ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ଗଛ ପକାଇ ପୋଷ୍ଟର ମାରିଲେ

ବାଲିଗୁଡ଼ା,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ୍‌ ହୋଇଯାଇଛି। ବେଲଘର ଓ ତୁମୁଡିବନ୍ଧକୁ ସଂଯୋଗ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ୧୦୮ ସମେତ ଏକାଧିକ ଯାନବାହନ ଅଟକି ରହିଥିଲା।

ପ୍ରକାଶ ଯେ, କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ମାଓବାଦୀପ୍ରବଣ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ ବ୍ଲକ ଭାବେ ପରିଚିତ। ଏହାକୁ ଧ୍ୟାନ ଦେଇ ଏହି ବ୍ଲକର ୨ଟି ଥାନା ଯଥା ବେଲଘର ଏବଂ ତୁମୁଡିବନ୍ଧ ଥାନା ଅଞ୍ଚଳରୁ ମାଓବାଦୀ ଦମନ ନିମନ୍ତେ ଇତି ମଧ୍ୟରେ ୪ଟି କେନ୍ଦ୍ରୀୟ ସୁରକ୍ଷା ବଳର ଅସ୍ଥାୟୀ ଶିବିର ସ୍ଥାପନ କରିଛନ୍ତି ସରକାର। ତୁମୁଡିବନ୍ଧ ଥାନା ଅଧୀନରେ ତୁମୁଡିବନ୍ଧ, ବେଲଘର ଥାନା ଅଧୀନରେ ବେଲଘର, ଲଙ୍କାଗଡ଼ ଏବଂ ଭଣ୍ଡରଙ୍ଗି ଗ୍ରାମରେ ବହୁ ଅର୍ଥ ବ୍ୟୟ କରି ସମସ୍ତ ସୁବିଧା ଉପଲବ୍ଧ କରାଇ ଅସ୍ଥାୟୀ ଶିବିର ସ୍ଥାପନ ହୋଇସାରିଛି। ତେବେ କିଛି ଦିନର ନୀରବତା ପରେ ପୁଣିଥରେ ଏହି ବ୍ଲକର ଗୁମା ଅଞ୍ଚଳରେ ଯାହା ବେଲଘର ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଶିବିରଠାରୁ ମାତ୍ର ୮ କି. ମି ଦୂର ଗୁଚୁକା ଛକରେ ରାସ୍ତା ଉପରେ ଗଛ ପକାଇ ଧମକ ପୂର୍ଣ୍ଣ ପୋଷ୍ଟର ଛାଡ଼ି ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ l ମାଓବାଦୀ ଛାଡ଼ିଯାଇଥିବା ପୋଷ୍ଟରରେ ଆଶା, ଅଙ୍ଗନଓ୍ବାଡିଙ୍କ ଦାବିକୁ ରାଜ୍ୟ ସରକାର ଶୀଘ୍ର ମାନିନେବାକୁ ଲେଖାଥିବା ସହିତ ସମୁଦାୟ ୧୨ଟି ଦାବିକୁ ସରକାର ଯଥାଶୀଘ୍ର ପୂରଣ କରିବାକୁ ଚେତାବନୀ ଦିଆଯାଇଛି। ତେବେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ବେଲଘର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପହଞ୍ଚି ପୋଷ୍ଟର ଜବତ କରି ଗଛ ରାସ୍ତାରୁ ହଟାଇ ଯାନବାହନ ଚଳାଚଳ ସ୍ବାଭାବିକ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଥିବା ଜଣାପଡ଼ିଛି। ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri