Posted inଫୁରସତ

ମୃତବ୍ୟକ୍ତିଙ୍କୁ ବିବାହ

ନୂଆଦିଲ୍ଲୀ: ମୃତ ବ୍ୟକ୍ତିଙ୍କୁ ପୁଣି ବିବାହ କେମିତି କରିହେବ ଏକଥାକୁ ଭାବିବା ବି କଷ୍ଟକର। କିନ୍ତୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଫ୍ରାନ୍‌ସରେ। ଏଠାରେ ଏଭଳି ବିବାହ ନିମନ୍ତେ ସରକାର ଆଇନ ବି କରିଛନ୍ତି। ସମଗ୍ର ୟୁରୋପରେ ଫ୍ରାନ୍ସର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଛି। ଏହି ଦେଶ ବିକଶିତ ହେଲେ ହେଁ ଏଠାରେ ଏଭଳି ଏକ ଅଜବ ନିୟମ ରହିଛି ।
ଜଣେ ଚାହିଁଲେ କିଛି ବିଶେଷ ପରିସ୍ଥିତିରେ ବି ଏଠାରେ ମୃତବ୍ୟକ୍ତି ବା ମହିଳାଙ୍କୁ ବିବାହ କରିପାରିବେ। ବିଭିନ୍ନ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ପରମ୍ପରା ଯାହା ବି ହୋଇଥାଉ କିନ୍ତୁ ଜୀବନସାଥୀ ବାଛିବାବେଳେ ସମସ୍ତେ ସତର୍କ ରହିଥାନ୍ତି। ନିଜ ପାଇଁ ମନଲାଖି ଆଉ ଯୋଗ୍ୟ ପ୍ରାର୍ଥୀ ବାଛିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ। କିନ୍ତୁ ଫ୍ରାନ୍‌ସରେ କିଛି ଲୋକ ମୃତବ୍ୟକ୍ତିଙ୍କୁ ହିଁ ନିଜର ଜୀବନସାଥୀ ଚୟନ କରିଥାନ୍ତି। ଫ୍ରାନ୍‌ସର ଏଭଳି ଅଜବ ନିୟମ ଅନୁସାରେ ଯେକୌଣସି ଲୋକ ଚାହିଁଲେ ଜଣେ ମୃତବ୍ୟକ୍ତିଙ୍କୁ ବିବାହ କରିପାରେ। କିନ୍ତୁ ଏଭଳି ବିବାହ କରିବା ପୂର୍ବରୁ ପ୍ରଥମେ ରାଷ୍ଟ୍ରପତିଙ୍କର ଅନୁମତି ନେବାକୁ ହେବ। ସେଭଳି ବିଶେଷ ପରିସ୍ଥିତି ଥିଲେ ରାଷ୍ଟ୍ରପତି ମଧ୍ୟ ଏଭଳି ବିବାହ କରିବା ପାଇଁ ଅନୁମତି ଦେଇଥାନ୍ତି। ଏହାପରେ ଯଥା ବିଧି ନିୟମ ଅନୁସାରେ ମୃତବ୍ୟକ୍ତି ବା ମୃତ ମହିଳାଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri