Posted inଫୁରସତ

ଆମ୍ବର ସହର ସେଲମ

ତାମିଲନାଡ଼ୁର ଉତ୍ତର ମଧ୍ୟ ଭାଗରେ ଅବସ୍ଥିତ ଏକ ସହର ହେଉଛି ସେଲମ। ଚେନ୍ନାଇଠାରୁ ପ୍ରାୟ ୩୪୦ କି.ମି ଦୂରରେ ଥିବା
ଏହି ସହରରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ ଏଠାରେ ଥିବା ଆଧ୍ୟାତ୍ମିକ ପୀଠଗୁଡ଼ିକ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ତା’ଛଡ଼ା ଆମ୍ବ ଚାଷ, ରୂପା କାମ ଏବଂ ସିଲେଇ କ୍ଷେତ୍ରରେ ବି ଉକ୍ତ ସହରରରହିଛି ଭିନ୍ନ ଏକ ପରିଚୟ।
ସେଥିପାଇଁ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ…

ତାମିଲନାଡ଼ୁର ସେଲମ ଜିଲା ଅନ୍ତର୍ଗତ ଏକ ପ୍ରମୁଖ ସହର ହେଉଛି ସେଲମ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାର ରହିଛି ବେଶ୍‌ ନାଁ। ବିଶେଷକରି ଅନେକ ଆଧ୍ୟାତ୍ମିକ ପୀଠ ଏଠାରେ ଦେଖିବାକୁ ମିଳିଥାଏ। ଚାଷବାସ ହେଉ ଅବା ସିଲେଇ କିମ୍ବା ରୂପାରେ ଆକର୍ଷଣୀୟ କାରୁକାର୍ଯ୍ୟ ଏପରିକି ଷ୍ଟିଲ୍‌ ଉପତ୍ାଦନ କ୍ଷେତ୍ରରେ ମଧ୍ୟ ସେଲମର ରହିଛି ଭିନ୍ନ ଏକ ପରିଚୟ। ମୁଖ୍ୟତଃ ଆମ୍ବ ଚାଷ ପାଇଁ ଏହି ସହର ପ୍ରସିଦ୍ଧ। ସେଥିପାଇଁ ସେଲମକୁ କେହି କେହି ଆମ୍ବର ସହର ବୋଲି ମଧ୍ୟ କହିଥାନ୍ତି।

ସେଲମର ଇତିହାସ
ଏହି ସହରର ମଧ୍ୟ ଗୌରବଶାଳୀ ଇତିହାସ ରହିଛି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ସେଲମ ଉପରେ ଅନେକ ରାଜବଂଶର ରାଜାମାନେ ଶାସନ କରିଯାଇଛନ୍ତି। ଆଉ ପ୍ରତି ରାଜାଙ୍କ ଶାସନ କାଳ ସମୟରେ ଏହି ସହରରେ କିଛି ନା କିଛି ଉନ୍ନତିମୂଳକ କାମ ହୋଇଛି। ଯେଉଁଥିପାଇଁ ଚାଷବାସ ହେଉ ଅବା ବାଣିଜ୍ୟ ତଥା ଶିଳ୍ପ କ୍ଷେତ୍ରରେ ଏହି ସହର ଆଜି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ସେଲମର ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ସେଲମ ଏକ ଲୋକପ୍ରିୟ ପର୍ଯ୍ୟଟନ ତଥା ତୀର୍ଥଭୂମି ଅଟେ। ମୁଖ୍ୟତଃ ଏହି ସହରରେ ଅନେକ ଧାର୍ମିକପୀଠମାନ ରହିଛି। ଯେମିତିକି: କୋଡ୍ଡଇ ମରିୟମ୍ମନ ମନ୍ଦିର, ତାରାମଙ୍ଗଳମ୍‌ ମନ୍ଦିର, ସେଲମ ସୁଗାୱନେଶ୍ୱର ମନ୍ଦିର, ଅରୁଲମିଗି ଅଲଗିରିନାଥର ମନ୍ଦିର, ଏଲ୍ଲଈପେଡ଼ାରୀ ଅମ୍ମାନ ମନ୍ଦିର ଇତ୍ୟାଦି ଅନ୍ୟତମ। ତା’ଛଡା ଏଠାରେ ଥିବା ସେଭାରୟ ହିଲ୍ସ, ମେଟ୍ଟୁର ଡ୍ୟାମ୍‌, ୟେରକାଉଡ୍‌ ନାମକ ଶୈଳନିବାସ ଏବଂ ସହର ମଧ୍ୟ ଦେଇ ପ୍ରବାହିତ ହେଉଥିବା ଥିରୁମାନିମୁଥାରୁ ନାମକ ନଦୀର ଆକର୍ଷଣ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। କେବଳ ସେତିକି ନୁହେଁ ଏହି ସହରରେ ମଧ୍ୟ ରହିଛି ଅନେକ ଆକର୍ଷଣୀୟ ମ୍ୟୁଜିୟମ୍‌, ବନ୍ୟପ୍ରାଣୀ ଅଭୟାରଣ୍ୟ, ପାର୍କ ତଥା ପିକ୍‌ନିକ୍‌ ସ୍ପଟ୍‌। ସେଥିପାଇଁ ବର୍ଷର ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

ସେଲମର ଅର୍ଥନୀତି
ସେଲମ ମୁଖ୍ୟତଃ ଚାଷବାସ, ସିଲେଇ କାମ ତଥା ରୂପାର କାରୁକାର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। କହିବାକୁ ଗଲେ ସେଲମ ହେଉଛି ତାମିଲନାଡ଼ୁର ଏକ ପ୍ରମୁଖ ଟେକ୍ସଟାଇଲ୍‌ ସେଣ୍ଟର। କାରଣ ଏଠାରେ ରହିଛି ପ୍ରାୟ ୧୨୫ରୁ ଉର୍ଦ୍ଧ୍ୱ ସ୍ପିନିଂ ମିଲ୍‌, ୱେଭିଂ ୟୁନିଟ୍‌ ତଥା ଗାର୍ମେଣ୍ଟ ୟୁନିଟ୍‌। ସେହିପରି ସାଗୁ ଚାଷ ଏବଂ ଷ୍ଟିଲ୍‌ ଉପତ୍ାଦନ କ୍ଷେତ୍ରରେ ମଧ୍ୟ ଏହି ସହରର ବେଶ୍‌ ନାଁ ରହିଛି। ତା’ଛଡ଼ା ଆମ୍ବ ଚାଷ ହେଉଛି ଏଠାକାର ଏକ ପ୍ରମୁଖ ଚାଷ। କହିବାକୁ ଗଲେ ଏହି ସହରର ଅର୍ଥନୀତି ମୁଖ୍ୟତଃ ଆମ୍ବ ଚାଷ ଉପରେ ହିଁ ଅଧିକ ନିର୍ଭର କରିଥାଏ। ଭାରତର ପ୍ରାୟ ସବୁ ବଡ଼ ବଡ଼ ସହରମାନଙ୍କରେ ଏପରିକି ବିଦେଶରେ ମଧ୍ୟ ସେଲମ ଆମ୍ବର ବେଶ୍‌ ଚାହିଦା ରହିଥାଏ। କେବଳ ସେତିକି ନୁହେଁ ଆକର୍ଷଣୀୟ ରୂପାର ଜୁଏଲେରୀ ପାଇଁ ବି ଏହି ସହରର ଖୁବ୍‌ ନାଁ ରହିଛି। ଖାସ୍‌ ଏହିସବୁ କାରଣ ପାଇଁ ବି ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ସେଲମ ବୁଲିଯିବା ପାଇଁ ନଭେମ୍ବରରୁ ମାର୍ଚ୍ଚ ହେଉଛି ସବୁଠୁ ଉପଯୁକ୍ତ ସମୟ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ସେଲମ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ଏକ ପ୍ରମୁଖ ରେଳଷ୍ଟେଶନ, ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ସେହିପରି ସେଲମ ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ଅନ୍ୟପକ୍ଷେ ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଏଠାକୁ ଯା’ଆସ କରିଥାଏ; ଯାହା ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଏକ ବିକଳ୍ପ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?