କୁକୁର ସହ ଶିଶୁକନ୍ୟାଙ୍କ ବିବାହ

ଢେଙ୍କାନାଳ ଅଫିସ, ୯।୩: ସାରା ବିଶ୍ୱରେ ମଙ୍ଗଳବାର ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଯଶଗାନ କରୁଛନ୍ତି ସଭିଏଁ। ବାଲ୍ୟବିବାହ ରୋକିବା, ମହିଳା ବିରୋଧୀ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ସଭାସମିତି କରି ସଚେତନ କରାଯାଉଛି। ହେଲେ ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରୁ ଜଣେ ନାବାଳିକାଙ୍କୁ ନେଇ ଯେଉଁ ଚିତ୍ର ଆସିଛି, ତାହା ଯେତିକି ହୃଦୟ ବିଦାରକ ସେତିକି ସ୍ପର୍ଶକାତର ମଧ୍ୟ। ଜନ୍ମ ସମୟରେ ଉପର ମାଢ଼ିରେ ଦାନ୍ତ ଉଠିଥିବାରୁ ଗ୍ରହମନ୍ଦ ଏବଂ ଶିଶୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସମ୍ପୃକ୍ତା ୧୦ବର୍ଷ ବୟସର କନ୍ୟାଙ୍କୁ ଏକ କୁକୁର ସହିତ ବିବାହ କରାଇ ଦିଆଯାଇଛି। ଆଦିବାସୀବହୁଳ ଗ୍ରାମଗୁଡ଼ିକରେ ଅନ୍ଧବିଶ୍ୱାସ କାରଣରୁ ପ୍ରତିବର୍ଷ ଏଭଳି ଅନେକ ନାବାଳିକାଙ୍କୁ କୁକୁର ସହ ବିବାହ କରାଇ ଦିଆଯାଉଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ବିଭାଗ ନିକଟରେ ସୂଚନା ଥିଲେ ହେଁ ସଚେତନତା ସୃଷ୍ଟି ଦିଗରେ ଆନ୍ତରିକତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଆଦିବାସୀବହୁଳ ଅଞ୍ଚଳରେ ଜବଜାତକଙ୍କୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଆଜି ବି ଅନ୍ଧବିଶ୍ୱାସ ଦାନା ବାନ୍ଧିଛି। ଜନ୍ମ ସମୟରେ ଯଦି କୌଣସି ଶିଶୁର ଦାନ୍ତ ଉଠିଥାଏ, ତେବେ ଏହାକୁ ଗ୍ରହଚକ୍ର ଖରାପ ବୋଲି ବିବେଚନା କରାଯାଏ। ଭବିଷ୍ୟତରେ ଶିଶୁ ଜୀବନ ଉପରେ ବିପଦ ଥିବା ଘର ଲୋକେ ଆଶଙ୍କା ବ୍ୟକ୍ତ କରିଥାଆନ୍ତି। ଗ୍ରହଦୋଷରୁ ମୁକ୍ତି ପାଇଁ ଏଭଳି ଶିଶୁଙ୍କୁ ବାଲ୍ୟାବସ୍ଥାରେ କୁକୁର ସହିତ ବିବାହ କରାଇ ଦିଆଯାଇଥାଏ। ମଙ୍ଗଳବାର କଙ୍କଡ଼ାହାଡ଼ ବ୍ଲକର କରଗୋଳା ଅଞ୍ଚଳରେ ସମାନ ଘଟଣା ଘଟିଛି। ଏକବିଂଶ ଶତାବ୍ଦୀରେ ମନୁଷ୍ୟ ମଙ୍ଗଳ ଗ୍ରହରେ ରହିବା ଲାଗି ଯୋଜନା କରୁଥିବାବେଳେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି। ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଲାଗି ବ୍ଲକର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍‌ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri