ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ମାନସ

ଖୋର୍ଦ୍ଧା ଅଫିସ,୪।୯: ବେଗୁନିଆ ଥାନା ଅଧୀନ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗୁରୁବାର ପୋଲିସ ଗିରଫ କରଛି। ସେହିପରି କଡ଼ବ ଗ୍ରାମର ମାଗୁଣି ନାଏକ ଏବଂ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ମାଡ଼ ମାରିବା ଘଟଣାରେ ମାନସଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି। ସଙ୍ଗଠନ ଆଳରେ ମାନସ ନିରୀହ ଆଦିବାସୀଙ୍କ ମଧ୍ୟରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉଭୟଙ୍କ ଗିରଫ ପରେ ସେମାନଙ୍କ ଦ୍ୱାରା ନିର୍ଯାତିତ ଏବଂ ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ପରିବାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପଟେ ଗୁରୁଜୀଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ମତାମତଭିତ୍ତିକ ଉପସ୍ଥାପନା।

ଫାଶୀ ଦିଆଗଲେ ଆତ୍ମାକୁ ଶାନ୍ତି ମିଳିବ
ମାନବବାଦ ସଙ୍ଗଠନ ଛାଡ଼ିବାରୁ ସ୍ବାମୀଙ୍କୁ ସଙ୍ଗଠନର ମୁଖ୍ୟ ମାନସଙ୍କ ସମର୍ଥକମାନେ ଅକଥନୀୟ ଅତ୍ୟାଚାର କରିବା ସହ ପିଟିପିଟି ମାରିଦେଲେ। ମାନସଙ୍କୁ ଫାଶୀ ଦିଆଗଲେ ଆତ୍ମାକୁ ଶାନ୍ତି ମିଳିବ। ସେ ମାନବବାଦ ନଁାରେ ପଶୁତ୍ୱ ଭଳି ଆଚରଣ କରୁଛନ୍ତି। ନିରୀହ ଆଦିବାସୀଙ୍କୁ ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଛନ୍ତି।
-ବୁଧି ନାୟକ, ମୃତ ସତ୍ୟବ୍ରତଙ୍କ ସ୍ତ୍ରୀ, ଅଭିମାନପୁର

ମାନସଙ୍କ ଗିରଫ ପରେ ଆଶ୍ୱସ୍ତି ମିଳିଛି
ହିନ୍ଦୁ ବିରୋଧୀ ବିଚାରାଧାରା ଯୋଗୁ ମାନବାଦ ସଙ୍ଗଠନ ଛାଡିଥିଲି। ସଙ୍ଗଠନ ନଁାରେ ଅମାନବୀୟ କାର୍ଯ୍ୟ ଚାଲିଛି। ସଙ୍ଗଠନ ଆଳରେ ଏକଚ୍ଛତ୍ରବାଦ ଶାସନ କରୁଥିଲେ। ଯିଏ ବିରୋଧ କଲା, ତାଙ୍କ ରୋଷର ଶିକାର ହେଉଛନ୍ତି। ମୋ ଭଳି ଅନେକ ବ୍ୟକ୍ତି ମାଡ଼ ଖାଇ ସେମାନଙ୍କ ଭୟରେ ମୁହଁ ଖୋଲୁ ନ ଥିଲେ। ସେଦିନର ମାଡ଼ କଥା ମନରୁ ଯାଇନାହିଁ। ମାନସ ଗିରଫ ହେବା ପରେ ଆଶ୍ୱସ୍ତି ଅନୁଭବ କରୁଛୁ।
-ମାଗୁଣି ନାୟକ, କଡ଼ବ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ନିର୍ଯାତିତ ଓ ଗ୍ରାମରୁ ବିତାଡିତ ହୋଇ ୭ବର୍ଷ ହେବ ରାସ୍ତାକଡ଼ ଜଙ୍ଗଲରେ ୬ ପରିବାର ଆଶ୍ରୟ ନେଇଛୁ। ଘର ଭାଙ୍ଗିବା ସହ ସର୍ବସ୍ବ ଲୁଟିନେଇଥିଲେ। ନିରାଶ୍ରୟ ଭାବେ ଏଠି ଖୋଲା ଆକାଶ ତଳେ ଜୀବନ ବିତାଉଛୁ। ମାନସଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରୁଛି।
-ସାନୁଜ ନାୟକ, ଡାଳତୋଳା
ଆଇନସେବାକୁ ବଦନାମ କରୁଛନ୍ତି
ଆଇନସେବାରେ ନିୟୋଜିତ ହୋଇ ଏଭଳି କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ। ଗରିବ, ନିରୀହ ଆଦିବାସୀ ଯେଉଁମାନଙ୍କ ଆଇନ ଉପରେ ଜ୍ଞାନ ନାହିଁ, ସେମାନଙ୍କୁ ନେଇ ସଙ୍ଗଠନ ଆଳରେ ବିଧର୍ମୀ କାର୍ଯ୍ୟ କରୁଛନ୍ତି। ସୋମାନଙ୍କୁ ପ୍ରଭାବିତ କରି ଧର୍ମାନ୍ତରୀକରଣ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବ୍ୟକ୍ତିଗତ ପରିବର୍ତ୍ତନ ଲକ୍ଷ୍ୟ ନାହିଁ ବରଂ ସାମାଜିକ ଏବଂ ରାଷ୍ଟ୍ରୀୟ ଜୀବନକୁ ମଧ୍ୟ ନଷ୍ଟ କରି ଚାଲିଛନ୍ତି।
-ସତ୍ୟରଞ୍ଜନ ଲାଲା, ବରିଷ୍ଠ ଆଇନଜୀବୀ

ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି
ଭାରତୀୟ ଆର୍ଯ୍ୟ ସଂସ୍କୃତି ପ୍ରାଚୀନ ସଂସ୍କୃତି। ଆର୍ଯ୍ୟ ଓ ଦ୍ରାବିଡ ସଂସ୍କୃତି ଆଳରେ ଦେଶରେ ବିଦ୍ୱେଷଭାବ ସୃଷ୍ଟି କରୁଛନ୍ତି। ସମାଜ ବିରୋଧୀ ଏବଂ ବିଧର୍ମୀ କାର୍ଯ୍ୟ କରୁଛନ୍ତି। ମିଶିନାରି ସଂସ୍ଥା ଦ୍ୱାରା ପରିଚାଳିତ ହୋଇ ମାନବବାଦ ସଙ୍ଗଠନ ନଁାରେ ସମାଜରେ ବିଶୃଙ୍ଖଳା ସୃଷ୍ଟି ସହ ରାଷ୍ଟ୍ର ବିରେଧୀ କାର୍ଯ୍ୟ କରୁଛନ୍ତି। ଏହାକୁ ଦୃଢ଼ ନିନ୍ଦା କରୁଛି। ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବ।
-ଅଜିତ୍‌ ପଟ୍ଟନାୟକ, ହିନ୍ଦୁ ଜାଗରଣ
ସାମ୍ମୁଖ,ରାଜ୍ୟ ସଭାପତି
ମିଥ୍ୟା କେସ୍‌ରେ ଫସାଇ ଦିଆଯାଇଛି
ଗୁରୁଜୀ ଆମ ପାଇଁ ଭଗବାନ। ଆମକୁ ଭୁଲ୍‌ ବାଟରୁ ଭଲ ବାଟକୁ ଆଣିଛନ୍ତି। ଦୀର୍ଘ ବର୍ଷ ହେବ ଗୁରୁଜୀଙ୍କ ସହ କାମ କରୁଛି। ସେ ନିର୍ଦ୍ଦୋଷ। ତାଙ୍କୁ ମିଥ୍ୟା କେସ୍‌ରେ ଫସାଇ ଦିଆଯାଇଛି। ସେ କୌଣସି ଭୁଲ୍‌ କରିନାହାନ୍ତି। ଯିଏ ଆଦିବାସୀଙ୍କୁ ଭଲ ବାଟ ଦେଖାଉଥିଲେ, ତାଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି। ଏହାର ଦୃଢ଼ ପ୍ରତିବାଦ କରୁଛି।
-ଦୀପକ ନାୟକ, ଗୁରୁଜୀଙ୍କ ସମର୍ଥକ, ହିଡ଼ପୁର
ଗୁରୁଜୀଙ୍କ ନଁାରେ ମିଥ୍ୟା ପ୍ରଚାର କରୁଛନ୍ତି
ଦୀର୍ଘବର୍ଷ ହେବ ମାନବବାଦ ସଙ୍ଗଠନରେ ରହିଛି। ଗୁରୁଜୀ ସବୁବେଳେ ମାର୍ଗଦର୍ଶନ ଦେଇଥାନ୍ତିି। ମହିଳାମାନେ ସିନ୍ଦୂର, କାଚ ପିନ୍ଧିବେ ନାହିଁ ବୋଲି ଗୁରୁଜୀ କେବେ କହିନାହାନ୍ତି। ତାଙ୍କ ନାମରେ ଅପପ୍ରଚାର କରାଯାଉଛି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ମିଥ୍ୟା କହୁଛନ୍ତି।
-ସୁମତି ନାୟକ,
ଗୁରୁଜୀଙ୍କ ସମର୍ଥକ, ରଣପୁର


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri