Posted inଖେଳ

ଓଡ଼ିଶା ଏଫସି ଦଳରେ ମାର୍ସେଲିନୋ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ଅଭିଜ୍ଞ ବ୍ରାଜିଲିଆନ ଫରଓ୍ବାର୍ଡ ମାର୍ସେଲିନୋ(ମାର୍ସେଲୋ ଲେଇଟେ ପେରେରା)ଙ୍କ ସହିତ ଚୁକ୍ତି କରିଛି ଓଡ଼ିଶା ଏଫସି। ତେଣୁ ଏହି ତାରକା ଖେଳାଳି ଆଗାମୀ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) ସିଜନରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି। ବୁଧବାର ମାର୍ସେଲିନୋଙ୍କ ସହ ଏକ ବର୍ଷିଆ ଚୁକ୍ତି କରିଛି ଓଡ଼ିଶା ଏଫସି।
ଜଣେ ଷ୍ଟ୍ରାଇକର, ଓ୍ବିଙ୍ଗର ଏବଂ ଆକ୍ରମଣାତ୍ମକ ମିଡ୍‌ଫିଲ୍ଡରଭାବେ ପରିଚିତ ମାର୍ସେଲିନୋ ପୂର୍ବରୁ ଆଇଏସଏଲ ସହିତ ଅନେକ ନାମୀ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୬ ସିଜନରେ ସେ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ୧୫ ମ୍ୟାଚରୁ ୧୦ ଗୋଲ ଦେଇ ଗୋଲ୍ଡେନ ବୁଟ୍‌ ବିଜେତା ହୋଇଥିଲେ। ତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଡାଇନାମସ ଦଳ ପ୍ଲେ-ଅଫ୍‌ ଖେଳିଥିଲା। ଏହାପରେ ସେ ଏଫସି ପୁଣେ ସିଟି ଏବଂ ହାଇଦ୍ରାବାଦ ଏଫସି ପକ୍ଷରୁ କ୍ରମାଗତ ୩ ସିଜନ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ଆଇଏସଏଲରେ ୬୩ଟି ମ୍ୟାଚ ଖେଳି ୩୧ଟି ଗୋଲ ଦେଇଥିବାବେଳେ ୧୮ ଗୋଲ ଦେବାରେ ସାହାଯ୍ୟ କରିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ ‘ବି’ ପକ୍ଷରୁ ଖେଳି ପେସାଦାର କ୍ୟାରିୟର ଆରମ୍ଭ କରିଥିବା ଏହି ରିଓ ଡି ଜେନିରୋ ଜନ୍ମିତ ପ୍ଲେମେକର ଆମେରିକା, ଗ୍ରୀସ୍‌, ସ୍ପେନ, ଇଟାଲୀ ଓ ବ୍ରାଜିଲର ଏକାଧିକ ଦଳ ପକ୍ଷରୁ କ୍ଲବ ଫୁଟବଲ ଖେଳିଛନ୍ତି।
ମାର୍ସେଲିନୋଙ୍କୁ କ୍ଲବକୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫସି ସଭାପତି ରୋହନ ଶର୍ମା। ”ଜୀବନ ସତରେ ଅଦ୍ଭୁତ ଓ ସୁନ୍ଦର। ଦୀର୍ଘଦିନ ପରେ ମାର୍ସେଲିନୋ ଆମ ନିକଟକୁ ଫେରିଆସିବା ଖୁସିର କଥା। ଏବେ ସେ ଆଇଏସଏଲ୍‌ର ତୃତୀୟ ସର୍ବାଧିକ ଗୋଲ ସ୍କୋରର। ଆଗାମୀ ସିଜନରେ ତାଙ୍କ ନିକଟରୁ ଆଉ କିଛି ଚମତ୍କାରିତା ଦେଖିବାକୁ ମିଳିବା ଆଶା ରହିଛି। ଆଗାମୀ ସିଜନ ପାଇଁ ତାଙ୍କର ଅନେକ ଯୋଜନା ଅଛି। ଆମେ ଏଥର ଓଡ଼ିଶାକୁ ଟ୍ରଫି ଆଣିବାକୁ ଚାହୁଁଛୁ“ ବୋଲି ରୋହନ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଦିଲ୍ଲୀ ଡାଇନାମସ ଦଳ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ହେବାପରେ ଓଡ଼ିଶା ଏଫସିରେ ପରିଣତ ହୋଇଛି। ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି ଯେ, ଭାରତୀୟ ଫୁଟବଲରେ ଖେଳିବାର ଅଭିଜ୍ଞତା ରଖିଥିବାରୁ ମାର୍ସେଲିନୋଙ୍କ ଉପସ୍ଥିତି ଆମପାଇଁ ଉପାଦେୟ ହେବ। ନୂଆ ଚୁକ୍ତିରେ ମାର୍ସେଲିନୋ ମଧ୍ୟ ଖୁସି ଜାହିର କରିଛନ୍ତି। ଆଗାମୀ ଚ୍ୟାଲେଞ୍ଜ ପାଇଁ ମୁଁ ପ୍ରସ୍ତୁତ। ନୂଆ ଟିମ୍‌ ଏବଂ କୋଚ୍‌ଙ୍କ ଅଧୀନରେ ମୁଁ ଭଲ ଖେଳିବାକୁ ଚାହେଁ। ଆଗାମୀ ସିଜନ ଆମ ସମସ୍ତଙ୍କପାଇଁ ସ୍ମରଣୀୟ ହେବା ଆଶା ବୋଲି ସେ ପ୍ରକଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri