Posted inଜାତୀୟ

ମୂଲ ଲାଗି ସ୍ତ୍ରୀ-ପିଲାଙ୍କ ଭରଣପୋଷଣ କରିବା ପୁରୁଷଙ୍କର କର୍ତ୍ତବ୍ୟ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ପୁରୁଷଙ୍କୁ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ ପାଇଁ ମୂଲ ଲାଗି ପରିଶ୍ରମ କରି ମଧ୍ୟ ଟଙ୍କା ରୋଜଗାର କରିବାକୁ ପଡିବ। କାରଣ ସ୍ତ୍ରୀ ଏବଂ ପିଲାମାନଙ୍କୁ ଆର୍ଥିକ ସହାୟତା ଯୋଗାଉ ଦେବା ତାଙ୍କର କର୍ତ୍ତବ୍ୟ।

ଜଷ୍ଟିସ ଦୀନେଶ ମେହେଶ୍ୱରୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ଏହାର ଏକ ମାମଲାର ବିଚାର କରି ବୁଧବାର କହିଛନ୍ତି ଯେ ସ୍ବାମୀ ଯଦି ଶାରୀରିକ ପରିଶ୍ରମ ଶ୍ରମ କରିବାକୁ ସକ୍ଷମ ତେବେ ତାଙ୍କୁ ଏଭଳି ଆଇନ ଅନୁସାରେ କରିବାକୁ ପଡ଼ିବ। ଏହି ଦାୟିତ୍ୱରୁ ସେ ରକ୍ଷା ପାଇପାରିବ ନାହିଁ। ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟା ସଂହିତା ଧାରା ୧୨୫ ହେଉଛି ସାମାଜିକ ନ୍ୟାୟର ଏକ ଉପାୟ। ଏହା ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ପ୍ରଣୟନ କରାଯାଇଛି।

ଜଷ୍ଟିସ ଦୀନେଶ ମେହେଶ୍ୱରୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ଏହାର ଏକ ମାମଲାର ବିଚାର କରି ବୁଧବାର କହିଛନ୍ତି ଯେ ସ୍ବାମୀ ଯଦି ଶାରୀରିକ ପରିଶ୍ରମ ଶ୍ରମ କରିବାକୁ ସକ୍ଷମ ତେବେ ତାଙ୍କୁ ଏଭଳି ଆଇନ ଅନୁସାରେ କରିବାକୁ ପଡ଼ିବ। ଏହି ଦାୟିତ୍ୱରୁ ସେ ରକ୍ଷା ପାଇପାରିବ ନାହିଁ। ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟା ସଂହିତା ଧାରା ୧୨୫ ହେଉଛି ସାମାଜିକ ନ୍ୟାୟର ଏକ ଉପାୟ। ଏହା ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ପ୍ରଣୟନ କରାଯାଇଛି।

ଫରିଦାବାଦରେ ପରିବାର କୋର୍ଟର ଆଦେଶକୁ କାଏମ ରଖି ଶୀର୍ଷକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କରିଥିବାେ ମହିଳାଙ୍କ ଆବେଦନକୁ ଏହି ବେଞ୍ଚ ଅନୁମତି ଦେଇଛନ୍ତି। ଏହି ବେଞ୍ଚ ଆଡଭୋକେଟ ଦୁଷ୍ୟନ୍ତ ପରଶରଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରଛନ୍ତି। ସେ ସ୍ବାମୀଙ୍କ ପକ୍ଷରୁ ହାଜର ହୋଇ ଯୁକ୍ତି କରିଥିଲେ ଯେ ତାଙ୍କର ଏକ ଛୋଟ ବ୍ୟବସାୟ ଅଛି ଯାହା ବନ୍ଦ ହୋଇଯାଇଛି। ତେଣୁ ତାଙ୍କର କୌଣସି ରୋଜଗାରର ଉତ୍ସ ନାହିଁ ।

ପୁଅଙ୍କୁ ମାସିକ ୬ ହଜାର ଟଙ୍କା ସହିତ ସ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆଡଭୋକେଟ ପରଶର ସ୍ତ୍ରୀଙ୍କ ଚରିତ୍ର ଉପରେ ପ୍ରଶ୍ନ କରିଥିଲେ। ସେ ଦାବି କରଥିଲେ ଯେ ପୁଅ ତାଙ୍କର ନୁହେଁ। ଡିଏନଏ ପରୀକ୍ଷା ପାଇଁ ତାଙ୍କ ଆବେଦନକୁ ପରିବାର କୋର୍ଟ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?