା ପୂର୍ବରୁ ପୃଥିବୀର ଆବର୍ତ୍ତନ ଗତିରେ ଏଭଳି ସମସ୍ୟା ଦୃଷ୍ଟି ଗୋଚର ହୋଇଥିଲା। ଇତିମଧ୍ୟରେ ପୃଥିବୀ ନିଜ ଅକ୍ଷ ପଥରୁ ୩୦ ଫୁଟ ଦୂରେଇ ଯାଇଛି। ପ୍ରତି ୪୩୩ ଦିନରେ ପୃଥିବୀର ଆବର୍ତ୍ତନ ଗତିରେ ଏଭଳି ତ୍ରୁଟି ଦେଖିବାକୁ ମିଳୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୃଥିବୀ ଅକ୍ଷ ପଥରେ ଦେଖା ଦେଉଥିବା ଅନିମିତତା ପରିବେଶ ପ୍ରଦୂଷଣ ଏବଂ ସାମୁଦ୍ରିକ ଚାପ ରହିଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।...

ସୋନୁଙ୍କୁ ଭେଟିବା ପାଇଁ ସାଇକେଲରେ ବିହାରରୁ ମୁମ୍ବାଇ…

ପାଟଣା, ୨୩।୧୧-ପ୍ରବାସୀମାନଙ୍କ ପାଇଁ ଲକ୍‌ଡାଉନ ସମୟରେ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ବିହାରରୁ ସାଇକେଲ ଯୋଗେ ମୁମ୍ବାଇ...

ପ୍ୟାର୍‌ ତୁନେ କ୍ୟା କିୟା…

କଥାରେ ଅଛି- ଋତୁଙ୍କର ରାଜା ବସନ୍ତ ଆସେ, ମଳୟ ପବନ ସଭିଙ୍କୁ ରସେ। ପୁରାଣଠାରୁ ଏଯାବତ୍‌ ବସନ୍ତ ମାସକୁ ନେଇ ଲେଖାଯାଇଥିବା ଯାବତୀୟ ପ୍ରେମ କବିତା...

ଲଙ୍କା କେଜି ୭୦୦, ଟମାଟୋ ୨୦୦

କଲମ୍ବୋ,୧୨ା୧: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଶ୍ରୀଲଙ୍କାରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି। ଏଠାରେ ଖାଦ୍ୟ...

ପଛରେ ବାଘକୁ ଦେଖି, ଜୀବନ ନେଇ ଦୌଡ଼ୁଥିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍‌କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ।...

ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବ ମୁଖ୍ୟ ବିରୋଧୀ ଦଳ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଲାଗିରହିଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରଙ୍କୁ ସର୍ତ୍ତମୂଳକ...

ଭେଦଭାବ ଭୁଲି ସାମାଜିକ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ମଣ୍ଡେଲା ଜଣେ ପରୋପକାରୀ...

Advertisement
Archives

Model This Week