Posted inଜାତୀୟ

ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୧%କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହି ବର୍ଷ ଅଭିବୃଦ୍ଧି ହାର ୮.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ସରକାରୀ ଭାବେ ଆକଳନ କରାଯାଇଥିବାବେଳେ ତାହାଠାରୁ କମ୍‌ ହୋଇଛି। ଏପରିକି ମାର୍ଚ୍ଚ ମାସରେ ଶେଷ ହୋଇଥିବା ଚତୁର୍ଥ ତଥା ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର ୪.୧ ପ୍ରତିଶତକୁ ଖସିଆସିଛି, ଯାହା କି ତୃତୀୟ ତ୍ରୈମାସରେ ୫.୪ ପ୍ରତିଶତ ରହିଥିଲା। ତେବେ ୨୦୨୦-୨୧ର ଆର୍ଥିକ ଅଭିବୃଦ୍ଧିଠାରୁ ୨୦୨୧-୨୨ ଅଭିବୃଦ୍ଧିରେ ଉନ୍ନତି ଘଟିଛି ଏବଂ ମହାମାରୀ ପୂର୍ବବର୍ତ୍ତୀ ସ୍ତରଠାରୁ ଅଧିକ ରହିଥିବା କୁହାଯାଉଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିଥିଲା।
୨୦୨୨ ଏପ୍ରିଲରେ ଭାରତର ୮ଟି କୋର୍‌ ସେକ୍ଟରରେ ଉତ୍ପାଦନ ଅଭିବୃଦ୍ଧି ୮.୪ ପ୍ରତିଶତ ରହିଛି, ଯାହାକି ଗତ ୬ ମାସ ମଧ୍ୟରେ ସବୁଠୁ ଦ୍ରୁତ ଅଗ୍ରଗତି। କେବଳ ଅଶୋଧିତ ତୈଳ ଏବଂ ଇସ୍ପାତ ସେକ୍ଟରରେ ଉତ୍ପାଦନ ପୂର୍ବ ବର୍ଷ ଏପ୍ରିଲ ତୁଳନାରେ ସାମାନ୍ୟ ହ୍ରାସ ପାଇଛି। ୨୦୨୧-୨୨ରେ ଅର୍ଥନୀତିରେ ଗ୍ରସ୍‌ ଭାଲ୍ୟୁ-ଆଡେଡ୍‌ (ଜିଭିଏ) ୮.୧ ପ୍ରତିଶତ ବଢ଼ିଥିବା ଆକଳନ କରାଯାଇଛି, ଯାହା କି ପୂର୍ବରୁ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଆକଳନ କରିଥିବା ୮.୩ ପ୍ରତିଶତଠାରୁ ସାମାନ୍ୟ କମ୍‌। କୋଭିଡ୍‌ ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ୨୦୨୦-୨୧ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତକୁ ଖସିଯାଇଥିବାବେଳେ ଜିଭିଏ ୪.୮ ପ୍ରତିଶତ ରହିଥିଲା। କୃଷି ଏବଂ ଫାଇନାନ୍ସିଆଲ, ରିଅଲ ଇଷ୍ଟେଟ୍‌ ଓ ପେସାଦାରି ସେବା ସେକ୍ଟରର ଜିଭିଏରେ ୨୦୨୦-୨୧ର ଯଥାକ୍ରମେ ୩.୩ ପ୍ରତିଶତ ଏବଂ ୨.୨ ପ୍ରତିଶତ ରହିଥିବାବେଳେ ୨୦୨୧-୨୨ରେ ତାହା ୩% ଏବଂ ୪.୨% ବୃଦ୍ଧି ପାଇଛି। ଅର୍ଥନୈତିକ କାର୍ଯ୍ୟର ୫ ପ୍ରମୁଖ ସେଗ୍‌ମେଣ୍ଟର ଜିଭିଏ ଅଭିବୃଦ୍ଧି ୧୦ ପ୍ରତିଶତରୁ ଅଧିକ ରହିଛି। ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା ସେକ୍ଟରରେ ଜିଭିଏ ୧୨.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା କି ପୂର୍ବବର୍ଷ ୫.୫ ପ୍ରତିଶତ ରହିଥିଲା। ସେହିପରି ୨୦୨୦-୨୧ରେ ଖଣିଜ ଉତ୍ତୋଳନ ଏବଂ ନିର୍ମାଣ ସେକ୍ଟରରୁ ଜିଭିଏ ୮.୬% ଏବଂ ୭.୩% ହ୍ରାସ ପାଇଥିବାବେଳେ ଏଥର ତାହା ୧୧.୫ ପ୍ରତିଶତ ରହିଛି। ସେହିପରି ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସେବା ପୂର୍ବବର୍ଷ ୨୦.୨ ପ୍ରତିଶତ ହ୍ରାସ ପାଇଥିବାବେଳେ ୨୦୨୧-୨୨ରେ ୧୧.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଉତ୍ପାଦନ ସେକ୍ଟର ଜିଭିଏ ପୂର୍ବବର୍ଷର ୦.୬% ହ୍ରାସରୁ ୯.୯ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। କେବଳ ଠିକାଭିତ୍ତିକ ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସେବାରେ ଜିଭିଏ ମହାମାରୀ ପୂର୍ବ ସ୍ତରଠାରୁ କମ୍‌ ରହିଛି। ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ମୋଟ ଜିଭିଏ ଅଭିବୃଦ୍ଧି ୩.୯ ପ୍ରତିଶତକୁ ହ୍ରାସ ପାଇଛି, ଯାହା କି ପୂର୍ବ ତ୍ରୈମାସରେ ୪.୭ ପ୍ରତିଶତ ରହିଥିଲା।
ଆକଳନଠାରୁ କମ୍‌ ରହିଛି ବିତ୍ତୀୟ ନିଅଣ୍ଟ
ନୂଆଦିଲ୍ଲୀ,୩୧ା୫: ଆର୍ଥିକ ବର୍ଷ ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୭% ରହିଛି, ଯାହାକି ସଂଶୋଧିତ ଆକଳନ(୬.୯%) ତୁଳନାରେ କମ୍‌। ସରକାରୀ ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବିତ୍ତୀୟ ନିଅଣ୍ଟ ୧୫.୮୭ ଲକ୍ଷ କୋଟି ଆକଳନ କରାଯାଇଥିଲା। ଗତ ଆର୍ଥିକ ବର୍ଷ ପାଇଁ ସରକାର ଫେବୃଆରୀ ୨୦୨୧ରେ ଘୋଷଣା କରିଥିବା ବଜେଟ୍‌ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୮% ହେବ ବୋଲି ଅନୁମାନ କରିଥିଲେ। ଗତ ଫେବୃଆରୀ ବଜେଟ୍‌ରେ ସରକାର ଏହି ଆକଳନରେ ସଂଶୋଧନ କରି ୬.୯% କରିଥିଲେ। ଏହାଛଡ଼ା ୨୦୨୧-୨୨ ବର୍ଷ ଶେଷରେ ରାଜସ୍ବ ନିଅଣ୍ଟ ୪.୩୭% ରହିଛି। ଚଳିତ ଆର୍ଥିକ ବର୍ଷରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦ୍ୱାରା ବିତ୍ତୀୟ ନିଅଣ୍ଟ ଉପରେ ଚାପ ପଡ଼ିବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ସରକାର ଲିଟର ପିଛା ପେଟ୍ରୋଲ୍‌ରେ ୮ଟଙ୍କା ଏବଂ ଡିଜେଲ୍‌ରେ ୬ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ସରକାରଙ୍କ ମୋଟ୍‌ ଆୟ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଅନ୍ତରକୁ ବିତ୍ତୀୟ ନିଅଣ୍ଟ କୁହାଯାଏ। ଏହି ଅନ୍ତରକୁ ପୂରଣ କରିବା ପାଇଁ ସରକାର ବଜାରରୁ ଋଣ କରିଥାନ୍ତି। ବିତ୍ତୀୟ ନିଅଣ୍ଟ ଯେତେ କମ୍‌ ହେବ ଦେଶର ଅର୍ଥନୀତି ପାଇଁ ତାହା ସେତେ ଉତ୍ତମ।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri