୨୫ ବର୍ଷ ପରେ ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ମନିଷା

ମୁମ୍ବାଇ: ବହୁ ବର୍ଷ ଧରି ବଡ ପରଦାଠାରୁ ଦୂରେଇ ରହିଛନ୍ତି ନାୟିକା ମନିଷା କୋଇରାଲା । ହେଲେ ଏବେ ଦୀର୍ଘ ବର୍ଷ ପରେ ସେ ପୁଣିଥରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଥିବା ଜଣାପଡିଛି । ଏକ ୱେବ ସିରିଜରେ ମନିଷା କାମ କରିବେ ବୋଲି ସୂଚନା ମିଳିଛି । ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅପକମିଂ ୱେବ ସିରିଜ ‘ହିରା ମଣ୍ଡି’ରେ ମନିଷା ନଜର ଆସିବେ । ଏଥିପାଇଁ ତାଙ୍କୁ ଆପ୍ରୋଚ କରାଯାଇଛି । ଏହି ସିରିଜକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ବହୁଦିନ ହେବ ଏହାକୁ ନେଇ କାମ ଚାଲିଛି । ଏବେ ଖବର ଆସୁଛି କି ମନିଷା ଏଥିରେ ତାଙ୍କର ଦମ୍ ଦେଖାଇବେ । ଏହା ଏକ ସାନଦାର ୱେବ ସିରିଜ ହେବାକୁ ଯାଉଥିବା ବେଳେ ସଞ୍ଜୟ ଲିଲା ଭଂସାଲି ଲଗାତାର ଏଥିପାଇଁ କାଷ୍ଟିଂ କରି ଚାଲିଛନ୍ତି । ଏପଟେ ମନିଷା କୁଆଡେ ଏଥିପାଇଁ ହଁ ଭରିଛନ୍ତି । ଯଦି ଏହା ହେଲା ତେବେ ଦୀର୍ଘ ୨୫ ବର୍ଷ ପରେ ମନିଷା ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବେ । ଏହା ପ୍ରୂର୍ବରୁ ସେ ଫିଲ୍ମ ‘ଖାମୋସି’ରେ ସଞ୍ଜୟ ଲିଲା ଭଂସାଲିଙ୍କ ସହକ କାମ କରିଥିଲେ । ତେବେ ଭଂସାଲିଙ୍କ ୱେବ ସିରିଜ ପାଇଁ ହୁମା କୁୃରେସି ଓ ସୋନାକ୍ଷି ସିହ୍ନାଙ୍କୁ ସାଇନ୍ କରାଯାଇ ସାରିଛି । ଏହି ୱେବ ସିରିଜ ଏକ ଭିନ୍ନ କାହାଣୀ ଉପରେ ଆଧାରିତ । ସ୍ୱାଧିନତା ପୂର୍ବରୁ ଲାହୋରର ଏକ ଜିଲାରେ ଲୁଚି ରହିଥିବା ସାଂସ୍କୃତିକ ବାସ୍ତବିକତା, ଦରବାରରେ ଥିବା ବ୍ୟକ୍ତି ବିଶେଷଙ୍କ କାହାଣୀ ଉପରେ ଏହା ଆଲୋକପାତ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?