Posted inଜାତୀୟ

ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ କର୍ନାଟକ ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଏହା ଶୁଣାଣି ହେବ। ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ନୂଆ ବର୍ଷରେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ।

ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ଏକ ଡିଭିଜନ ବେଞ୍ଚ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାର ଶୁଣାଣି କରିବେ। ବାକୁ ମନାଇବା ପାଇଁ କଠିନ ସଂଘର୍ଷ କରିବାକୁ ପଡିବ। ଧାରା ୩୭୫ରେ ‘ବ୍ୟତିକ୍ରମ’ ହଟିଲେ ଅର୍ଥାତ୍‌ ଏହା ସପକ୍ଷରେ ଶୀର୍ଷକୋର୍ଟଙ୍କ ରାୟ ଆସିଲେ ବୈବାହିକ ବଳାତ୍କାରକୁ ଆଇପିସିର ଧାରା ୩୭୬ ଅନୁଯାୟୀ ଦଣ୍ଡନୀୟ ହେବ। ଆଇପିସିର ଧାରା ୨୭୫ ବଳାତ୍କାର ଅପରାଧକୁ ବ୍ୟାଖ୍ୟା କରେ କିନ୍ତୁ ଏକ ବ୍ୟତିକ୍ରମ ପ୍ରଦାନ କରେ ଯେଉଁଥିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ (ଯଦି ସ୍ତ୍ରୀ ୧୫ ବର୍ଷରୁ କମ ନୁହଁନ୍ତି) ରଖିବା ବଳାତ୍କାର ନୁହେଁ।]

ଜୁଲାଇରେ ସୁପ୍ରିମକୋର୍ଟ କର୍ନାଟକ ହାଇକୋର୍ଟଙ୍କ ମାର୍ଚ୍ଚ ୨୩ର ରାୟ ଉପରେ ରୋକ ଲଗାଇ ଥିଲେ। ଏହି ରାୟ ସ୍ତ୍ରୀଙ୍କ ଇଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିଲେ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ। ହାଇକୋର୍ଟ କହିଥିଲେ, ଆଇନ ନିର୍ମାତାମାନେ ଆଇନରେ ଏଭଳି ପାର୍ଥକ୍ୟର ଅସ୍ତିତ୍ୱ ଉପରେ ବିଚାର କରିବା ଉଚିତ। ଯୁଗ ଯୁଗ ଧରି, ସ୍ବାମୀ ଭାବରେ ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ସେମାନଙ୍କର ସମ୍ପତ୍ତି ଭାବରେ ବିବେଚନା କରୁଛନ୍ତି । ଏହା ଏକ ପୁରୁଣା ଚିନ୍ତାଧାରା ଏବଂ ପରମ୍ପରା ଯେ ସ୍ବାମୀମାନେ ସେମାନଙ୍କ ସ୍ତ୍ରୀମାନଙ୍କର ଶାସକ ଅଟନ୍ତି, ସେମାନଙ୍କର ଶରୀର, ମନ ଏବଂ ଆତ୍ମା ଉପରେ ସେମାନଙ୍କର ଅଧିକାର ରହିଛି। ଏହା ସମାପ୍ତ ହେବା ଉଚିତ। ଏହା କେବଳ ପ୍ରାଚୀନ, ପ୍ରତିକ୍ରିୟାଶୀଳ ଏବଂ ପୂର୍ବ ଧାରଣା ଉପରେ ନିର୍ଭର କରେ। ଦେଶରେ ଏଭଳି ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

୧୧ ମେ‘ରେ, ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ରାଜୀବ ଶକଧର ଏବଂ ଜଷ୍ଟିସ ହରି ଶଙ୍କରଙ୍କ ଏକ ବେଞ୍ଚ ଆଇପିସିର ଧାରା ୩୭୫କୁ ବ୍ୟତିକ୍ରମର ସାମ୍ବିଧାନିକତା ଉପରେ ବିଭାଜିତ ରାୟ ଦେଇଥିଲେ।

ଜଷ୍ଟିସ ଶକଧର ଏହାକୁ ଅସାମ୍ବିଧାନିକ ବୋଲି କହିଥିବାବେଳେ ଜଷ୍ଟିସ ଶଙ୍କର ଆବେଦନକାରୀଙ୍କ ଯୁକ୍ତିକୁ ଖାରଜ କରିଥିଲେ। ତେବେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ଉଭୟ ଜଜ ଏକ ପ୍ରମାଣପତ୍ର ପ୍ରଦାନ କରିବାକୁ ସହମତ ହୋଇଥିଲେ।

ଅକ୍ଟୋବର ୨୦୧୭ ରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲାରେ କହିଥିଲେ ଯେ ୧୮ ବର୍ଷରୁ କମ ପୁରୁଷ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ବଳାତ୍କାର କୁହାଯିବ। ଆଇପିସି ଅନ୍ତର୍ଗତ ଏହି ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ସ୍ବାମୀଙ୍କୁ ଦଣ୍ଡିତ କରାଯାଇପାରେ କିମ୍ବା ପୋକ୍ସା ଅଧିନିୟମ ଅନୁଯାୟୀ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ।

ଧାରା ୩୭୫ ଅନୁଯାୟୀ, ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ। ତେବେ ସ୍ବାମୀଙ୍କ ଦ୍ୱାରା ହୋଇଥିବା ସମ୍ପର୍କ ବଳାତ୍କାର ନୁହେଁ।
ଯଦିଓ ଏଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ଇଚ୍ଛା ବିରୁଦ୍ଧରେ ଏପରି କରିଥାନ୍ତୁ। ଏହି ବ୍ୟତିକ୍ରମର ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?