Posted inଫୁରସତ

ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ

ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ଖାସ୍‌ କରିବା ପାଇଁ ବନ୍ଧୁ ପରିଜନ ଏବଂ ସମ୍ପର୍କୀୟମାନେ ବହୁ ଉତ୍ସାହିତ ହୋଇ ନବଦମ୍ପତିଙ୍କ ଉପରେ ଫୁଲର ବର୍ଷା କରିଥିଲେ।

ହିମାଂଶୁ ନାମକ ବର ଏବଂ ମାନସୀ ନାମକ କନ୍ୟା ହେଉଛନ୍ତି କୀର୍ତ୍ତନ ମଣ୍ଡଳୀର କଳାକାର। ଦୁଇଜଣ କାନପୁରରେ ରୁହନ୍ତି। କଳା ପ୍ରଦର୍ଶନ କରୁକରୁ ଉଭୟଙ୍କ ମଧ୍ୟରେ କେତେବେଳେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ଏହା ବିବାହରେ ରୂପାନ୍ତରିତ ହୋଇଛି। କାନପୁରର ଶିବ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ହିମାଂଶୁ କୀର୍ତ୍ତନ ମଣ୍ଡଳୀରେ ଶିବ ଭୂମିକା ତୁଲାଉଥିବା ବେଳେ ମାନସୀ ପାର୍ବତୀ ଭୂମିକାରେ ଅଭିନୟ କରିଥାନ୍ତି। ତେଣୁ ସେମାନେ ଚାହୁଁଥିଲେ ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବେ । ଶେଷରେ ସେଇୟା ହିଁ ହେଲା।

ଗତ ମଙ୍ଗଳବାର ଦୁଇ ପ୍ରେମୀଯୁଗଳ ସାତଜନ୍ମର ସାଥୀ ହୋଇଛନ୍ତି। ଶିବ ବେଶରେ ରଥ ଚଢ଼ି ହିମାଂଶୁ ମନ୍ଦିରରେ ପହଞ୍ଚିଥିବା ବେଳେ ମାନସୀ ପାର୍ବତୀ ରୂପ ଧାରଣ କରି ମନ୍ଦିରରେ ପହଞ୍ଚିଥିଲେ। ଏହି ବରଯାତ୍ରୀରେ ହିମାଂଶୁଙ୍କ ସହ ଗଣ, ଭୂତପ୍ରେତ ଭୂମିକାରେ ଲୋକେ ସାମିଲ ଥିଲେ। ବରଯାତ୍ରୀ ପହଞ୍ଚିବା ପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହୋମ ମନ୍ତ୍ର ସହ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ଏହି ବିବାହରେ ଯୋଗ ଦେଇଥିବା ଅତିଥିମାନେ ବେଶ୍‌ ମଜା ଉଠାଇଥିଲେ। ଅନ୍ୟପକ୍ଷରେ ହିମାଂଶୁ ଏବଂ ମାନସୀ ନିଜ ବିବାହକୁ ନେଇ ଖୁବ୍‌ ଖୁସିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?