୭ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଭାବରେ ପଡି ରହିଛି ପଞ୍ଚାୟତର ଅନେକ ଅଫିସ ଗୃହ : ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

ଥୁଆମୂଳ ରାମପୁର,୫।୬,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳ ପୋଡାପଦର ପଞ୍ଚାୟତକୁ ବର୍ତ୍ତମାନ ଦୁର୍ଗମ ଅଞ୍ଚଳ ଭାବି ଅଣଦେଖା କରାଯାଉଛି । ପାହାଡ଼ ପର୍ବତ ଘେରରେ ରହିଥିବା ଯୋଗୁ ଆଜିବି ଅବହେଳିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ଏଠିକାର ଲୋକେ । ସରକାରଙ୍କ ମୌଳିକ ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତ ସ୍ବପ୍ନ ପାଲଟିଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ଲୋକଙ୍କ କାର୍ଯ୍ୟରେ ଲାଗୁଥିବା ପଞ୍ଚାୟତ ଗୃହଟିଏ ନିର୍ମାଣ ହେବାକୁ ବର୍ଷ ବର୍ଷ ବିତିଯାଉଛି ହେଲେ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। କେବଳ ଏଠାରେ ଠିକାଦାର ପୋଷା ନୀତିରେ ଚାଲିଛି ପୋଡା ପଦର ପଞ୍ଚାୟତର ବିକାଶ ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ସ୍ଥାନୀୟ ସରପଞ୍ଚ ରାଏ ସିଂ ମାଝୀ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଖାଇଦେଇଛନ୍ତି ଟଙ୍କା ସେଥିପାଇଁ ଆଜି ଆମ ଗ୍ରାମପଞ୍ଚାୟତର ନିର୍ମାଣ ଧିନ ଗୃହ ସବୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ ବୋଲି ଗଣମାଧ୍ୟମ ଆଗରେ ବାଖାଣିଛନ୍ତି । ପୋଡାପଦର ଅଞ୍ଚଳ ଆଗରୁ ତାଳନଗୀ ପଞ୍ଚାୟତ ଅଧୀନରେଥିଲା। ୨୦୧୭ ମସିହାରେ ୧୮ ଟି ଗାଁକୁ ନେଇ ପୋଡାପଦରକୁ ନୂତନ ପଞ୍ଚାୟତ ଗଠନ କରାଗଲା । ଏହାପରଠାରୁ ଆଜକୁ ଦୁଇ ଥର ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। ଏହି ପଞ୍ଚାୟତ ନିମନ୍ତେ ୨୦୧୭ ମସିହାରେ ୩୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏକ ପଞ୍ଚାୟତ ଗୃହ ନିର୍ମାଣ କାମ ଆରମ୍ଭ କାରାଗଲା। ହେଲେ ଆଜକୁ ୭ ବର୍ଷରୁ ଉଦ୍ଧର୍‌ବ ସମୟ ହେଲାଣି ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଶେଷ ହୋଇ ପାରିଲା ନାହିଁ। ଏଠାରେ କେବଳ ପଞ୍ଚାୟତ ଗୃହ ନୁହେଁ ସେହିଭଳି ପଞ୍ଚାୟତ ଗୃହ ପରିସରରେ ପୁଣି ନିର୍ମାଣ ହେଉଥିବା ଗ୍ରାହକ ସେବା କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରାଜୀବ ଗାନ୍ଧୀ ଭବନ, ପଞ୍ଚାୟତ ଗୋଦାମ ଗୃହ ଏଏନଏମ ସେଣ୍ଟର, ମିଶନ ଶକ୍ତି ଭବନ ଏବଂ ସ୍କୁଲ କୋଠା ମଧ୍ୟ ସେହିଭଳି ଅଧାପନ୍ତରିଆ ଭାବେ ପଡି ରହିଛି । ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କର ଏହି ସବୁ ସମସ୍ୟାର ସମାଧାନ ଦିଗରେ ନିର୍ବାଚିତ ପ୍ରତିନିଧି ନା ରାଜନେତା କି ପ୍ରଶାସନ ମଧ୍ୟ କୌଣସି ପ୍ରକାରେ ଚେଷ୍ଟା କରୁ ନ ଥିବା ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି। ଏହାଫଳରେ ଏବେବି ଅଞ୍ଚଳର ଆଦିବାସୀମାନେ ହତାସାରେ ଜୀବନ ଯାପନ କରୁଛନ୍ତି। ଲୋକେ ବ୍ୟାଙ୍କ ସେବା, ଡାକ୍ତରଖାନା କିମ୍ବା ଅନ୍ୟ କୌଣସି ସେବା ପାଇବା ପାଇଁ ୭୦ କି.ମି ଥୁଆମୂଳ ରାମପୁର କିମ୍ବା ଇନ୍ଦ୍ରାବତୀ ନଦୀ ପାରହୋଇ ନବରଙ୍ଗପୁର ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଯଦି ଏହିଭଳି ଅଧାପନ୍ତରିଆ ସମସ୍ତ ଗୃହ ଗୁଡିକକୁ ଜରୁରୀକାଳୀନ ଭିତ୍ତିରେ ନିର୍ମାଣ କରାଯାଏ ତେବେ ନିଜ ଅଞ୍ଚଳରେ ଲୋକେ ସରକାରୀ ସେବା ପାଇପାରିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ଏହି ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁ କୌଣସି ଅଧିକାରୀ ମଧ୍ୟ ଏ ଅଞ୍ଚଳକୁ ଯାଉ ନାହାଁନ୍ତି । ଯାହା ଫଳରେ ଏହାର ଫାଇଦା ଉଠାଉଛନ୍ତି ଠିକାଦାର ଓ ଯନ୍ତ୍ରୀ। ଏଣୁ ତୁରନ୍ତ ଜିଲା ପ୍ରଶାସନ, ରାଜ୍ୟ ସରକାର ଏ ଗ୍ରାମପଞ୍ଚାୟତର ଦୁଃଖ ଶୁଣନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି । ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ ଅଞ୍ଚଳ ପାଇଁ ସିଧାସଳଖ ଗାଡ଼ି ମାଧ୍ୟମରେ କୌଣସି ମେଟେରିଆଲ ନେବା ପାଇଁ ସୁବିଧା ନାହିଁ କେବଳ ଯାହା ଯିବାକଥା ବୋଟ ମାଧ୍ୟମରେ ହିଁ ଅଳ୍ପ ଅଳ୍ପ ମେଟେରିଆଲ ଯାଉଛି ଏଣୁ କାମ ଏଭଳି ଭାବରେ ମନ୍ଥର ଗତିରେ ଚାଲିଛି ଆଗରୁ ଯେଉଁ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କରାଯାଇଥିଲା ବର୍ତ୍ତମାନ ତାହା ବନ୍ଦ ଅଛି ରାସ୍ତା ହୋଇଗଲେ ସେ ପଞ୍ଚାୟତ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇପାରିବ ଏବଂ ଆମେ ମଧ୍ୟ ଅଧାପନ୍ତରିଆ ରହିଥିବା ଗୃହ ଗୁଡ଼ିକ କେମିତି ଶୀଘ୍ର ସରିପରିବ ସେନେଇ ଚେଷ୍ଟା କରିବୁ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri