ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତେବେ ତାଙ୍କର ବିବାହରେ ନାନାଦି ଅସୁବିଧା ଉପୁଜିଥାଏ। ଏହି ଦୋଷ ଥିବାରୁ ବ୍ୟକ୍ତି ଅଧିକ ରାଗି ଏବଂ ଜିଦ୍ଦି ମଧ୍ୟ ହୋଇଥାନ୍ତି। ଏଥିଯୋଗୁ ଦାମ୍ପତ୍ୟ ଜୀବନରେ ମଧ୍ୟ ବାଧାବିଘ୍ନ ଆସିଥାଏ। ହେଲେ ଜ୍ୟୋତିଶଶାସ୍ତ୍ରାନୁଯାୟୀ ଯଦି ମାଙ୍ଗଳିକ ବ୍ୟକ୍ତିଙ୍କ ବିବହ ମାଙ୍ଗଳିକ ଝିଅଟିଏ ସହ ହୋଇଥାଏ ତେବେ ତାର ଦୋଷ ଦୂର ହୋଇଯାଇଥାଏ। ଯଦି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରୁ ଜଣେ ମାଙ୍ଗଳିକ ହେଲେ ଅନ୍ୟଜଣଙ୍କର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

-ଯେଉଁ ଜାତକର କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ, ତାଙ୍କୁ ସବୁଦିନ ହନୁମାନ ଚାଳିଶାର ପାଠ କରିବା ଆବଶ୍ୟକ। ଏହାଛଡ଼ା ମାଂସ-ମଦ୍ୟପାନରୁ ଦୂରରେ ରହିବା ଭଲ।

-ମଙ୍ଗଳବାର ଭଗବାନ ଶିବଙ୍କ ଆରାଧନା କରିବା ଆବଶ୍ୟକ। ଏହାଛଡ଼ା ଏହି ଦିନ ଗହକ, ମସୁର ଡାଲି, ତମ୍ବା, ସୁନା, ନାଲି ଫୁଲ, ନାଲି ବସ୍ତ୍ର, ଲାଲ ଚନ୍ଦନ, କେଶର, କସ୍ତୁରୀ, ଲାଲ ବଳଦ ଏବଂ ଭୂମି ଆଦି ଦାନ କରିବା ଉଚିତ। ଏହାଦ୍ୱାରା ମଙ୍ଗଳଙ୍କ ପ୍ରଭାବ କମ୍‌ ହୋଇଥାଏ।

-କୁଣ୍ଡଳୀରେ ଥିବା ମଙ୍ଗଳଙ୍କ ଶାନ୍ତି ପାଇଁ ମଙ୍ଗଳବାର ବ୍ରତ କରିବା ଉଚିତ। ହନୁମାନର ପାଦରୁ ସିନ୍ଦୁର ନେଇ କପାଳରେ ଲଗାଇବା ଆବଶ୍ୟକ। ଏହାଛଡ଼ା ନିମ ଗଛର ପ୍ରତ୍ୟେହ ପୂଜା କରିବା ଉଚିତ।

-ମାଙ୍ଗଳିକ ବ୍ୟକ୍ତି ଯେତେବେଳେ ନିଜର ଘର କରିବେ ସେଥିରେ ନାଲି ରଙ୍ଗର ପଥର ଲଗାଇବା ଆବଶ୍ୟକ। ଏହାଛଡ଼ା ମଙ୍ଗଳବାର ମାଙ୍କଡ଼ମାନଙ୍କୁ ଗୁଡ଼ ଏବଂ ଚଣା ଖୁଆଇବା ବେଶ ଶୁଭ ବୋଲଇ ମଧ୍ୟ କୁହାଯାଏ।

-ମଙ୍ଗଳବାର ଦିନ ଦୁଇ ମୁଠା ମସୁର ଡାଲି ଲାଲ ରଙ୍ଗର କପଡ଼ାରେ ବାନ୍ଧି ଭିକାରୀଙ୍କୁ ଦେଲେ ଦୋଷର ପ୍ରଭାବ କମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri