ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ମାନସ

ଖୋର୍ଦ୍ଧା ଅଫିସ,୪।୯: ବେଗୁନିଆ ଥାନା ଅଧୀନ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗୁରୁବାର ପୋଲିସ ଗିରଫ କରଛି। ସେହିପରି କଡ଼ବ ଗ୍ରାମର ମାଗୁଣି ନାଏକ ଏବଂ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ମାଡ଼ ମାରିବା ଘଟଣାରେ ମାନସଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି। ସଙ୍ଗଠନ ଆଳରେ ମାନସ ନିରୀହ ଆଦିବାସୀଙ୍କ ମଧ୍ୟରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉଭୟଙ୍କ ଗିରଫ ପରେ ସେମାନଙ୍କ ଦ୍ୱାରା ନିର୍ଯାତିତ ଏବଂ ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ପରିବାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପଟେ ଗୁରୁଜୀଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ମତାମତଭିତ୍ତିକ ଉପସ୍ଥାପନା।

ଫାଶୀ ଦିଆଗଲେ ଆତ୍ମାକୁ ଶାନ୍ତି ମିଳିବ
ମାନବବାଦ ସଙ୍ଗଠନ ଛାଡ଼ିବାରୁ ସ୍ବାମୀଙ୍କୁ ସଙ୍ଗଠନର ମୁଖ୍ୟ ମାନସଙ୍କ ସମର୍ଥକମାନେ ଅକଥନୀୟ ଅତ୍ୟାଚାର କରିବା ସହ ପିଟିପିଟି ମାରିଦେଲେ। ମାନସଙ୍କୁ ଫାଶୀ ଦିଆଗଲେ ଆତ୍ମାକୁ ଶାନ୍ତି ମିଳିବ। ସେ ମାନବବାଦ ନଁାରେ ପଶୁତ୍ୱ ଭଳି ଆଚରଣ କରୁଛନ୍ତି। ନିରୀହ ଆଦିବାସୀଙ୍କୁ ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଛନ୍ତି।
-ବୁଧି ନାୟକ, ମୃତ ସତ୍ୟବ୍ରତଙ୍କ ସ୍ତ୍ରୀ, ଅଭିମାନପୁର

ମାନସଙ୍କ ଗିରଫ ପରେ ଆଶ୍ୱସ୍ତି ମିଳିଛି
ହିନ୍ଦୁ ବିରୋଧୀ ବିଚାରାଧାରା ଯୋଗୁ ମାନବାଦ ସଙ୍ଗଠନ ଛାଡିଥିଲି। ସଙ୍ଗଠନ ନଁାରେ ଅମାନବୀୟ କାର୍ଯ୍ୟ ଚାଲିଛି। ସଙ୍ଗଠନ ଆଳରେ ଏକଚ୍ଛତ୍ରବାଦ ଶାସନ କରୁଥିଲେ। ଯିଏ ବିରୋଧ କଲା, ତାଙ୍କ ରୋଷର ଶିକାର ହେଉଛନ୍ତି। ମୋ ଭଳି ଅନେକ ବ୍ୟକ୍ତି ମାଡ଼ ଖାଇ ସେମାନଙ୍କ ଭୟରେ ମୁହଁ ଖୋଲୁ ନ ଥିଲେ। ସେଦିନର ମାଡ଼ କଥା ମନରୁ ଯାଇନାହିଁ। ମାନସ ଗିରଫ ହେବା ପରେ ଆଶ୍ୱସ୍ତି ଅନୁଭବ କରୁଛୁ।
-ମାଗୁଣି ନାୟକ, କଡ଼ବ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ନିର୍ଯାତିତ ଓ ଗ୍ରାମରୁ ବିତାଡିତ ହୋଇ ୭ବର୍ଷ ହେବ ରାସ୍ତାକଡ଼ ଜଙ୍ଗଲରେ ୬ ପରିବାର ଆଶ୍ରୟ ନେଇଛୁ। ଘର ଭାଙ୍ଗିବା ସହ ସର୍ବସ୍ବ ଲୁଟିନେଇଥିଲେ। ନିରାଶ୍ରୟ ଭାବେ ଏଠି ଖୋଲା ଆକାଶ ତଳେ ଜୀବନ ବିତାଉଛୁ। ମାନସଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରୁଛି।
-ସାନୁଜ ନାୟକ, ଡାଳତୋଳା
ଆଇନସେବାକୁ ବଦନାମ କରୁଛନ୍ତି
ଆଇନସେବାରେ ନିୟୋଜିତ ହୋଇ ଏଭଳି କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ। ଗରିବ, ନିରୀହ ଆଦିବାସୀ ଯେଉଁମାନଙ୍କ ଆଇନ ଉପରେ ଜ୍ଞାନ ନାହିଁ, ସେମାନଙ୍କୁ ନେଇ ସଙ୍ଗଠନ ଆଳରେ ବିଧର୍ମୀ କାର୍ଯ୍ୟ କରୁଛନ୍ତି। ସୋମାନଙ୍କୁ ପ୍ରଭାବିତ କରି ଧର୍ମାନ୍ତରୀକରଣ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବ୍ୟକ୍ତିଗତ ପରିବର୍ତ୍ତନ ଲକ୍ଷ୍ୟ ନାହିଁ ବରଂ ସାମାଜିକ ଏବଂ ରାଷ୍ଟ୍ରୀୟ ଜୀବନକୁ ମଧ୍ୟ ନଷ୍ଟ କରି ଚାଲିଛନ୍ତି।
-ସତ୍ୟରଞ୍ଜନ ଲାଲା, ବରିଷ୍ଠ ଆଇନଜୀବୀ

ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି
ଭାରତୀୟ ଆର୍ଯ୍ୟ ସଂସ୍କୃତି ପ୍ରାଚୀନ ସଂସ୍କୃତି। ଆର୍ଯ୍ୟ ଓ ଦ୍ରାବିଡ ସଂସ୍କୃତି ଆଳରେ ଦେଶରେ ବିଦ୍ୱେଷଭାବ ସୃଷ୍ଟି କରୁଛନ୍ତି। ସମାଜ ବିରୋଧୀ ଏବଂ ବିଧର୍ମୀ କାର୍ଯ୍ୟ କରୁଛନ୍ତି। ମିଶିନାରି ସଂସ୍ଥା ଦ୍ୱାରା ପରିଚାଳିତ ହୋଇ ମାନବବାଦ ସଙ୍ଗଠନ ନଁାରେ ସମାଜରେ ବିଶୃଙ୍ଖଳା ସୃଷ୍ଟି ସହ ରାଷ୍ଟ୍ର ବିରେଧୀ କାର୍ଯ୍ୟ କରୁଛନ୍ତି। ଏହାକୁ ଦୃଢ଼ ନିନ୍ଦା କରୁଛି। ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବ।
-ଅଜିତ୍‌ ପଟ୍ଟନାୟକ, ହିନ୍ଦୁ ଜାଗରଣ
ସାମ୍ମୁଖ,ରାଜ୍ୟ ସଭାପତି
ମିଥ୍ୟା କେସ୍‌ରେ ଫସାଇ ଦିଆଯାଇଛି
ଗୁରୁଜୀ ଆମ ପାଇଁ ଭଗବାନ। ଆମକୁ ଭୁଲ୍‌ ବାଟରୁ ଭଲ ବାଟକୁ ଆଣିଛନ୍ତି। ଦୀର୍ଘ ବର୍ଷ ହେବ ଗୁରୁଜୀଙ୍କ ସହ କାମ କରୁଛି। ସେ ନିର୍ଦ୍ଦୋଷ। ତାଙ୍କୁ ମିଥ୍ୟା କେସ୍‌ରେ ଫସାଇ ଦିଆଯାଇଛି। ସେ କୌଣସି ଭୁଲ୍‌ କରିନାହାନ୍ତି। ଯିଏ ଆଦିବାସୀଙ୍କୁ ଭଲ ବାଟ ଦେଖାଉଥିଲେ, ତାଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି। ଏହାର ଦୃଢ଼ ପ୍ରତିବାଦ କରୁଛି।
-ଦୀପକ ନାୟକ, ଗୁରୁଜୀଙ୍କ ସମର୍ଥକ, ହିଡ଼ପୁର
ଗୁରୁଜୀଙ୍କ ନଁାରେ ମିଥ୍ୟା ପ୍ରଚାର କରୁଛନ୍ତି
ଦୀର୍ଘବର୍ଷ ହେବ ମାନବବାଦ ସଙ୍ଗଠନରେ ରହିଛି। ଗୁରୁଜୀ ସବୁବେଳେ ମାର୍ଗଦର୍ଶନ ଦେଇଥାନ୍ତିି। ମହିଳାମାନେ ସିନ୍ଦୂର, କାଚ ପିନ୍ଧିବେ ନାହିଁ ବୋଲି ଗୁରୁଜୀ କେବେ କହିନାହାନ୍ତି। ତାଙ୍କ ନାମରେ ଅପପ୍ରଚାର କରାଯାଉଛି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ମିଥ୍ୟା କହୁଛନ୍ତି।
-ସୁମତି ନାୟକ,
ଗୁରୁଜୀଙ୍କ ସମର୍ଥକ, ରଣପୁର


