Posted inଖେଳ

ବିସିସିଆଇର କ୍ଷତି ପହଞ୍ଚାଇଛନ୍ତି ମନୋହର

ରାଜକୋଟ୍‌, ୩ା୭ (ପି.ଟି.)-ବିଦାୟୀ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଭାରତୀୟ କ୍ରିକେଟର କେତେ ପରିମାଣରେ କ୍ଷତି ପହଞ୍ଚାଇଛନ୍ତି ତାହା ସେ ନିଜେ ତର୍ଜମା କରନ୍ତୁ ବୋଲି କହିଛନ୍ତି, ବିସିସିଆଇର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା। ମନୋହର ଦୁଇ ବର୍ଷ ଧରି ଆଇସିସିର ଚେୟାରମ୍ୟାନ ଭାବେ କାର୍ଯ୍ୟକରିବା ପରେ ବୁଧବାର ପଦରୁ ଓହରିଯାଇଛନ୍ତି। ସେ ତୃତୀୟ ଥର ଏହି ପଦବୀରେ ରୁହନ୍ତୁ ବୋଲି ଅଧିକାଂଶ ଚାହୁ ନ ଥିବା ଶଶାଙ୍କ ବୋଧ ହୁଏ ପୂର୍ବାଭାସ ପାଇଥିଲେ। ଆଇସିସିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତର ଅଧିକ ପ୍ରଭାବ ରହିଥାଏ। ଏମାନଙ୍କୁ ‘ବିଗ୍‌ ଥ୍ରୀ’ ବୋଲି କୁହାଯାଇଥାଏ। ଆଇସିସି ରାଜସ୍ବରୁ ସିଂହ ଭାଗ ଏହି ୩ ଦେଶର କ୍ରିକେଟ ବୋର୍ଡ ବାଣ୍ଟି କରି ନେଇଥାନ୍ତି। ମନୋହର ତାଙ୍କ କାର୍ଯ୍ୟକାଳ ସମୟରେ ଏହି ପ୍ରଥାକୁ ବନ୍ଦ କରିବା ଲାଗି ଚେଷ୍ଟା ଚଳାଇ ଆସିଥିଲେ। ବିସିସିଆଇକୁ ପ୍ଲାଟଫର୍ମ କରି ଆଇସିସି ଚେୟାରମ୍ୟାନ ପଦବୀ ଅଳଙ୍କୃତ କରିଥିବା ଶଶାଙ୍କ ତାଙ୍କ କାର୍ଯ୍ୟକାଳ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଭାରତୀୟ କ୍ରିକେଟର ବିକାଶ କ୍ଷେତ୍ରରେ କି କି କାର୍ଯ୍ୟ କରିଛନ୍ତି ସେ ନିଜେ ନିଜକୁ ପଚାରିବା ଉଚିତ୍‌ ବୋଲି ନିରଞ୍ଜନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ଦୁଇ ବର୍ଷ ହେଲା ଜଟିଳ ସମସ୍ୟା ଦେଇ ଗତି କରୁଆସୁଥିଲା। ଏହାର ସୁଯୋଗରେ ଆଇସିସି ଭାରତୀୟ କ୍ରିକେଟ ଓ ବିସିସିଆଇର କ୍ଷତି ପହଞ୍ଚାଇ ଥିଲା। ହେଲେ ବର୍ତ୍ତମାନ ବିସିସିଆଇର ନେତୃତ୍ୱ ସୁଦୃଢ ହୋଇପାରିଛି। ଏହା ଆଇସିସି ପ୍ରଭାବ ବିସ୍ତାର କରିପାରିବ ବୋଲି ମୋର ଆଶା ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି

କାର୍‌ ହେଉ କିମ୍ବା ବାଇକ୍‌ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ...

ପ୍ରିକ୍ୱାର୍ଟର ଫାଇନାଲରେ କାଶ୍ୟପ, ସୌରଭ

କାଲଗାରୀ,୪।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଓ ଜାତୀୟ ଚାମ୍ପିୟନ ସୌରଭ ବର୍ମା ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କାନାଡା...

ଆଇଏସ୍‌ଏଲ୍‌: ଇଷ୍ଟବେଙ୍ଗଲ- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ଭାସ୍କୋ,୧୩।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଏସ୍‌ସି ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଡ୍ର ରହିଛି।...

ପରସ୍ପରକୁ ଅନ୍‌ଫଲୋ କଲେ ଶୁଭମନ-ସାରା, ବ୍ରେକ୍‌ଅପ୍‌ ହୋଇଥିବା ନେଇ…

ନୂଆଦିଲ୍ଲୀ,୨୪।୮: ନିକଟରେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି ସିରିଜରେ ସେ...

ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ଟିମ୍‌ ଇଣ୍ଡିଆରେ ରିଙ୍କୁ, ଜିତେଶ, ଯଶସ୍ବୀଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୧୩।୬: କ୍ରମାଗତ ଦୁଇଟି ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ପୁଣି ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି।...

ହିତ୍‌, ଜୟଦେବ ସମ୍ମାନ ରଖିଲେ

କୋଏମ୍ବାଟୁର, ୨୧।୯: ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ବୁଧବାର ଆରମ୍ଭ ହୋଇଛି। ଅଜିଙ୍କ୍ୟ ରାହାନେ ଓ ଶ୍ରେୟସ ଆୟାରଙ୍କ ପରି...

ସଚିନଙ୍କ ଝିଅଙ୍କୁ ପ୍ରେମ କରି ବସିଛନ୍ତି ଏହି କ୍ରିକେଟର, ଭାଇରାଲ ହେଉଛି ମେସେଜ୍‌

କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ ଏବେ ଜଣେ କ୍ରିକେଟରଙ୍କ ପ୍ରେମରେ ପଡିଥିବା ନେଇ ଆଲୋଚନା...

‘ରାହାନେଙ୍କୁ ବସେଇ ଦିଅ’

କାନପୁର,୨୮।୧୧: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମୁମ୍ବାଇରେ ଆସନ୍ତା ୩ ତାରିଖରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବସେଇ ଦେବା ଉଚିତ ହେବ...

Advertisement
Archives

Model This Week