ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…

ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ଭଣଜାଙ୍କୁ ଭଲ ପାଇ ବସିଥିଲେ। ପରେ ଉଭୟ ଘରୁ ପଳାଇ ଯାଇ ବିବାହ କରିଥିବା ଜଣାପଡ଼ିଛି।

ମାମଲାଟି ଗିଦ୍ଧୋର ବ୍ଲକ ରତନପୁର ଟୋଲା ଅଞ୍ଚଳର। ଏଠାରେ ବିବାହର କିଛି ଦିନ ପରେ ଜଣେ ନବ ବିବାହିତା ମହିଳା ତାଙ୍କ ଭଣଜାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପ୍ରାୟତଃ ସେମାନେ ପରସ୍ପରକୁ ଭେଟୁଥିଲେ। ହେଲେ ପରିବାରଲୋକ ସେ ବିଷୟରେ ଜାଣିପାରି ନ ଥିଲେ। ଦିନେ ମହିଳା ତାଙ୍କ ଭଣଜାଙ୍କ ସହ ଫେରାର ହୋଇଯିବା ପରେ ପରିବାରଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ମନନପୁର ଗ୍ରାମର ଜଣେ ଯୁବକ ଡୁମ୍ରୋ ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ କରିଥିଲେ। ବିବାହପରେ ଯୁବକଙ୍କ ଭଣଜା ଚନ୍ଦନ ଶାହା ନିୟମିତ ବ୍ୟବଧାନରେ ମାମୁଁଘରକୁ ଆସୁଥିଲେ। ଏହି ସମୟରେ ମାଇଁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଧିରେ ଧିରେ କଥା ଆଗକୁ ବଢ଼ିବା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ପ୍ରକାଶ କରିଥିଲେ। ଏହାପରେ ଉଭୟ ପରସ୍ପର ସହ ଜୀବନ ବିତାଇବାକୁ ସ୍ଥିର କରିଥିଲେ। ସୁଯୋଗ ପାଇବା ମାତ୍ରେ ଅନ୍ୟ ସମ୍ପର୍କକୁ ପଛ କରି ସେମାନେ ଘରୁ ପଳାଇ ବିବାହ କରିନେଇଛନ୍ତି।

ଉଭୟଙ୍କ ବିବାହର ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଭଣଜାଜଣଙ୍କ ତାଙ୍କ ମାଇଁଙ୍କୁ ସିନ୍ଦୁର ଲଗାଉଛନ୍ତି। ପରେ ତାଙ୍କ ମାଇଁ ପାଦ ଛୁଉଁଛନ୍ତି। ଭିଡିଓକୁ ଦେଖି ଲୋକେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri