ଭିନ୍ନ ରାଜ୍ୟ ଭିନ୍ନ ଚପଲ

ପାଦକୁ ସୁରକ୍ଷା ଦିଏ ଜୋତା ଓ ଚପଲ l ଏହାବାଦ୍‌ କେବେ ଏହା ବ୍ୟକ୍ତିଙ୍କ ଷ୍ଟାଟସ୍‌କୁ ଦର୍ଶାଏ ତ କେବେ କୌଣସି ସ୍ଥାନର ପରିଚୟ ବି ପାଲଟିଛି। ଭାରତର ବିଭିନ୍ନ ରାଜ୍ୟର ସେମିତି କେତେକ ଖାସ୍‌ ଜୋତା ଓ ଚପଲ ସମ୍ପର୍କରେ…

କୋହ୍ଲାପୁରୀ ଚପଲ: ଅତି ଆରାମଦାୟକ ଚମଡାର ଏହି ହାତ ତିଆରି ସ୍ଲିପର୍ସ ଦେଖିବାକୁ ବହୁତ ଆକର୍ଷକ। ଏହା ଯେମିତି ଲଙ୍ଗ ଲାଷ୍ଟିଙ୍ଗ ଏହାର କାରୁକାର୍ଯ୍ୟ ସେମିତି ସୁନ୍ଦର। ତେଣୁ ସାରା ପୃଥିବୀରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଦ୍ୱାଦଶ ଶତାବ୍ଦିରେ ରାଜା ବିଜ୍ଜଲ ଓ ତାଙ୍କ ପ୍ରଧାନମନ୍ତ୍ରୀ ବାସଭାନ୍‌ ମୋଚି ସମ୍ପ୍ରଦାୟର ଉନ୍ନତି ଲାଗି ଏହି ଚପଲର ଉତ୍ପାଦନ ବଢାଇଥିଲେ। ମହାରାଷ୍ଟ୍ରର କୋହ୍ଲାପୁର ଜିଲାର ନାମାନୁସାରେ ଉକ୍ତ ଚପଲର ନାମକରଣ ହୋଇଛି। ଦୀର୍ଘ ୧୦୦ ବର୍ଷ ହେବ ଏହି ଚପଲ ତା’ର ପୁରୁଣା ଷ୍ଟାଇଲ ଓ ଆକାରରେ ଆଜି ବି ଉପଲବ୍ଧ ହେଉଛି। ଯଦିଓ ଏବେ ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟରେ ରଖି ଏହା ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ରେ ଉପଲବ୍ଧ ହେଲାଣି। ଆଜିକାଲି ମଡର୍ନ ଟଚ୍‌ ଦେବା ଲାଗି ମେଟାଲିକ, ଗୋଲ୍ଡ ଓ ସିଲଭର୍‌ର ଷ୍ଟ୍ରାଇପ୍‌ ସହିତ ସେକ୍ୱିନ୍‌ରେ ସଜ୍ଜିତ କୋହ୍ଲାପୁରୀ ଚପଲ ଡିଜାଇନ୍‌ ହେଉଛି। ଉଭୟ ପୁରୁଷ ଓ ମହିଳାଙ୍କର ଏହା ପ୍ରିୟ। ତା’ସହ ଓ୍ବେଷ୍ଟର୍ନ ହେଉକି ଟ୍ରାଡିସନାଲ ଗେଟ୍‌ଅପ୍‌ ସବୁଥିରେ ଏହା ଭଲ ଲାଗେ। ତେଣୁ କୋହ୍ଲାପୁର ଯାଇ ଯଦି କୋହ୍ଲାପୁରୀ ଚପଲ ନ ଆଣିବେ, ତେବେ ସେଠାକୁ ଯିବାର ମାନେ ରହେନା।
ମୋଜାରୀ ଖୁସା: ପୁରାତନ ସମୟରେ ରାଜସ୍ଥାନର ଏହି ଜୋତାକୁ ନଓ୍ବାବ, ମହାରାଜ, ମହାରାଣୀ ଜମିଦାରମାନେ ପିନ୍ଧୁଥିଲେ। ଏହା ସେମାନଙ୍କ ପ୍ରତିପତିକୁ ଦର୍ଶାଉଥିଲା। ପୂର୍ବେ ଏହି ଜୋତାକୁ ଖାଣ୍ଟି ସୁନା, ରୁପାର ସୂତାରେ ତିଆରି କରାଯାଉଥିଲା। ବିରଳ ମୋତି ଓ ଦାମୀ ରତ୍ନରେ ସଜାଯାଉଥିଲା। ଉକ୍ତ ଜୋତାର ସାମ୍‌ନା ଭାଗ ମୋଡି ହୋଇ ରହିଥାଏ, ଯାହା ରାଜକୀୟ ଲୁକ୍‌ ଦିଏ। ଶିଖ୍‌ ସମ୍ପ୍ରଦାୟରେ ଏହା ଯୋଧପୁରୀ ଜୋତା ଭାବେ ପରିଚିତ ଥିଲା। ଚମଡାର ଏହି ଜୋତାକୁ ହାତରେ ତିଆରି କରାଯାଏ। ଏହାର କାରିଗରୀ ଯୋଧପୁର, ଗୋଲାପି ସହର ଜୟପୁର ଓ ପଞ୍ଜାବରେ ହୋଇଥାଏ। ଏଥିରେ ହେଉଥିବା ସୁନ୍ଦର ଏମ୍ବ୍ରୋଏଡାରୀ କାମ, ଭେଲଭେଟ୍‌, ସେକ୍ବିନ, ମୋତି , ସେରାମିକ ବିଡ୍‌ର ସାଜସଜ୍ଜା ଏହାକୁ ଆକର୍ଷକ କରିଥାଏ।
ଜୁତି: ପଞ୍ଜାବ ଓ ରାଜସ୍ଥାନର ଏହି ପ୍ରସିଦ୍ଧ ଜୁତି କେବଳ ଉତ୍ତର ଭାରତରେ ନୁହେଁ ସାରା ପୃଥିବୀରେ ଲୋକପ୍ରିୟ ହୋଇପାରିଛି। ମୋଗଲମାନେ ହେଉଛନ୍ତି ଏହାର ପୃଷ୍ଠପୋଷକ। ଏହାକୁ ପ୍ରଥମେ ମହାରାଜା, ମହାରାଣୀମାନେ ପିନ୍ଧୁଥିଲେ। ଏହାକୁ ଚମଡାରେ ତିଆରି କରାଯାଉଥିଲା। ସୁନା ଓ ରୁପାର ସୁତାରେ ଏହାକୁ ଏମ୍ବ୍ରୋଏଡାରୀ କରାଯାଉଥିଲା। ବିଭିନ୍ନ ରତ୍ନ, ମୂଲ୍ୟବାନ ପଥର, ଦାମୀ ମୋତିରେ ଏହାକୁ ସଜା ଯାଉଥିଲା। ଯୁଗ ବଦଳିବା ସହ ଏଥିରେ ଅନେକ ପରିବର୍ତ୍ତନ ହୋଇଛି। ଆଉ ଏବେ ଏହା ଅନେକ ଟ୍ରେଣ୍ଡି ପ୍ୟାଟର୍ନରେ ଉପଲବ୍ଧ ହେଉଛି। ବିବାହ, ପର୍ବପର୍ବାଣି, ପାର୍ଟି ଆଦିରେ ଏହାକୁ ପିନ୍ଧିଲେ ବହୁତ ଭଲ ଲାଗେ। ଏଥନିକ ଲୁକ୍‌ ପାଇଁ ଏହାକୁ ଲେହଙ୍ଗା, ଅନାରକଲି, ଘାଘରା ସହ ପିନ୍ଧିବାକୁ ବେଶ୍‌ ପସନ୍ଦ କରାଯାଉଛି।
ପୁଲା ଚପଲ: ‘ଲାଣ୍ଡ ଅଫ୍‌ ଗଡ୍‌ସ’ ଭାବେ ପରିଚିତ ହିମାଚଳ ପ୍ରଦେଶର ସ୍ଥାନୀୟ ପାହାଡି ଲୋକେ ଏହି ସ୍ବତନ୍ତ୍ରଧରଣର ଚପଲ ପିନ୍ଧନ୍ତି। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏଠାକାର ଏକପ୍ରକାରର ଘାସକୁ ମୋଡି ଦଉଡି କରାଯାଏ। ଆଉ ସେହି ଦଉଡିକୁ କପଡାରେ ଲଗାଲଗି ରଖି ସିଲେଇ କରି ସେଥିରେ ଚପଲ ପ୍ରସ୍ତୁତ କରାଯାଏ। ଚପଲର ଉପରଭାଗରେ ସୁନ୍ଦର ଛୁଞ୍ଚି ସୁତାର କାରିଗରୀ କରାଯାଇଥାଏ। ହିମାଚଳ ପ୍ରଦେଶରେ ଚମଡାର ଜୋତା କି ଚପଲ ବ୍ୟବହାର ଉପଯୋଗୀ ହୋଇପାରେନା। କେବଳ ହାଲ୍‌କା ପୁଲା ଚପଲକୁ ପିନ୍ଧି ବରଫରେ ଚାଲିବା ସହଜ ହୋଇଥାଏ। ପର୍ବପର୍ବାଣିରେ ମନ୍ଦିର ପରିସରରେ ଚାଲିବା ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହାକୁ ଏଠାକାର ଚଦ ନାମକ ସ୍ଥାନରେ ତିଆରି କରାଯାଏ। ତେବେ ଏହାର ବଜାର ଏବେ ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶକୁ ବି ବ୍ୟାପିଗଲାଣି।
ଓସୋ ଚପଲ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଓସୋ ରଜନିଶ୍‌ଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି। ଏହା ଏକ ଇକୋ ଫ୍ରେଣ୍ଡଲି ଚପଲ ଅଟେ। ଏହାକୁ ବାଉଁଶ, ଝୋଟ ଓ ସ୍ବତନ୍ତ୍ରଧରଣର ଘାସରେ ତିଆରି କରାଯାଇଥାଏ। ଚପଲର ଷ୍ଟ୍ରିଙ୍ଗ ବା ଫିତା ପାଇଁ ଫକ୍ସ ଭେଲଭେଟ୍‌, ରବର, କିମ୍ବା କଟନ୍‌ କପଡାର ବ୍ୟବହାର କରାଯାଇଥାଏ। ଶକ୍ତ ରବର୍‌ର ବେସ୍‌ ଉପରେ ବାଉଁଶ, ଝୋଟ ତଥା ଘାସର ଚଟାଇ ପରି ଲେୟର ଥାଏ। ଏହି ଚପଲ ଦେଖିବାକୁ ସିମ୍ପଲ କିନ୍ତୁ ବହୁତ ଷ୍ଟାଇଲିଶ। ତା’ସହ ପାଦକୁ ଥଣ୍ଡା ବି ରଖେ। କମ୍‌ ଦାମ, ସୁନ୍ଦର ରଙ୍ଗ ଓ ବିଭିନ୍ନ ଷ୍ଟାଇଲ ଓ ପ୍ୟାଟର୍ନରେ ଏହା ଉପଲବ୍ଧ ହୁଏ। ଓ୍ବେଷ୍ଟର୍ନ ହେଉକି ଇଣ୍ଡିଆନ୍‌ ଆଉଟଫିଟ୍‌ ସବୁଥିରେ ଏହା ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?