Posted inଫୁରସତ

ବିଲେଇ ସହ ବିବାହ

ବେଳେବେଳେ ଘରେ ରଖିଥିବା ପୋଷା ବିଲେଇ କୁକୁରଙ୍କୁ ତାଙ୍କର ମାଲିକ ଏତେ ଭଲ ପାଇବସନ୍ତି ଯେ, ତାଙ୍କଠାରୁ ଦୂରେଇ ଯିବାର ଭୟ ବି ମନରେ ରଖନ୍ତି। ଆଉ ସବୁବେଳେ ପାଖେ ପାଖେ ରହିବା ଲାଗି କିଛି ଅଜବ କାମ କରି ବସନ୍ତି। ଯେମିତିକି ୟୁକେରେ ରହୁଥିବା ଦେବୋରାହ ହୋଜ୍‌ କରିଛନ୍ତି। ସେ ନିଜର ପୋଷା ବିଲେଇକୁ ସବୁବେଳେ ନିଜ ପାଖରେ ରଖିବା ଲାଗି ତା’ସହ ବିବାହ କରିଛନ୍ତି। ୪୯ ବର୍ଷୀୟା ଦେବୋରାହ ନିକଟରେ ଏକ ପାର୍କରେ ତାଙ୍କର ଏହି ଅଜବ ବିବାହ ଉତ୍ସବର ଆୟୋଜନ କରିଥିଲେ। ତେବେ ଏଭଳି ନିଷ୍ପତ୍ତି ନେବା ପଛର କାରଣ ହେଉଛି, ତାଙ୍କ ଘର ମାଲିକାଣୀ ପେଟ୍‌ ରଖିବାକୁ ବିରୋଧ କରୁଥିଲେ। ଦେବୋରାହଙ୍କର ଦୁଇଟି କୁକୁର ଓ ଗୋଟିଏ ବିଲେଇ ଥିଲା। ୨୦୧୭ରୁ ଦେବୋରାହ ଏହି ପୋଷା ବିଲେଇକୁ ରଖିଛନ୍ତି। ବିଲେଇଟିକୁ ସେ ଜୀବନଠାରୁ ବେଶି ଭଲ ପାଉଥିଲେ। ଆଉ ତାଠୁ ଦୂରେଇ ଯିବା କଥା ଭାବି ପାରୁ ନ ଥିଲେ। ସେଥିପାଇଁ ସେ ନିଷ୍ପତ୍ତି ନେଲେ ପେଟ୍‌ ବିଲେଇ ସହ ବିବାହ କରିବେ। ଯଦ୍ୱାରା ସେମାନେ ସ୍ବାମୀ ସ୍ତ୍ରୀ ହୋଇଯିବେ। ଆଉ କେହି ସେମାନଙ୍କୁ ଅଲଗା କରିପାରିବେନି। ବିବାହ ଦିନ ସେ ଟାକ୍ସିଡୋ ସୁଟ୍‌ ପିନ୍ଧି ନିଜର ପ୍ରିୟ ଗୋଲ୍ଡ ଲେମ କ୍ୟାଟ୍‌ ସହ ବିବାହର ସବୁ ପ୍ରତିଜ୍ଞା ନେଇଥିଲେ। ଦେବୋରାହ ପୂର୍ବରୁ ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି। ତଥାପି ସେ ଏଭଳି ନିଷ୍ପତ୍ତି ନେଲେ। ଏହି ବିବାହରେ ତାଙ୍କର ଅନେକ ବନ୍ଧୁ ଯୋଗ ଦେଇଥିଲେ। ହେଲେ ତାଙ୍କ ପିଲାମାନେ ଯୋଗ ଦେଇ ନ ଥିଲେ। କାରଣ ସେମାନଙ୍କୁ ଏହା ପସନ୍ଦ ଆସି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ପଛରେ ପକାଇଲେ ଏହି ବୃଦ୍ଧା, ୟୁଟ୍ୟୁବ୍‌ରୁ ମିଳିଲା ସିଲଭର ବଟନ

ସୋସିଆଲ ମିଡିଆ ଆଜିକାଲି ଯୁବପିଢ଼ିଙ୍କ ପାଇଁ ବରଦାନ ସାଜିଛି। ଏଥିରୁ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି ଯୁବପିଢ଼ି। ବିଶେଷକରି ୟୁଟ୍ୟୁବ୍‌ରୁ ମୋଟା ଅଙ୍କର ଅର୍ଥ ରୋଜଗାର...

ପ୍ରେମୀଯୁଗଳଙ୍କ ପାଇଁ କିସ୍‌ ଡେ’

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

ଶ୍ମଶାନରେ ପାଳିଲେ ଜନ୍ମଦିନ

ସାଧାରଣତଃ କୌଣସି ବନ୍ଧୁଙ୍କର ଜନ୍ମଦିନ ପାଳନ କରିବା ପାଇଁ କେତେକ’ଣ ପୂର୍ବ ପ୍ରସ୍ତୁତି ଚାଲିଥାଏ। କେଉଁଠି କେକ୍‌ କଟାଯିବ, କେତେ ଅତିଥି ଯୋଗଦେବେ, ଭୋଜିରେ ଖାଦ୍ୟ...

ପ୍ରତିଦିନ ରାତିରେ ଏକ ଗାଈ ନିକଟକୁ ଆସିଥାଏ ଚିତାବାଘ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଯେକୌଣସି ପଶୁପକ୍ଷୀଙ୍କୁ ଶିକାର କରି ବାଘ ଖାଇଥାଏ ବୋଲି ଜାଣିଛେ। ମାତ୍ର ଗୋଟିଏ ଚିତାବାଘ ସବୁଦିନ ରାତିରେ ଗୋଟିଏ ଗାଈ ନିକଟକୁ ଆସିଥାଏ। କିନ୍ତୁ...

ଚିନ୍ମୟ ଚିନ୍ତନ: ଏଗାର ଏଗାର ମିଶି ଚବିଶ !

ଯିଏ ବି ଶୁଣିବ ହସିବ। ପ୍ରଥମ କି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଏ ଆଶ୍ଚର୍ଯ୍ୟ ହେବେ! ବଡ ବଡ ଲୋକଙ୍କୁ କ’ଣ ଏ ସାଧାରଣ ମିଶାଣ...

ଦଣ୍ଡପର୍ବ

ଚୈତ୍ରମାସ ଆରମ୍ଭରେ ଓଡ଼ିଶାର ପୁରପଲ୍ଲୀରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଥାଏ ଦଣ୍ଡପର୍ବ । ଏହି ପର୍ବରେ ଭଗତାମାନେ ନିଷ୍ଠାର ସହିତ ମଙ୍ଗଳମୟ ଶିବଙ୍କୁ ଆରାଧନା କରିଥାନ୍ତି।...

ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ...

ଫେରିବ ‘ରାମପୁରୀ’ ଚମକ

ବଲିଉଡ୍‌ ବ୍ଲକ୍‌ବଷ୍ଟର ସିନେମା ‘ତେଜାବ୍‌’ର ଶେଷ ଦୃଶ୍ୟରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ପାର୍ଶ୍ୱ ଅଭିନେତା ବବନ୍‌ ଓରଫ ଚଁକି ପାଣ୍ଡେଙ୍କ ହାତରେ ଥିବା ଚାକୁ।...

Advertisement
Archives

Model This Week