Posted inଖେଳ

ଓଡ଼ିଶା ଏଫସି ଦଳରେ ମାର୍ସେଲିନୋ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ଅଭିଜ୍ଞ ବ୍ରାଜିଲିଆନ ଫରଓ୍ବାର୍ଡ ମାର୍ସେଲିନୋ(ମାର୍ସେଲୋ ଲେଇଟେ ପେରେରା)ଙ୍କ ସହିତ ଚୁକ୍ତି କରିଛି ଓଡ଼ିଶା ଏଫସି। ତେଣୁ ଏହି ତାରକା ଖେଳାଳି ଆଗାମୀ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) ସିଜନରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି। ବୁଧବାର ମାର୍ସେଲିନୋଙ୍କ ସହ ଏକ ବର୍ଷିଆ ଚୁକ୍ତି କରିଛି ଓଡ଼ିଶା ଏଫସି।
ଜଣେ ଷ୍ଟ୍ରାଇକର, ଓ୍ବିଙ୍ଗର ଏବଂ ଆକ୍ରମଣାତ୍ମକ ମିଡ୍‌ଫିଲ୍ଡରଭାବେ ପରିଚିତ ମାର୍ସେଲିନୋ ପୂର୍ବରୁ ଆଇଏସଏଲ ସହିତ ଅନେକ ନାମୀ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୬ ସିଜନରେ ସେ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ୧୫ ମ୍ୟାଚରୁ ୧୦ ଗୋଲ ଦେଇ ଗୋଲ୍ଡେନ ବୁଟ୍‌ ବିଜେତା ହୋଇଥିଲେ। ତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଡାଇନାମସ ଦଳ ପ୍ଲେ-ଅଫ୍‌ ଖେଳିଥିଲା। ଏହାପରେ ସେ ଏଫସି ପୁଣେ ସିଟି ଏବଂ ହାଇଦ୍ରାବାଦ ଏଫସି ପକ୍ଷରୁ କ୍ରମାଗତ ୩ ସିଜନ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ଆଇଏସଏଲରେ ୬୩ଟି ମ୍ୟାଚ ଖେଳି ୩୧ଟି ଗୋଲ ଦେଇଥିବାବେଳେ ୧୮ ଗୋଲ ଦେବାରେ ସାହାଯ୍ୟ କରିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ ‘ବି’ ପକ୍ଷରୁ ଖେଳି ପେସାଦାର କ୍ୟାରିୟର ଆରମ୍ଭ କରିଥିବା ଏହି ରିଓ ଡି ଜେନିରୋ ଜନ୍ମିତ ପ୍ଲେମେକର ଆମେରିକା, ଗ୍ରୀସ୍‌, ସ୍ପେନ, ଇଟାଲୀ ଓ ବ୍ରାଜିଲର ଏକାଧିକ ଦଳ ପକ୍ଷରୁ କ୍ଲବ ଫୁଟବଲ ଖେଳିଛନ୍ତି।
ମାର୍ସେଲିନୋଙ୍କୁ କ୍ଲବକୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫସି ସଭାପତି ରୋହନ ଶର୍ମା। ”ଜୀବନ ସତରେ ଅଦ୍ଭୁତ ଓ ସୁନ୍ଦର। ଦୀର୍ଘଦିନ ପରେ ମାର୍ସେଲିନୋ ଆମ ନିକଟକୁ ଫେରିଆସିବା ଖୁସିର କଥା। ଏବେ ସେ ଆଇଏସଏଲ୍‌ର ତୃତୀୟ ସର୍ବାଧିକ ଗୋଲ ସ୍କୋରର। ଆଗାମୀ ସିଜନରେ ତାଙ୍କ ନିକଟରୁ ଆଉ କିଛି ଚମତ୍କାରିତା ଦେଖିବାକୁ ମିଳିବା ଆଶା ରହିଛି। ଆଗାମୀ ସିଜନ ପାଇଁ ତାଙ୍କର ଅନେକ ଯୋଜନା ଅଛି। ଆମେ ଏଥର ଓଡ଼ିଶାକୁ ଟ୍ରଫି ଆଣିବାକୁ ଚାହୁଁଛୁ“ ବୋଲି ରୋହନ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଦିଲ୍ଲୀ ଡାଇନାମସ ଦଳ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ହେବାପରେ ଓଡ଼ିଶା ଏଫସିରେ ପରିଣତ ହୋଇଛି। ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି ଯେ, ଭାରତୀୟ ଫୁଟବଲରେ ଖେଳିବାର ଅଭିଜ୍ଞତା ରଖିଥିବାରୁ ମାର୍ସେଲିନୋଙ୍କ ଉପସ୍ଥିତି ଆମପାଇଁ ଉପାଦେୟ ହେବ। ନୂଆ ଚୁକ୍ତିରେ ମାର୍ସେଲିନୋ ମଧ୍ୟ ଖୁସି ଜାହିର କରିଛନ୍ତି। ଆଗାମୀ ଚ୍ୟାଲେଞ୍ଜ ପାଇଁ ମୁଁ ପ୍ରସ୍ତୁତ। ନୂଆ ଟିମ୍‌ ଏବଂ କୋଚ୍‌ଙ୍କ ଅଧୀନରେ ମୁଁ ଭଲ ଖେଳିବାକୁ ଚାହେଁ। ଆଗାମୀ ସିଜନ ଆମ ସମସ୍ତଙ୍କପାଇଁ ସ୍ମରଣୀୟ ହେବା ଆଶା ବୋଲି ସେ ପ୍ରକଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?