Posted inଖେଳ

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ ଏବେ ଭାରତର ପୂର୍ବ କ୍ରିକେଟର ମନୋଜ ତିଓ୍ବାରୀ କଡ଼ା ସମାଲୋଚନା କରିଛନ୍ତି। ସେ ଟିମ୍‌ର ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କରି ତାଙ୍କୁ ପରାଜୟର କାରଣ ବୋଲି କହିଛନ୍ତି। ବିଶେଷକରି ସେ ଗମ୍ଭୀରଙ୍କୁ ଦୋମୂହାଁ କହି କ୍ରିକେଟଜଗତରେ ହଲଚଲ ସୃଷ୍ଟି କରିଛନ୍ତି। ଏହାଛଡ଼ା ସେ ଗମ୍ଭୀରଙ୍କ ପାଖରୁ ଯେଉଁଭଳି କୋଚିଂ ଆଶା କରାଯାଉଥିଲା ତାହା ଦେଖିବାକୁ ମିଳୁ ନ ଥିବା ଅଭିଯୋଗ କରିଛନ୍ତି।

ଗମ୍ଭୀର ଦଳର ନେତୃତ୍ୱ ନେବାର ୬ ମାସ ମଧ୍ୟରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆରୁ ମିଳିଥିବା ସଦ୍ୟ ପରାଜୟ ପରେ ମନୋଜ ତିଓ୍ବାରୀ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଗମ୍ଭୀର ଦୋମୁହାଁ। ସେ ଯାହା କୁହନ୍ତି ନିଜେ ତାହା କୁହନ୍ତି ନାହିଁ। ରୋହିତ ଶର୍ମାଙ୍କୁ ପରାଜୟ ପରେ ଆଗକୁ ଠେଲିଦିଆଯାଇଛି। ଏଭଳି ବୋଲିଂ କୋଚ୍‌ ଥାଇ ଲାଭ କ’ଣ, ଯିଏ ହେଡ୍‌ କୋଚ୍‌ଙ୍କ ସବୁ କଥା ମାନିନିଅନ୍ତି। କେବଳ ତାଙ୍କ ହଁ ରେ ହଁ ମିଶାନ୍ତି। ମୋର୍ନେ ମୋର୍କଲ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ଆସିଛନ୍ତି। ସେହିଭଳି ଅଭିଷେକ କୋଲକାତା ନାଇଟ୍‌ ରାଇଡର୍ସରେ ତାଙ୍କ ସହ ଥିଲେ। ଗମ୍ଭୀର ଜାଣନ୍ତି ଯେ ଉଭୟ ତାଙ୍କ ବିପକ୍ଷରେ ଯିବେ ନାହିଁ।

ଏହାଛଡ଼ା ମନୋଜ ତିଓ୍ବାରୀ ଗମ୍ଭୀରଙ୍କ ଉପରେ କ୍ରେଡିଟ୍‌ ଚୋରାଇବା ଅଭିଯୋଗ ଆଣିଛନ୍ତି। ତାଙ୍କ ମୁତାବକ ଟିମ୍‌ଣ ହେଡ୍‌ କୋଚ୍‌ଙ୍କ ପିଆର୍‌ ଏଭଳି ସ୍ଥିତି ଉପୁଜାଉଛନ୍ତି, ଯାହା ଫଲରେ ତାଙ୍କୁ ପ୍ରତିଟି ସଫଳତାର କ୍ରେଡିଟ୍‌ ମିଳୁନାହିଁ। ଏଥିଲାଗି ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସର ଉଦାହରଣ ଦେଇଛନ୍ତି। ଗମ୍ଭୀର ଏକୁଟିଆ କେକେଆର୍‌କୁ ଆଇପିଏଲ୍‌ ଜିତାଇ ନ ଥିଲେ। ଆମେ ସମସ୍ତେ ଏକ ୟୁନିଟ୍‌ ଭଳି ପ୍ରଦର୍ଶନ କରିଛୁ। ତେବେ ଯାଇ ଆମେ ଟାଇଟଲ ହାସଲ କରିଥିଲୁ। ଜ୍ୟାକ୍‌ସ କୈଲିସ୍‌, ସୁନୀଲ ନରେ ଏବଂ ମୁଁ ପ୍ରମୁଖ ଯୋଗଦାନ ଦେଇଥିଲୁ। ହେଲେ ତାଙ୍କୁ କେବଳ କ୍ରେଡିଟ୍‌ ମିଳିଛି।

