ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିଲେ ସ୍ଥାୟୀ ଦୋକାନୀ

ଭୁବନେଶ୍ୱର, ୫।୮ (ବନ୍ଦନା ସେଠୀ): ଦୀର୍ଘ ୧୮ଦିନ ପରେ ଗୁରୁବାର ଅପରାହ୍ନରୁ ୟୁନିଟ୍‌-୨ରେ ଥିବା ରାଜ୍ୟର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ ଶୁକ୍ରବାରଠାରୁ ଠିକ୍‌ ଭାବେ ବେପାର ଆରମ୍ଭ ହୋଇଥିଲା। ତେବେ ମାର୍କେଟ ଖୋଲିବାର ମଧ୍ୟାହ୍ନ ୧୨ଟା ବେଳକୁ ଏକାଧିକ ଉଠାଦୋକାନୀ ମାର୍କେଟ ଭିତରେ ନିଜ ଦୋକାନ ଖୋଲି ବେପାର କରିବାକୁ ଉଦ୍ୟମ କରିଥିଲେ। ଏହାକୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ବିରୋଧ କରିବା ସହିତ ଅରୁଣ କୁମାର ରାୟ ନାମକ ଜଣେ ଉଠାଦୋକାନୀଙ୍କ ଦୋକାନ ଭାଙ୍ଗି ଦେଇଥିଲେ। ଫଳରେ ଏଠାକୁ ଆସିଥିବା ଅନ୍ୟ ଅସ୍ଥାୟୀ ବ୍ୟବସାୟୀମାନେ ଆଉ ଠେଲା ଲଗାଇ ନ ଥିଲେ। ତେବେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଏହାପରେ ସମ୍ପୃକ୍ତ ଉଠାଦୋକାନୀ ମାର୍କେଟ ଆସୋସିଏଶନର ୫ଜଣ ସଦସ୍ୟ ଓ ଅନ୍ୟ ୧୫ଜଣଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ତେବେ ଘଟଣାକୁ ନେଇ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ଚେତାବନୀ ଦେଇଛି। ଆସୋସିଏଶନର ସଦସ୍ୟମାନେ ଅଗଣତାନ୍ତ୍ରିକ ଭାବେ ଉଠାଦୋକାନୀଙ୍କୁ ନିଜ ଅଧିକାରରୁ ବଞ୍ଚତ୍ତ କରୁଛନ୍ତି। ଶନିବାର ସକାଳେ ମାର୍କେଟ ଖୋଲିବା ପରେ ସମସ୍ତ ଉଠାଦୋକାନୀ ମାର୍କେଟରେ ପଶି ବ୍ୟବସାୟ ଆରମ୍ଭ କରିବେ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉଠାଦୋକାନୀଙ୍କ ଜବରଦସ୍ତ ପ୍ରବେଶକୁ ନେଇ କ୍ଷୋଭ ପ୍ରକାଶ କରିଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ। ଆସୋସିଏଶନର ଜଏଣ୍ଟ ସେକ୍ରେଟାରି ରଞ୍ଜିତ ମହାନ୍ତି କହିଛନ୍ତି, ବିଏମ୍‌ସିର ଚୁକ୍ତି ଅନୁଯାୟୀ ଉଠାଦୋକାନୀ ମାର୍କେଟ ଭିତରେ ଆଉ ବ୍ୟବସାୟ କରିପାରିବେ ନାହିଁ। ସେମାନଙ୍କ ଥଇଥାନ କଥା ବିଏମ୍‌ସି ବୁଝିବ। ସେଥିରେ ଆମର କିଛି ଭାଗିଦାରିତା ନାହିଁ। ଯଦି ଉଠାଦୋକାନୀ ମାର୍କେଟ ଭିତରକୁ ପଶିବାକୁ ଉଦ୍ୟମ କରିବେ ତେବେ ଜୋର୍‌ଦାର ବିରୋଧ କରାଯିବ ଓ ସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସବୁଦିନ ପାଇଁ ଉଚ୍ଛେଦ ଦାବିକରି ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ମାର୍କେଟକୁ ବନ୍ଦ କରି ରଖିଥିଲା। ଗୁରୁବାର ବିଏମ୍‌ସି ଓ ମାର୍କେଟ ଆସୋସିଏଶନ୍‌ ମଧ୍ୟରେ ଥିବା ରାଜିନାମା ରିନ୍ୟୁ ହେବା ପରେ ମାର୍କେଟ ଖୋଲିଥିଲା। ଏହି ରାଜିନାମା ଅନୁଯାୟୀ ଉଠାଦୋକାନୀମାନେ ଆଉ ମାର୍କେଟ ମଧ୍ୟରେ ବସି ପାରିବେ ନାହିଁ। ମାତ୍ର କୌଣସି ଥଇଥାନ ନ କରି ସେମାନଙ୍କୁ ବ୍ୟବସାୟ କରିବାରୁ ବାରଣ କରିବା ଅନ୍ୟାୟ ବୋଲି ଉଠାଦୋକାନୀ ମହାସଂଘ ପକ୍ଷରୁ କୁହାଯାଇଛି। ଏଥିସହ ଯଦି ବିଏମ୍‌ସି ସେମାନଙ୍କ ପାଇଁ ଜାଗା ଚିହ୍ନଟ କରିଛି, ତେବେ ତାହାକୁ ଦେଖାଇବା ପାଇଁ ମହାସଂଘ ସଭାପତି ପ୍ରତାପ କହିଛନ୍ତି। ତେବେ ମାର୍କେଟ ଖୋଲିବା ପୂର୍ବରୁ ଯେଉଁ ବିବାଦ ବା ସମସ୍ୟା ଲାଗି ରହିଥିଲା ଏବେ ମଧ୍ୟ ତାହା ଲାଗିରହିଛି। ମାର୍କେଟରେ ଉଠାଦୋକାନୀ ବସି ପାରିବେନି ବୋଲି ଆସୋସିଏଶନ୍‌ ସଫାସଫା କହି ଦେଇଥିବାବେଳେ ଥଇଥାନ ନ ହେବାଯାଏ ମାର୍କେଟରେ ହିଁ ବ୍ୟବସାୟ କରାଯିବ ବୋଲି ଉଠାଦୋକାନୀ ମହାସଂଘ ଜିଦ୍‌ ଧରି ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?