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଗଲେ ବୃଦ୍ଧା: ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଣ୍ଟେଇଯୋଡ଼ି ନଦୀରେ ଭାସିଯାଇ ଶୁକ୍ରବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର...

ବ୍ରାହ୍ମଣୀକୁ ଲୁଟୁଛନ୍ତି ବାଲିମାଫିଆ

ଭୁବନ, ୧୮।୭: ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ବିସ୍ତୀର୍ଣ୍ଣ ଶଯ୍ୟା ପାଲଟିଛି ବାଲିମାଫିଆଙ୍କ ଭୂସ୍ବର୍ଗ। ପରିବେଶ ମଞ୍ଜୁରୀ...

ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର...

ଗୃହଦାହ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ତିହିଡି, ୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମନ୍ଦାରମାଳ  ଥାନା ଅନ୍ତର୍ଗତ ତିହିଡ଼ି ଗ୍ରାମର ପଦୁ ସାମଲ ଓ ଜଗବନ୍ଧୁ ମସାଲଙ୍କ ଘର ସୋମବାର ରାତିରେ...

ଭିଏଲ୍‌ଡବ୍ଲ୍ୟୁଙ୍କ ବାଇକ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ଭଟଲି,୨୭।୭(ଡି.ଏନ୍‌.ଏ): ବରଗଡ଼ ଜିଲା ଭଟଲି ଥାନା କମଗାଁ ପଞ୍ଚାୟତ ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ପଧାନଙ୍କ ବାଇକ୍‌ ଚୋରି ଅଭିଯୋଗରେ ଭଟଲି ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ...

ଜବତ ଶାଢ଼ିକୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୦ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ପ୍ରଚାର ଲାଗି କଟକଣା ରହିଥିବା ବେଳେ ମଙ୍ଗଳବାର ସ୍ଥାନୀୟ ନେତାମାନେ ଭିତିରିଆ ପ୍ରଚାର କରୁଥିବା...

ଟ୍ରାକ୍ଟର ଚକାତଳେ ଶ୍ରମିକଙ୍କ ଜୀବନଗଲା

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ...

କଂଗ୍ରେସ ଧରାଶାୟୀ

ଢେଙ୍କାନାଳ ଅଫିସ/ପରଜଙ୍ଗ(ଡି.ଏନ.ଏ.), ୨୫।୫- ସାଧାରଣ ନିର୍ବାଚନରେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଓ୍ବା ଆଗରେ ଫେଲ୍‌ ମାରିଛି ବିପକ୍ଷ ଦଳର...

Advertisement
Archives

Model This Week