ବର୍ଷାରେ ଭିଜିଲା ମାଣ୍ଡିଆ ଫସଲ

ଭବାନୀପାଟଣା,୧୦।୧୨(ଉତ୍ତମ କୁମାର ଦାଶ)ଧାନଚାଷ ପରି ବର୍ଷାରେ ଭିଜିଯାଇଛି ମାଣ୍ଡିଆ ଫସଲ। ନଷ୍ଟ ହେବାର ଆଶଙ୍କା ଥିବାରୁ କଳାହାଣ୍ଡି ଜିଲାରେ ମାଣ୍ଡିଆ ଚାଷ କରିଥିବା ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ପାହାଡିଆ ଅଞ୍ଚଳରେ ହୋଇଥିବା ଚାଷ ବେଶ ପ୍ରଭାବିତ ହେଇଛି। ବିଶେଷକରି ପାହାଡିଆ ଅଞ୍ଚଳରେ ହେଉଥିବା ମାଣ୍ଡିଆ, କୋଶଲା, ସୋରିଷ, ଅଳସୀ, କାଙ୍ଗୁ, କାନ୍ଦୁଲ ଭଳି ବିଭିନ୍ନ ଖାଦ୍ୟ ଏବଂ ଡାଲି ଜାତୀୟ ଶସ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ସରକାର ଏବେ ମାଣ୍ଡିଆ ଚାଷ ଉପରେ ବେଶି ଗୁରୁତ୍ୱ ଦେଉଥିବାରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଚାଷୀମାନେ ଭଲ ବିକ୍ରି ହେବା ଆଶାରେ ପ୍ରାୟ ୮୨୪୫ ହେକ୍ଟର ଜାଗାରେ ମାଣ୍ଡିଆ ଚାଷ କରିଥିଲେ। କିନ୍ତୁ ଅଦିନିଆ ବର୍ଷାରେ ଭିଜି ଏହି ଚାଷ ସବୁ ନଷ୍ଟ ହେବାରେ ଲାଗିଲାଣି। ଥୁଆମୂଳ ରାମପୁର ବ୍ଲକର କୋଷାବରା ଅଞ୍ଚଳରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଛି। ଜଙ୍ଗଲୀ ଜନ୍ତୁ ଓ ଗୋରୁଙ୍କଠାରୁ ଚାଷକୁ ବଞ୍ଚାଇବାକୁ ଯାଇ ଚାଷୀ ମାସ ମାସ ଧରି ଜଙ୍ଗଲ ପାହାଡ଼ ଉପରେ ଜଗି ବସୁଥିଲେ। ଯେଉଁ ଚାଷକୁ ଏତେ କଷ୍ଟରେ ବଞ୍ଚାଇ ରଖିଥିଲେ ଆଜି ସେହି ଫସଲ ଉଜୁଡି ଯାଇଛି। ପୂର୍ବରୁ ସୂଚନା ପାଇ ଫସଲ କାଟି ଅମଳ କରିବାକୁ ଉଦ୍ୟମ କରୁଥିବାବେଳେ ଖଳାରେ ଭିଜି ନଷ୍ଟ ହେବାକୁ ବସିଲାଣି। ଅନେକ ଚାଷୀଙ୍କ ବର୍ଷକର ଅମଳ ଉଜୁଡ଼ି ଯାଇଥିବାରୁ ସେମାନେ ଭାଙ୍ଗିପଡ଼ିଛନ୍ତି। ଏସବୁ ଫସଲରୁ ଉତ୍ପନ୍ନ ଖାଦ୍ୟ ଏହି ଅଞ୍ଚଳର ଲୋକଙ୍କ ପେଟକୁ ଆହାର ଯୋଗାଉଥିବାବେଳେ କଣ ଖାଇବେ ଭାବି ହେଉଛନ୍ତି। ଏହି ଫସଲ ମଧ୍ୟ ରୋଜଗାରର ମାଧ୍ୟମ ହୋଇଥିବାବେଳେ ଏହା ନଷ୍ଟ ହେବା ପରେ ଚଳିବେ କେମିତି ବୋଲି କେତେଜଣ ଚାଷୀ କହିଛନ୍ତି। ପ୍ରଶାସନ କେବଳ ଧାନ ଚାଷ କରୁଥିବା ଚାଷୀଙ୍କୁ ଗୁରୁତ୍ୱ ନ ଦେଇ ବରଂ ଏହି ପାହାଡ ଅଞ୍ଚଳରେ ହେଉଥିବା ମାଣ୍ଡିଆ, ଡାଲି ଜାତୀୟ ଶସ୍ୟ ଚାଷ କରୁଥିବା ଚାଷୀମାନଙ୍କ ଉପରେ ନଜର ଦେବା ପାଇଁ ଦାବି କରିଛନ୍ତି ଅନେକ ଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri