Posted inଜାତୀୟ

ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ କର୍ନାଟକ ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଏହା ଶୁଣାଣି ହେବ। ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ନୂଆ ବର୍ଷରେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ।

ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ଏକ ଡିଭିଜନ ବେଞ୍ଚ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାର ଶୁଣାଣି କରିବେ। ବାକୁ ମନାଇବା ପାଇଁ କଠିନ ସଂଘର୍ଷ କରିବାକୁ ପଡିବ। ଧାରା ୩୭୫ରେ ‘ବ୍ୟତିକ୍ରମ’ ହଟିଲେ ଅର୍ଥାତ୍‌ ଏହା ସପକ୍ଷରେ ଶୀର୍ଷକୋର୍ଟଙ୍କ ରାୟ ଆସିଲେ ବୈବାହିକ ବଳାତ୍କାରକୁ ଆଇପିସିର ଧାରା ୩୭୬ ଅନୁଯାୟୀ ଦଣ୍ଡନୀୟ ହେବ। ଆଇପିସିର ଧାରା ୨୭୫ ବଳାତ୍କାର ଅପରାଧକୁ ବ୍ୟାଖ୍ୟା କରେ କିନ୍ତୁ ଏକ ବ୍ୟତିକ୍ରମ ପ୍ରଦାନ କରେ ଯେଉଁଥିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ (ଯଦି ସ୍ତ୍ରୀ ୧୫ ବର୍ଷରୁ କମ ନୁହଁନ୍ତି) ରଖିବା ବଳାତ୍କାର ନୁହେଁ।]

ଜୁଲାଇରେ ସୁପ୍ରିମକୋର୍ଟ କର୍ନାଟକ ହାଇକୋର୍ଟଙ୍କ ମାର୍ଚ୍ଚ ୨୩ର ରାୟ ଉପରେ ରୋକ ଲଗାଇ ଥିଲେ। ଏହି ରାୟ ସ୍ତ୍ରୀଙ୍କ ଇଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିଲେ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ। ହାଇକୋର୍ଟ କହିଥିଲେ, ଆଇନ ନିର୍ମାତାମାନେ ଆଇନରେ ଏଭଳି ପାର୍ଥକ୍ୟର ଅସ୍ତିତ୍ୱ ଉପରେ ବିଚାର କରିବା ଉଚିତ। ଯୁଗ ଯୁଗ ଧରି, ସ୍ବାମୀ ଭାବରେ ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ସେମାନଙ୍କର ସମ୍ପତ୍ତି ଭାବରେ ବିବେଚନା କରୁଛନ୍ତି । ଏହା ଏକ ପୁରୁଣା ଚିନ୍ତାଧାରା ଏବଂ ପରମ୍ପରା ଯେ ସ୍ବାମୀମାନେ ସେମାନଙ୍କ ସ୍ତ୍ରୀମାନଙ୍କର ଶାସକ ଅଟନ୍ତି, ସେମାନଙ୍କର ଶରୀର, ମନ ଏବଂ ଆତ୍ମା ଉପରେ ସେମାନଙ୍କର ଅଧିକାର ରହିଛି। ଏହା ସମାପ୍ତ ହେବା ଉଚିତ। ଏହା କେବଳ ପ୍ରାଚୀନ, ପ୍ରତିକ୍ରିୟାଶୀଳ ଏବଂ ପୂର୍ବ ଧାରଣା ଉପରେ ନିର୍ଭର କରେ। ଦେଶରେ ଏଭଳି ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

୧୧ ମେ‘ରେ, ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ରାଜୀବ ଶକଧର ଏବଂ ଜଷ୍ଟିସ ହରି ଶଙ୍କରଙ୍କ ଏକ ବେଞ୍ଚ ଆଇପିସିର ଧାରା ୩୭୫କୁ ବ୍ୟତିକ୍ରମର ସାମ୍ବିଧାନିକତା ଉପରେ ବିଭାଜିତ ରାୟ ଦେଇଥିଲେ।

ଜଷ୍ଟିସ ଶକଧର ଏହାକୁ ଅସାମ୍ବିଧାନିକ ବୋଲି କହିଥିବାବେଳେ ଜଷ୍ଟିସ ଶଙ୍କର ଆବେଦନକାରୀଙ୍କ ଯୁକ୍ତିକୁ ଖାରଜ କରିଥିଲେ। ତେବେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ଉଭୟ ଜଜ ଏକ ପ୍ରମାଣପତ୍ର ପ୍ରଦାନ କରିବାକୁ ସହମତ ହୋଇଥିଲେ।

ଅକ୍ଟୋବର ୨୦୧୭ ରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲାରେ କହିଥିଲେ ଯେ ୧୮ ବର୍ଷରୁ କମ ପୁରୁଷ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ବଳାତ୍କାର କୁହାଯିବ। ଆଇପିସି ଅନ୍ତର୍ଗତ ଏହି ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ସ୍ବାମୀଙ୍କୁ ଦଣ୍ଡିତ କରାଯାଇପାରେ କିମ୍ବା ପୋକ୍ସା ଅଧିନିୟମ ଅନୁଯାୟୀ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ।

ଧାରା ୩୭୫ ଅନୁଯାୟୀ, ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ। ତେବେ ସ୍ବାମୀଙ୍କ ଦ୍ୱାରା ହୋଇଥିବା ସମ୍ପର୍କ ବଳାତ୍କାର ନୁହେଁ।
ଯଦିଓ ଏଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ଇଚ୍ଛା ବିରୁଦ୍ଧରେ ଏପରି କରିଥାନ୍ତୁ। ଏହି ବ୍ୟତିକ୍ରମର ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ

ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ...

ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…

ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର...

ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ

ଫରିଦାବାଦ୍‌, ୬।୮: ଟ୍ରାଫିକ୍‌ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା...

ନିଦରୁ ଉଠ, ସତ କୁହ

ନୂଆଦିଲ୍ଲୀ,୯ା୫: ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସଂଖ୍ୟା ଲୁଚାଯାଉଛି। ବିଶେଷକରି ଭାଜପା ଶାସିତ ରାଜ୍ୟଗୁଡ଼ିକରେ କୋଭିଡ୍‌-୧୯ ଆକ୍ରାନ୍ତ ଆଖି...

ହରିୟାଣା-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ହେବ ପ୍ରଥମ ପ୍ଲାଷ୍ଟିକ୍‌ ମୁକ୍ତ ନିର୍ବାଚନ

ନୂଆଦିଲ୍ଲୀ, ୨୧।୯: ହରିୟାଣା-ମହାରାଷ୍ଟ୍ର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ...

୪ଦିନିଆ ଚେନ୍ନାଇ ଗସ୍ତରେ ରାଷ୍ଟ୍ରପତି

ଚେନ୍ନାଇ,୨।୮: ସୋମବାର ଚେନ୍ନାଇରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୪ଦିନିଆ ତାମିଲନାଡୁରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି କୋବିନ୍ଦ। ସୋମବାର ସେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ...

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର

ଗାନ୍ଧିନଗର,୫।୭: ଗୁଜରାଟ ରାଧାନପୁରର କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ...

ଦିଲ୍ଲୀ ଏମସିଡି ନିର୍ବାଚନ: ୧୩୪୯ ପ୍ରାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏକ କୋଟି ୪୭ ମତଦାତା

ନୂଆଦିଲ୍ଲୀ,୪ ।୧୨: ଏମସିଡିର ସମସ୍ତ ୨୫୦ ୱାର୍ଡରେ ରବିବାର ଅର୍ଥାତ୍ ୪ ଡିସେମ୍ବରରେ ଭୋଟିଂ ହେବାକୁ ଯାଉଛି । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ...

Advertisement
Archives

Model This Week