ରାଜା ଚକ୍ର ଓକିଲଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ମନମୋହନ: କହିଲେ ମୋ ମନ …

ଭୁବନେଶ୍ୱର,୪।୪: ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୁଧାଂଶୁ ଦ୍ୱିବେଦୀଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ମୋ ଜୀବନ ଖୋଲା ବହି । ଆମ ଦଳର ନେତା ମାନଙ୍କ ଜୀବନ ବି ଖୋଲା । ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ। ଦାୟିତ୍ୱହିନ ମନ୍ତବ୍ୟ ଦେବା କଥା ନୁହେଁ । ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନାଆସୁ । ପରୀକ୍ଷା ନିରୀକ୍ଷ କରନ୍ତୁ । ମୋ ଆକାଉଣ୍ଟ ନେମ୍ବର ନେଇ ଚେକ କରନ୍ତୁ । ଦଳ ଆକାଉଣ୍ଟ ଖୋଲା ଅଛି । ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଏମିତି କହିଲେ ମନମୋହନ ।

ସୂଚନାଯୋଗ୍ୟ, ରାଜା ଚକ୍ରଙ୍କ ଓକିଲ ଗଣମାଧ୍ୟମକୁ କହିଥିଲେ ଯେ ୨୦୨୪ ଜୁନ ୧୨ରେ ରାଜ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଥିଲା। ଉକ୍ତ ଶପଥ ଗ୍ରହଣ ଉତ୍ସବ ପାଇଁ ୨୦୨୪ ଜୁନ ୭ରେ ଗନ୍ଧମାଦ୍ଦର୍ନ ସୋସାଇଟି କର୍ତ୍ତୃପକ୍ଷଙ୍କୁ ୧୪ ଲକ୍ଷ ଟଙ୍କା ମଗାଯାଇଥିଲା। ଟଙ୍କା ନଦେଲେ ଅଫିସ ବନ୍ଦ କରି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଏହାପରେ ସୋସାଇଟି କର୍ତ୍ତୃପକ୍ଷ ରିଜୋଲ୍ୟୁସଶନ କରି ବ୍ୟାଙ୍କ ଟ୍ରାଞ୍ଜାକ୍ସନ ମାଧ୍ୟମରେ ୧୪ ଲକ୍ଷ ଟଙ୍କା ଦେଇଥିଲେ। ଏହାସହ ଶପଥ ଗ୍ରହଣ ଉତ୍ସବ ପରେ କେନ୍ଦୁଝରର ୨ ଭାଜପା ନେତା ଅଞ୍ଜନ ବେଜ ଓ ସୁଶାନ୍ତ ବାରିକ, ସୋସାଇଟି କର୍ତ୍ତୃପକ୍ଷଙ୍କୁ ପୁଣିଥରେ ଭାଜପା ରାଜ୍ୟ ମୁଖ୍ୟଙ୍କୁ ଟଙ୍କା ଦେବାକୁ ଦାବି କରିଥିଲେ। ସେମାନଙ୍କ ଦାବି ମୁତାବକ ୨୦୨୪ ଜୁଲାଇ ୪ରେ ଆଉ ଏକ ରିଜୋଲ୍ୟୁଶନ କରାଯାଇ ଭାଜପା ରାଜ୍ୟ ମୁଖ୍ୟଙ୍କ ନାମରେ ୧ କୋଟି ୩ ଲକ୍ଷ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ନେଇ ଭାଜପା ରାଜ୍ୟ ମୁଖ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୫୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୫୦ ଲକ୍ଷ ଟଙ୍କା ଆର୍ଟିଜିଏସ ମାଧ୍ୟମରେ ଓ ୧୫ଲକ୍ଷ ଟଙ୍କା ସ୍ଥାନୀୟ ପ୍ରତିନିଧିଙ୍କୁ ଦିଆଯାଇଥିବା ଦ୍ବିବେଦୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri