Posted inଫୁରସତ

ଲେନ୍ସରେ ମଙ୍ଗଳାଯୋଡ଼ି

ଓଡ଼ିଶାର ଖୋର୍ଦ୍ଧା ଜିଲାର ଟାଙ୍ଗି ଚାନ୍ଦପୁର ନିକଟରେ ରହିଛି ପକ୍ଷୀ ସ୍ବର୍ଗ ମଙ୍ଗଳାଯୋଡ଼ି। ଏହା ଚିଲିକା ହ୍ରଦର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ ୧୦ ବର୍ଗ କିଲୋମିଟର କ୍ଷେତ୍ରର ଏକ ପାଟ ଭୂମି। ପ୍ରତିବର୍ଷ ଶୀତଦିନରେ ତିନି ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ ଏଠାକୁ ଆସିଥାନ୍ତି। ପକ୍ଷୀଙ୍କ ଆଗମନକୁ ଦେଖି ୧୯୮୦ ମସିହାର ଶେଷ ଭାଗରେ ଆରମ୍ଭ ହୋଇଥିଲା ସଂରକ୍ଷଣର ପ୍ରୟାସ, ଯାହା ତିରିଶ ବର୍ଷରୁ ଅଧିକ ସମୟ ଧରି ଚାଲିଆସିଛି। ଜଣେ ବ୍ୟକ୍ତିଙ୍କ ଉଦ୍ୟମରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଶେଷରେ ସରକାରୀ, ବେସରକାରୀ ସଂସ୍ଥା ସମେତ ସାଧାରଣ ବ୍ୟକ୍ତି ମଧ୍ୟ ଏହି ସଂରକ୍ଷଣର ସମର୍ଥନ ଦେଇଥିଲେ।
‘ସଙ୍ଗ ଅଫ୍‌ ଦ ୱାଇଲ୍ଡ’ ନାମକ ଏକ ସଂସ୍ଥା ଅବିନାଶ ଖେମ୍‌କା ଏବଂ ପଞ୍ଚମି ମନୁ ଉକିଲଙ୍କ ଦ୍ୱାରା ୨୦୧୮ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ପ୍ରାକୃତିକ ବାସସ୍ଥାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଧ୍ୟାନ ଦେବା ସହ ପରବର୍ତ୍ତୀ ପିଢ଼ିଙ୍କୁ ବି ଏଦିଗରେ ସଚେତନ କରିଥାଏ। ଏହା ବ୍ୟତୀତ ମୂଲ୍ୟବାନ ଉଦ୍ଭିଦ, ଜୀବଜନ୍ତୁ, ପ୍ରାକୃତିକ ବାସସ୍ଥାନର ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ସାରା ବିଶ୍ୱ ଯେଉଁ ବିପଦର ସମ୍ମୁଖୀନ ହେଉଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।

ମଙ୍ଗଳା ଯୋଡ଼ିର ସୌନ୍ଦର୍ଯ୍ୟ ଓ ସଂରକ୍ଷଣ ଉପରେ କାମ କରୁଛନ୍ତି ଅବିନାଶ ଖେମକା ଓ ପଞ୍ଚମି ମନୁ ଉକିଲ। ଅବିନାଶ ଜଣେ ଶିଳ୍ପପତି, ସାମାଜିକ କର୍ମୀ ଏବଂ ପ୍ରକୃତି ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ହୋଇଥିବାବେଳେ ପଞ୍ଚମି ମନୁ ଉକିଲ ଜଣେ ଶିକ୍ଷାବିତ, ଲେଖକ ଏବଂ ପକ୍ଷୀ-ପର୍ଯ୍ୟବେକ୍ଷକ। ଅବିନାଶ ୨୦୧୨ ମସିହାରୁ ଫଟୋଗ୍ରାଫି କରୁଛନ୍ତି ଏବଂ ସମଗ୍ର ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପରିଦର୍ଶନ କରିଛନ୍ତି। ସେ ଫଟୋଗ୍ରାଫି ମାଧ୍ୟମରେ ମଙ୍ଗଳାଯୋଡ଼ିର ସଂରକ୍ଷଣ କାହାଣୀକୁ ସର୍ବସମ୍ମୁଖକୁ ଆଣିବାକୁ ଚେଷ୍ଟା କରନ୍ତି। ୨୦୧୮ମସିହା ୭-୧୩ ଡିସେମ୍ବରରେ, ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରଠାରେ ‘ସଙ୍ଗ ଅଫ୍‌ ଦ ୱାଇଲ୍ଡ’, ମଙ୍ଗଳାଯୋଡ଼ି ଉପରେ ଅବିନାଶ ଖେମକାଙ୍କ ଏକ ‘ଫଟୋ ପ୍ରଦର୍ଶନୀ’‘ଦ ମ୍ୟାଜିକ ଅଫ୍‌ ମଙ୍ଗଳାଯୋଡ଼ି’ ଆୟୋଜିତ ହୋଇଥିଲା; ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ପ୍ରଦର୍ଶନୀ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ବିଶେଷକରି ବିଭିନ୍ନ ବିଦ୍ୟାଳୟ ଏବଂ ଅନାଥ ଆଶ୍ରମର ପିଲାମାନେ ଫଟୋଗ୍ରାଫି ମାଧ୍ୟମରେ ପ୍ରକୃତି, ପ୍ରାକୃତିକ ବାସସ୍ଥାନ, ପକ୍ଷୀ ସ୍ଥାନାନ୍ତର ଏବଂ ବନ୍ୟପ୍ରାରଈଙ୍କ ବିଷୟରେ ବିଶେଷ ଭାବରେ ଜାଣିବାକୁ ସକ୍ଷମ ହୋଇଥିଲେ।

ଫଟୋ ପ୍ରଦର୍ଶନୀର ସଫଳତା ପରେ, ଅବିନାଶ ଓ ପଞ୍ଚମି ମଙ୍ଗଳାଯୋଡ଼ି ଉପରେ ଏକ କଫି ଟେବୁଲ୍‌ ବୁକ୍‌ ଉପରେ କାମ କରୁଥିଲେ; ଯାହା ମଙ୍ଗଳାଯୋଡ଼ି କାହାଣୀର ପ୍ରଚାର ପ୍ରସାରକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି। ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ନାମକ ଏହି କଫି ଟେବୁଲ୍‌ ପୁସ୍ତକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୧ ଏପ୍ରିଲ ୨୦୨୨ମସିହାରେ ଭୁବନେଶ୍ୱରରେ ଉନ୍ମୋଚିତ ହୋଇଛି। ବିଭିନ୍ନ ଅତ୍ୟାଧୁନିକ ଫଟୋଗ୍ରାଫି ଉପକରଣ ସାହାଯ୍ୟରେ ଅବିନାଶ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଋତୁରେ ନିଜ କ୍ୟାମେରା ମାଧ୍ୟମରେ ବିଭିନ୍ନ ପକ୍ଷୀ ବିବିଧିତା ଓ ଭୂମିର ଦୃଶ୍ୟକୁ କଏଦ କରିଛନ୍ତି। ତିନି ଶହରୁ ଅଧିକ ରାତି ବିତାଇ ଉଠାଇଥିବା ଦଶ ହଜାରରୁ ଊର୍ଦ୍ଧ୍ୱ ଫଟୋ ଏହି କଫି ଟେବୁଲ୍‌ ବୁକ୍‌ରେ ପ୍ରକାଶ ପାଇଛି। ଏଥିରେ ଅବିନାଶ ଓ ପଞ୍ଚମିଙ୍କର ଗଭୀର ଆବେଗ ଏବଂ ପ୍ରତିବଦ୍ଧତା ବେଶ୍‌ ବାରି ହୁଏ ।‘ଓଡ଼ିଶା ପର୍ଯ୍ୟଟନ’ ସହଯୋଗରେ ଏହାର ପ୍ରକାଶନ ସମ୍ଭବ ହୋଇପାରିଛି। ଏହି ବହିଟି ମଙ୍ଗଳାଯୋଡ଼ି ଏବଂ ଓଡିଶାକୁ ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?