ମନୋଜ କହିଛନ୍ତି ଯେ, ରୋହିତ ଏବଂ ତାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ। ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁ ଦଳର ସ୍ଥିତି ଠିକ୍‌ ନାହିଁ। ଉଭୟଙ୍କ ସଫଳତାର କୌଣସି ସମାନତା ନାହିଁ। ରୋହିତ ଜଣେ ବିଶ୍ୱକପ୍‌ ବିଜେତା ଅଧିନାୟକ। ହେଲେ ଗମ୍ଭୀର କେବଳ ଆଇପିଏଲ୍‌ ଜିତିବା ଯାଏ ସୀମୀତ। ଏଣୁ ଦୁହେଁ ଏକାଠି କାମ କରିପାରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁଠୁ ଆରମ୍ଭ ହୋଇଥିଲା ନୀରଜ-ହିମାନୀଙ୍କ ଲଭଷ୍ଟୋରୀ, କେବେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ ସବୁ କହିଦେଲେ…

ନୂଆଦିଲ୍ଲୀ,୨୨।୧: ଦୁଇଥର ଅଲିମ୍ପିକ ପଦକ ବିଜେତା ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ରବିବାର ଏକ ସୋସିଆଲ ମିଡିଆ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନୀରଜ...

ଚାମ୍ପିୟନ୍ସ ଟ୍ରଫିରେ ନୂଆ ବିବାଦ, ଆଇସିସି ପାଖରେ ପହଞ୍ଚିଲା ପାକିସ୍ତାନ, କହିଲା ଏମିତି

ନୂଆଦିଲ୍ଲୀ,୨୨।୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାପ୍ତ ହୋଇନାହିଁ। ବିସିସିଆଇ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଦେଲା ଏବଂ ପାକିସ୍ତାନ...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କୋଲକାତା, ୨୨।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର...

ହୃଦୟ ଜିତିଲେ ନୀରଜ, ଯୌତୁକରେ ଆଣିଲେ ମାତ୍ର ଏତିକି ଟଙ୍କା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୨।୧: ହିମାଚଳ ପ୍ରଦେଶର ସୋଲାନର କୁମାରହାଟ୍ଟି-ନାହାନ ଜାତୀୟ ରାଜପଥ-୫ ସ୍ଥିତ ଗାନ୍ଧୀଗ୍ରାମ ନିକଟରେ ଏକ ଘରୋଇ ରିସର୍ଟରେ ନୀରଜ ଚୋପ୍ରା ଏବଂ ହିମାନି ମୋର ବିବାହ...

ଚହଲ-ଧନଶ୍ରୀଙ୍କ ଛାଡପତ୍ର କନଫର୍ମ! ଖେଳାଳିଙ୍କ ଏଭଳି ପୋଷ୍ଟକୁ ନେଇ ବଢିଲା…

ମୁମ୍ବାଇ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁହାଯାଉଛି...

ପାଣ୍ଡ୍ୟାଙ୍କୁ ଅଧିନାୟକ ନୁହେଁ, ଟିମ୍‌ ଇଣ୍ଡିଆରେ ମିଳିଛି ଏହି ଦାୟିତ୍ୱ; ସୂର୍ଯ୍ୟକୁମାର କହିଲେ ସତ…

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ, ଟିମ...

୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି…

ନୂଆଦିଲ୍ଲୀ,୨୧।୧: ପୂର୍ବତନ ଖେଳାଳି ତଥା ଲୋକପ୍ରିୟ ଫୁଟବଲ ମ୍ୟାନେଜର୍‌ ପେପ୍‌ ଗାର୍ଡିଓଲା ତାଙ୍କ ପତ୍ନୀ କ୍ରିଷ୍ଟିନା ସାରାଙ୍କୁ ଛାଡ଼ପତ୍ର ଦେବେ। ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ...

ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ…

ନୂଆଦିଲ୍ଲୀ,୨୧।୧: ଗତ ୨ ସିରିଜରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲେ ହେଁ ପରିବର୍ତ୍ତିତ ଫର୍ମାଟ ସହ ଏବେ ଦଳର ପ୍ରତିଟି ଖେଳାଳି ଉତ୍ସାହିତ ଅଛନ୍ତି। ଏଣୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri