ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କଲେ ବିବାହିତ ବ୍ୟକ୍ତି: ଅଭିଯୁକ୍ତଙ୍କୁ କେରଳରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ): ସାରା ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ ଭଳି ଘଟଣା ବୃଦ୍ଧି ପାଉଥିବାବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ନାବାଳିକାଙ୍କୁ ଜଣେ ବିବାହିତ ପୁରୁଷ ଅସଦାଚରଣ କରିଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ପରେ ଆଇଆଇଆସି ବିଜୟ କୁମାର ହାଇବୁରୁ ଅଭିଯୁକ୍ତଙ୍କୁ କେରଳର ପାଲସେରୀ ଅଞ୍ଚଳରୁ ଗିରଫ କରିଥିବା କହିଛନ୍ତି। ଗିରଫ ପରେ ଅଭିଯୁକ୍ତଙ୍କୁ ପୋଲିସ ଓଡିଶା ନେଇ ଫେରୁଥିବା କୁହାଯାଇଛି।
ପ୍ରକାଶ ଯେ, ଚଳିତ ୧୧ରେ ନାବାଳିକା ଘରେ ଏକାକୀ ଥିବା ଦେଖି ଅଭିଯୁକ୍ତ ଯୁବରାଜ ଧାଙ୍ଗରାମାଝୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ କରିଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ୧୫ରେ ଅଭିଯୋଗ କରାଯାଇଥିଲା। ପୋଲିସ ଏନେଇ ପୋକ୍ସୋ ଆଇନରେ ମାମଲା (୬୯/୨୫)ରୁଜୁ କରି ତଦନ୍ତ ଚଲାଇଥିଲା ତେବେ ଅଭିଯୁକ୍ତ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବାରୁ ପୋଲିସ ପାଇଁ ଅଭିଯୁକ୍ତଙ୍କୁ ଧରିବାକୁ ଚାଲେଞ୍ଜ ସୃଷ୍ଟି ହୋଇଥିଲା ଆଇଆଇସି ବିଜୟ କୁମାର ହାଇବୁରୁ ଜିଲ୍ଲା ପୋଲିସର ସାଇବର ସେଲର ସହାୟତରେ ଅଭିଯୁକ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ କେରଳରୁ ଧରିବାକୁ ସଫଳତା ପାଇଥିବା ଆଇଆଇସି ହାଇବୁରୁ କହିଛନ୍ତି। ଖବରଟି ପ୍ରକାଶିତ ହେଲେ ଅଭିଯୁକ୍ତ ଖସିଯିବା ଆଶଙ୍କା କରି ପୋଲିସ ଘଟଣାକୁ ଚାପି ରଖିଥିଲା ଓ ଗଣମାଧ୍ୟମକୁ ସୂଚନା ଦେବାକୁ ମନା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୮ଟି ପ୍ରମୁଖ ରୁଟ୍‌ରେ ଗଡ଼ିବ ୨୫ ଇଲେକ୍ଟ୍ରିକ ବସ୍‌

ଛତ୍ରପୁର,୭ା୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାର ନଗର ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ପରିବେଶ ଅନୁକୂଳ କରିବା ସହ ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉତ୍ତମ…

ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା

ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ…

ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍‌କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…

ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ…

ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…

ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା

ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?