ପ୍ରଥମ ଥର ମୁହଁ ଖୋଲିଲେ ମନୋଜ ମିଶ୍ରଙ୍କ ସ୍ତ୍ରୀ, କହୁ କହୁ କହିଦେଲେ ଏମିତି…

ଭୁବନେଶ୍ୱର,୮।୯: ଓଡ଼ିଆ ସିନେମାର ସ୍ଥିତି ଏବେ ଏବେ କିଛି ମାତ୍ରାରେ ସୁଧୁରିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ସେ କଥାର ସମାଧାନ ହେବାକୁ ମଧ୍ୟ ବହୁ ସମୟ ଲାଗିଥିଲା। ପୁଣିଥରେ ଏକ ବିବାଦ ସାମ୍ନାକୁ ଆସିଛି। ଯେଉଁଠି ପୂଜା ବଜାରରେ ସିନେମାର ଚର୍ଚ୍ଚା ଚାଲିବା କଥା ସେଠାରେ ଓଲିଉଡର ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିନେତା ଅନୁଭବ, ବାବୁସାନ ଓ ଅରିନ୍ଦମଙ୍କ ଭଳି ଷ୍ଟାରଙ୍କୁ ବ୍ରେକ ଦେଇଥିବା ନେଇ ବାରମ୍ବାର ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କହିଆସୁଛନ୍ତି ପ୍ରଯୋଜକ ଟୁଟୁ ନାୟକ। ଏଥି ସହ ନିକଟରେ ସେ ଅନୁଭବଙ୍କ ନାମରେ କହିଛନ୍ତି ଯେ, ଅନୁଭବ ତାଙ୍କୁ କହିଥିଲେ ଅରିନ୍ଦମଙ୍କୁ ଫିଲ୍ମରେ ନ ନେବାକୁ। ଏଥିସହ ସେ ତାଙ୍କୁ ନିର୍ଦ୍ଦିଷ୍ଟ ଜଣେ ନିର୍ଦ୍ଦେଶକଙ୍କୁ ତାଙ୍କ ଫିଲ୍ମରେ କାମ କରିବାକୁ ବାଧ୍ୟ କରୁଥିଲେ ବୋଲି କହିଥିଲେ। ଏହାର ପ୍ରତିଉତ୍ତରରେ ଅନୁଭବ ମହାନ୍ତି ମଧ୍ୟସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଛାଡ଼ି କହିଛନ୍ତି, ଟୁଟୁ ନାୟକ ତାଙ୍କ ନାମରେ ଅପପ୍ରଚାର କରୁଛନ୍ତି। ମୁଁ ଆପଣଙ୍କଠୁ ବହୁତ ସାନ। ଆପଣ ନିଜର ସମ୍ମାନ ରକ୍ଷା କରନ୍ତୁ ଭଳି ଅନେକ କଥା କହିଛନ୍ତି। ସେହିପରି ଅନୁଭବ ଓ ଟୁଟୁଙ୍କ କଳି ଭିତରେ ଭିନେତା ମନୋଜ ମିଶ୍ର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ସେଥିରେ ସେ କହିଛନ୍ତି , ଆପଣ ଓଡ଼ିଆ ସିନେମାର ବ୍ରହ୍ମା ନୁହଁନ୍ତି। ସବୁ ଷ୍ଟାରଙ୍କ ଭିତରେ ନିଜସ୍ବ କ୍ବାଲିଟି ରହିଛି। ଅନୁଭବ ମଧ୍ୟ ବୟାନବାଜିରୁ ଦୂରେଇ ରହିବା ସହ ଷ୍ଟାରଙ୍କ ଭିତରେ ଅଯଥା କଳି ନଲଗାଇବାକୁ ପରାମର୍ଶ ଦେଇଛନ୍ତି।

ତେବେ ଏହାରି ଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ମନୋଜଙ୍କ ସ୍ତ୍ରୀ। ମମତା ନନ୍ଦ ଅଇ ଲଭ ୟୁ ୨ ଦେଖିବାକୁ ଆସିଥିଲେ। ଯାହାକୁ ନେଇ ସେ କହିଛନ୍ତି, ଫିଲ୍ମରେ ଯିଏ ହିରୋ ଅଛନ୍ତି ସିଏ ପ୍ରଥମ ତର ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। କିନ୍ତୁ ମୋତେ ଫିଲ୍ମ ଭଲ ଲାଗିଲାନି।

ନିକଟରେ ଟୁଟୁ ନାୟକଙ୍କ ଫିଲ୍ମ ଆଉ ଲଭ ୟୁ ୨ ଶୁକ୍ରବାର ରିଲିଜ ହୋଇଛି। ମାତ୍ର କଟକ କମର୍ସିଆଲ କୋର୍ଟ ପକ୍ଷରୁ ଫିଲ୍ମକୁ ରିଲିଜ ନ କରିବାକୁ ନୋଟିସ ଆସିଛି। ଯଦି ଫିଲ୍ମ ରିଲିଜ ହେବ ସେ ନେଇ ସର୍ତ୍ତ ପୂରଣ କରିବାକୁ ସେଥିଲେ ଲେଖାଯାଇଛି। ବ୍ରଜରାଜ ମୁଭିସ୍‌ ବୋଲି କୌଣସି ଲୋଗୋ କି ନାମ ଉଲ୍ଲେଖ ହେବନି। ଯଦି ହେବ ତାହାଲେ ଫିଲ୍ମ ରିଲିଜ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଫିଲ୍ମଟି ଆଜି ହଲରେ ରିଲିଜ ହୋଇଛି। ବର୍ତ୍ତମାନ ଅଧିକରୁ ଅଧିକ ସିନେମା ଚାଲିବାର ଆବଶ୍ୟକତା ଥିବା ବେଳେ ବିବାଦ ଘେରରେ ବାରମ୍ବାର ଛନ୍ଦି ହେଉଛି ଓଡ଼ିଆ ସିନେମା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri