Posted inଫୁରସତ

ଛାତ ଉପରେ ୪୦ ପ୍ରକାର ଆମ୍ବ ଫଳାଇଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କେମିତି ହୋଇଛି ସମ୍ଭବ

ବାଲକୋନି କିମ୍ବା ଛାତରେ ଫୁଲଗଛ ଲଗାଇବା ବହୁତ ଶୁଣିଥିବେ ଦେଖିଥିବେ ମଧ୍ୟ। ମାତ୍ର ଜଣେ ବ୍ୟକ୍ତି ଘରର ଛାତ ଉପରେ ଆମ୍ବ ଫଳାଇଛନ୍ତି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏହା ପୁଣି ଗୋଟିଏ କି ଦୁଇଟା ନୁହେଁ, ଏକା ସାଥୀରେ ୪୦ଟି ଆମ୍ବ ଗଛ ଲଗାଇ ଫଳାଇବାରେ ସଫଳ ହୋଇଛନ୍ତି ଜଣେ ବ୍ୟକ୍ତି।


ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଏର୍ନାକୁଲମର ୬୩ ବର୍ଷୀୟ ଜୋସେଫ୍‌ ଫ୍ରାନ୍‌ସି। ଯଦିଓ ଜୋସେଫ୍‌ ଜଣେ ଏୟାର କଣ୍ଡିଶନର ଟେକ୍ନିସିଆନ, କିନ୍ତୁ ବର୍ତ୍ତମାନ ଲୋକେ ତାଙ୍କୁ ଜଣେ ବୃଦ୍ଧ କୃଷକ ବୋଲି ସମ୍ବୋଧନ କରୁଛନ୍ତି। ଜୋସେଫ୍‌ଙ୍କ ପୂର୍ବପୁରୁଷମାନେ ମଧ୍ୟ କୃଷକ ଥିଲେ। ଜୋସେଫ୍‌ଙ୍କ ଜେଜେମା’ଙ୍କ ଘରେ ଅନେକ ପ୍ରକାରର ଗୋଲାପ ଚାଷ କରିଥିଲେ। ଜୋସେଫ ଜେଜେମାଙ୍କ ଠାରୁ ଏହି ଗଛ ଲଗାଇବା ପ୍ରେରଣା ପାଇଥିଲେ। ନୂତନ ଘରକୁ ଯିବା ପରେ ଜୋସେଫ୍‌ ୨୫୦ ପ୍ରକାରର ଗୋଲାପ ଏବଂ ଛତୁ ଚାଷ କରିଥିଲେ।
ଏହା ପରେ ସେ ଭାବିଲେ, ଯଦି ଏସବୁ ଗଛ ଭଲ ଭାବରେ ବଢ଼ି ପାରୁଛନ୍ତି ତେବେ ଆମ୍ବ ଗଛ କାହିଁକି ବଞ୍ଚିପାରିବନି। ତେଣୁ ସେ ଘରର ଛାତରେ ଗଛ ଲଗାଇବା ପାଇଁ ପିଭିସି ଡ୍ରମ୍‌ କିଣି ଆଣି ଏହାକୁ କାଟି ସେଥିରେ ଆମ୍ବ ଗଛ ଲଗାଇଲେ। ଆଜି ଏହି ଡ୍ରମ୍‌ରେ ଆମ୍ବ ଗଛ ପ୍ରାୟ ୫ରୁ ୯ଫୁଟ ଉଚ୍ଚତାର ହୋଇଛି। ଆଉ ସେଥିରେ ଆମ୍ବ ମଧ୍ୟ ଫଳିଥିବା ଦେଖିବାକୁ ମିଳିଛି।


ଜୋସେଫ୍‌ଙ୍କ ବଗିଚାରେ ଆଲଫୋନସୋ, ମାଲଗୋଭା, ନୀଲମ୍‌, କେଶର ଭଳି ଲୋକପ୍ରିୟ କିସମ ସହିତ ୪୦ରୁ ଅଧିକ ପ୍ରଜାତିର ଆମ୍ବ ଗଛ ରହିଛି। କେବଳ ଏତିକି ନୁହେଁ, ଜୋସେଫ୍‌ ଏକ ନୂତନ ପ୍ରକାରର ଆମ୍ବ ପ୍ରଜାତି ଲଗାଇଛନ୍ତି। ଏହି ଆମ୍ବ ପ୍ରଜାତିର ନାମ ସ୍ତ୍ରୀଙ୍କ ନାମରେ ‘ପାଟ୍ରିସିୟା’ ରଖିଛନ୍ତି। ଜୋସେଫ୍‌ କହିଛନ୍ତି ଯେ, ପାଟ୍ରିସିୟା ସବୁଠାରୁ ମିଠା ଆମ୍ବ।
ଯେକୌଣସି ଗଛର ଯତ୍ନ ନେବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଫଳର ନିରାପତ୍ତା, ଠିକ୍‌ ସମୟରେ ଖତଦେବା, ଜଳସେଚନ, ଗଛ କାଟିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୋସେଫ୍‌ ଏହି ଆମ୍ବ ବିକ୍ରି ପାଇଁ ନୁହେଁ, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏବଂ ପଡ଼ୋଶୀଙ୍କୁ ମାଗଣାରେ ବାଣ୍ଟିବା ପାଇଁ ଲଗାଇଛନ୍ତି। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri