Posted inଜାତୀୟ

ପୋଷ୍ୟ ସନ୍ତାନ ଗ୍ରହଣ କରିବା କ୍ଷେତ୍ରରେ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ…

ଲକ୍ଷ୍ନୌ, ୨୦।୨ : ଜଣେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ। ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ଆବେଦନର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏକ ସନ୍ତାନ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଏକ ସାଇନା -କ୍ୱା-ନନ୍‌ ନୁହେଁ। ଜଣେ ସିଙ୍ଗଲ ଅଭିଭାବକ ମଧ୍ୟ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ ୧୯୫୬ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ।

ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଏବଂ ତାଙ୍କ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ବିଚାର କରି ବିଚାରପତି ଡ. କୌଶଲ ଜୟେନ୍ଦ୍ର ଠାକର ଏବଂ ବିବେକ ବର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ଡିସେମ୍ବର ୨୦୦୦ରେ ସେମାନଙ୍କର ବିବାହ ବାରାଣାସୀ ଜିଲାର ସବ୍‌ରେଜିଷ୍ଟ୍ରାର୍‌ଙ୍କଠାରେ ହିନ୍ଦୁ ବିବାହ ଅନ୍ତର୍ଗତ ସମ୍ପନ୍ନ ହୋଇଥିଲା। ସେମାନେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ତଥାପି ସେମାନଙ୍କୁ କୁହାଯାଇଥିଲା ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏକ ବିବାହ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ। ସେଥିପାଇଁ ସେମାନେ ୨୦୨୧ରେ ଅନଲାଇନରେ ଆବେଦନ କରିଥିଲେ।

ତେବେ ସେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ସେମାନଙ୍କ ବିବାହ ପଞ୍ଜୀକୃତ ହୋଇପାରି ନ ଥିଲା। ତେଣୁ, ସେମାନେ ସେମାନଙ୍କର ବିବାହ ପଞ୍ଜିକରଣ କରିବା ପାଇଁ ସବ ରେଜିଷ୍ଟ୍ରାରଙ୍କ ନିକଟକୁ ନିର୍ଦ୍ଦେଶ ଲୋଡି ହାଇକୋର୍ଟକୁ ସ୍ଥାନାନ୍ତର କଲେ ଯାହା ଦ୍ୱାରା ସେମାନେ ଏକ ସନ୍ତାନ ଗ୍ରହଣ କରିପାରିବେ। ଆରମ୍ଭରେ, ରେଜିଷ୍ଟ୍ରାରଙ୍କୁ ଅନଲାଇନରେ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅଧିକନ୍ତୁ, କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ ଏବଂ ଧାରା ୭ ଅନୁଯାୟୀ ଜଣେ ପୁରୁଷ ହିନ୍ଦୁଙ୍କର ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ରହିଛି।

ସେହିପରି ହିନ୍ଦୁ ପୋଷ୍ୟ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ ର ଧାରା ୮ ଅନୁସାରେ ଜଣେ ମହିଳା ହିନ୍ଦୁଙ୍କର ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ଅଛି। ଏକ୍ଷେତ୍ରରେ ବିବାହ କିମ୍ବା ବିବାହୀ ପଞ୍ଜୀକରଣର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri