ବହୁ ବିଜେଡି ନେତା ଯୋଗାଯୋଗରେ ଅଛନ୍ତି: ଭାଜପା

ଭୁବନେଶ୍ବର, ୨ା୬(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଉ କମ୍‌ ସମୟ ଥିବାବେଳେ ବିଜେଡିର ଏକାଧିକ ନେତା ଓ ବିଧାୟକ ସମ୍ପର୍କରେ ଥିବା ନେଇ ବହୁ ଭାଜପା ନେତା ବାରମ୍ବାର ଦାବି କରିବା ଆରମ୍ଭ କରିଦେଇଛନ୍ତି। ତେବେ ନିର୍ବାଚନ ଆସିଲେ ବହୁ ନେତା ଦଳ ଅଦଳବଦଳ କରିଥାଆନ୍ତି। ସେହି ଦୃଷ୍ଟିରୁ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ଚର୍ଚ୍ଚା ପୁଣି ଚାଲିଲାଣି। ଭାଜପା ନେତାଙ୍କ ଏହି ଦାବି ପରେ ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। କେଉଁ ନେତାମାନେ ଭାଜପା ସମ୍ପର୍କରେ ଅଛନ୍ତି ଏବଂ ସେମାନଙ୍କ ଏହି ଦାବିର କେତେ ସତ୍ୟତା ରହିଛି ତାହା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ହେଲେ ଭାଜପା ଏହାକୁ ସେତେଟା ଗୁରୁତ୍ୱ ଦେଇ ନାହିଁ। ପ୍ରଥମେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିର ୧୧୭ ବିଧାୟକ ତାଙ୍କ ଦଳ ସହିତ ସମ୍ପର୍କରେ ଥିବା କଥା କହିଥିଲେ। ଏହାପରେ ଏହି କଥାକୁ ଭାଜପା ଏମ୍‌ପି ଜୁଏଲ୍‌ ଓରାମ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବେ ଦଳର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଜୁଏଲ୍‌ କହିଛନ୍ତି, ବିଜେଡିର ଏମ୍‌ପି ଏବଂ ବିଧାୟକମାନେ ସେମାନଙ୍କ ସରକାରର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି। ସରକାରୀ କାର୍ଯ୍ୟ ଉପରେ ସେମାନେ ବିଶେଷତଃ ଅସନ୍ତୁଷ୍ଟ। ସେହି ଅସନ୍ତୋଷ କେବେ ବିସ୍ଫୋରଣର ରୂପ ନେବ ତାହା କହିହେବ ନାହିଁ। ଯେଉଁମାନେ ବିଜେଡି ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ସାଙ୍ଗଠନିକସ୍ତରରେ କଥାବାର୍ତ୍ତା ଚାଲିଛି ବୋଲି ସେ କହିଛନ୍ତି। ପୃଥ୍ବୀରାଜ କହିଛନ୍ତି, ବିଜେଡି ସରକାରରେ ଯେପରି ଭ୍ରଷ୍ଟାଚାର, ଅନାଚାର ଏବଂ ଏକଚ୍ଛତ୍ରବାଦ ଚାଲିଛି ତାକୁ ଶେଷ କରିବାକୁ ସେମାନଙ୍କ ଦଳରୁ ୧୦୦ରୁ ଅଧିକ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ ଏବଂ ଧର୍ମର ସାଥ୍‌ ଦେବେ। ସେକଥା ସିଧାସଳଖ ଭାବେ ସେହି ରାସ୍ତାରେ ହିଁ ଚାଲିଛି। ବିଜେଡିରେ ୮୦ ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ଲାଗି ମାନସିକସ୍ତରରେ ପ୍ର୍‌ସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷେ ବିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ତାଙ୍କ ବିଧାୟକମାନେ ଆମ ଲିଙ୍କ୍‌ରେ ଏବଂ ଆମ ବିଧାୟକମାନେ ସେମାନଙ୍କ ସମ୍ପର୍କରେ ଅଛନ୍ତି। ନିର୍ବାଚନ ଯେତେବେଳେ ଆସିବ ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି ହେବ। ସେମାନେ ଆଗରୁ କହୁ ନ ଥିଲେ କି ୧୨୦ ଆସନ ନେବେ, ବଙ୍ଗୋପସାଗରରେ ପକେଇଦେବେ, ପୋଡ଼ା ଟ୍ରାନ୍ସଫର୍ମର ବି କହୁଥିଲେ। କ’ଣ ହେଲା, ପୋଡ଼ା ଟ୍ରାନ୍ସଫର୍ମର ବିଜୁଳି ଦେଲା। ୧୨୦ ସିଧା ୨୨ରେ ପରିଣତ ହେଲା। ଏବେ ସେମାନେ ସେହିଭଳି କଥା କହୁଛନ୍ତି ବୋଲି ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?