୫ ବର୍ଷ ମଧ୍ୟରେ ବୁଡ଼ିଯିବ ମୁମ୍ବାଇ ଭଳି ବହୁ ସହର,ଭାଙ୍ଗୁଛି ବିଶାଳକାୟ ହିମ ପାହାଡ଼…

ଓ୍ବାଶିଂଟନ, ୧୪।୧୨: ଆଣ୍ଟାର୍କଟିକାରେ ବିଶାଳକାୟ ହିମପାହାଡ଼ରେ ଫାଟ ଦେଖାଦେଇଛି। ଏହି ହିମ ପାହାଡ଼ର ଲମ୍ବ ୧୭୦,୩୧୨ କିଲୋମିଟର। ଏହା ଆମେରିକାର ଫ୍ଲୋରିଡା ରାଜ୍ୟ ସହିତ ସମାନ ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ହିମ ପାହାଡ଼ ଆସନ୍ତା ୫ ବର୍ଷ ମଧ୍ୟରେ ଭାଙ୍ଗିଯିବ। ଯାହା ଦ୍ୱାରା ସମୁଦ୍ରର ଜଳ ସ୍ତର ୨୫ ଇଞ୍ଚ ବୃଦ୍ଧି ପାଇବ।

ଏହି କାରଣରୁ, ମୁମ୍ବାଇ ସମେତ ପୃଥିବୀର ଅନ୍ୟ ଉପକୂଳବର୍ତ୍ତୀ ସହର ବୁଡ଼ିବାର ଆଶଙ୍କା ଦେଖାଦେଇଛି ବୋଲି ପ୍ରଫେସର ଟେଡ ସ୍କାବୋସ କହିଛନ୍ତି। ଆମେରିକୀୟ ଜିଓଫିଜିକାଲ ୟୁନିଅନର ବାର୍ଷିକ ବୈଠକରେ ଏହି ବିଷୟରେ ସାଟେଲାଇଟ ଦ୍ୱାରା ପଠାଯାଇଥିବା ତଥ୍ୟ ଉପସ୍ଥାପିତ ହୋଇଛି।

ଏନେଇ ଓରେଗନ ଷ୍ଟେଟ ୟୁନିଭର୍ସିଟିର ଗବେଷକ ଦଳର ମୁଖ୍ୟ ଇରେନ ପେଟ୍ଟିଟ କହିଛନ୍ତି ଯେ, ଏହି ବିଶାଳକାୟ ହିମପାହାଡ଼ ଭାଙ୍ଗିବା ଦ୍ୱାରା ବିଶ୍ୱ ସ୍ତରରେ ସମୁଦ୍ର ପତ୍ତନ ତିନି ଗୁଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ଭାଙ୍ଗିବା ପରେ ଅନ୍ୟ ହିମପାହାଡ଼ଗୁଡ଼ିକ ମଧ୍ୟ ଆଣ୍ଟାର୍କଟିକାଠାରୁ ଅଲଗା ହୋଇଯିବ। ଏକ ଅନୁସନ୍ଧାନ ଅନୁଯାୟୀ, ୧୯୮୦ ଦଶକରୁ ଅତି କମରେ ୫୦୦ ଶହ କୋଟି ଟନ ବରଫ ନଷ୍ଟ ହୋଇଛି। ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ହୋଇଥିବା ପରିବେଶ୍‌ବିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫:ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ…

ସକାଳୁ ସକାଳୁ ବଡ଼ ଝଟକା! ପୁଣି ବଢ଼ିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୨୩।୫: ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri