Posted inଜାତୀୟ

ମାନେକା ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ସମନ ଜାରି…

ନୂଆଦିଲ୍ଲୀ, ୧୫।୫ : ଭେଟେରିନାରୀ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମା ଉପରେ ଦିଲ୍ଲୀ ହାଇକୋର୍ଟ ଭାଜପା ଏମ୍‌ପି ମାନେକା ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଏହାର ଉତ୍ତର ମାଗିଛନ୍ତି। ମାନେକା ଗାନ୍ଧୀଙ୍କ ବିନା ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ଏବଂ ୨ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଏହି ଆବେଦନ କରାଯାଇଛି।

ଜଷ୍ଟିସ ଅମିତ ବନସାଲ ମାନେକା ଗାନ୍ଧୀଙ୍କୁ ୩୦ ଦିନ ମଧ୍ୟରେ ଆବେଦନ ଉପରେ ଲିଖିତ ବିବୃତ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୪ ରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସ୍ଥିର କରିଛନ୍ତି।
ଏହା ଦେଶରେ ପ୍ରାଣୀ ଚିକିତ୍ସକଙ୍କ ସର୍ବୋଚ୍ଚ ସଂଗଠନ ବୋଲି ଆବେଦନରେ କୁହାଯାଇଛି। ଆବେଦନକାରୀ ମାନେକା ଗାନ୍ଧୀଙ୍କ ବିରୋଧରେ ଉତ୍ପୀଡନ, ମାନସିକ ଆଘାତ, ଅର୍ଥର ବେଆଇନ ଦାବି ଏବଂ ବଦନାମ ଅଭିଯୋଗରେ ମକଦ୍ଦମା ଦାୟର କରିଛନ୍ତି। ୟୁନିୟନର ସଦସ୍ୟଙ୍କ ବିରୋଧରେ ମନ୍ତବ୍ୟ ଦେବା ଏବଂ ମିଥ୍ୟା ବିବୃତ୍ତି ଦେବା ଅଭିଯୋଗରେ ଏହି ପିଟିଶନରେ ଅଭିଯୋଗ ହୋଇଛି।

ଆଇନଜୀବୀ ନମିତା ରାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନପତ୍ରରେ ଦର୍ଶାଯାଇଛି ଯେ ଭାରତରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ଉପରେ ମନ୍ତବ୍ୟ ଦେବା ଉଦ୍ଦେଶ୍ୟରେ ଉତ୍ତରଦାତା ଏକ ପ୍ରକାଶନରେ ସଂସ୍ଥାକୁ ବଦନାମ କରିଛନ୍ତି ଏବଂ ପ୍ରାଣୀ ଚିକିତ୍ସକଙ୍କ ବିରୁଦ୍ଧରେ ଆପତ୍ତିଜନକ ଶବ୍ଦ, ବଦନାମ ତଥା ଅପମାନଜନକ ବିବୃତ୍ତି ଦେଇଛନ୍ତି।

ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ମାନେକା ଅନେକ ଫୋନ କଲ କରି ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ। ସେ କହିଛନ୍ତି ଯେ ମାନେକା ଗାନ୍ଧୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭାବରେ ଜାଣିଶୁଣି ତାଙ୍କ ପ୍ରଭାବର ଅପବ୍ୟବହାର କରିଛନ୍ତି ଏବଂ ଅଶ୍ଳୀଳ ଭାଷାର ବ୍ୟବହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାର ୯୩% ନବନିର୍ବାଚିତ ବିଧାୟକ କୋଟିପତି

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ହରିୟାଣାର ନବନିର୍ବାଚିତ ୯୦ ବିଧାୟକଙ୍କ ମଧ୍ୟରୁ ୮୪ ଜଣ କୋଟିପତି ଥିବା ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡିଛି। ଅର୍ଥାତ୍‌ ୯୩...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ...

ଲକ୍‌ଡାଉନ୍‌କୁ ଭୟ ନାହିଁ, ଦେଶରେ ମହଜୁଦ୍‌ ରହିଛି ଖାଦ୍ୟ-ଔଷଧ-ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସିଙ୍ଘୁ, ଗାଜିପୁର,ଟିକରି ଆଦି ଅଞ୍ଚଳ ଏବଂ ଏହାର...

ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ସହର ଭାବେ ପରିଗଣିତ ହୋଇଛି। ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ-୨୦୧୯ ରିପୋର୍ଟ ଅନୁଯାୟୀ ବିଶ୍ୱର...

ଏଟିଏମ୍‌ ଲୁଟିବାକୁ ଆସି ଏମିତି ଫସିଲେ ଲୁଟେରା

ଚେନ୍ନାଇ,୮।୮: ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌ କରିବାକୁ ଯାଇଥିବା ତାମିଲନାଡୁର ଜଣେ ବ୍ୟକ୍ତି ସାଙ୍ଗାତିକ ଭାବେ ବିଫଳ ହୋଇଛନ୍ତି। ଏଟିଏମ୍‌ ତାଡ଼ିବାକୁ ଉଦ୍ୟମ କଲା ବେଳେ...

ଖୋଲିଲା ବିଭିନ୍ନ ରାଜ୍ୟର ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ସମସ୍ତ ଧାର୍ମିକ ଅନୁଷ୍ଠାନକୁ...

ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ବାରମୁଳା ଜିଲାର ପାଲହାଲନ...

Advertisement
Archives

Model This Week