ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…

ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ ଏଜେନ୍ସି ମଧ୍ୟ ସ୍ପେସ ଭ୍ରମଣ ଠାରୁ ଆରମ୍ଭ କରି ସେଠାରେ ବସତି ସ୍ଥାପନ କରିବ ପର୍ଯ୍ୟନ୍ତ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି କାମ ଆଦୌ ସହଜ ନୁହେଁ। ଏପରିସ୍ଥଳେ ବୈଜ୍ଞାନିକମାନେ ମହାକାଶରେ ମନୁଷ୍ୟର ବସତି ସ୍ଥାପନ ନେଇ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ମହାକାଶ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଥିବା ଦେଶଗୁଡ଼ିକର ଚିନ୍ତା ବୃଦ୍ଧି ପାଇଛି।

ମୋଟ୍ରା ଡଟ୍‌ କୋ ଡଟ୍‌ ୟୁକେର ରିପୋର୍ଟ ଅନୁଯାୟୀ, ମଣିଷ ପାଇଁ ମହାକାଶରେ ବସତି ନିର୍ମାଣ ସହଜ କାମ ନୁହେଁ। ମହାକାଶରେ ଯେତେବେଳେ ଖାଦ୍ୟର ଅଭାବ ହେବ, ସେତେବେଳେ ଭୋକିଲା ମଣିଷ ପରସ୍ପରକୁ ଖାଇବାକୁ ବାଧ୍ୟ ହେବେ। ଏହାର କାରଣ ବର୍ଣ୍ଣନା କରି ସେ କହିଛନ୍ତି ଯେ ମହାକାଶରେ ଫସଲ ଚାଷ କରିବା ଅତ୍ୟନ୍ତ କଷ୍ଟକର ଏବଂ ଯଦି ଫସଲ ନଷ୍ଟ ହୋଇଯାଏ ତେବେ ସେଠାରେ ଖାଦ୍ୟର ଘୋର ଅଭାବ ଘଟିବ।

ରିପୋର୍ଟରେ, ମହାକାଶରେ ମଣିଷ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରରେ ପରୀକ୍ଷା ମୂଳକ ଭାବେ ମାନବ ବସତି ସ୍ଥାପନ ହୋଇପାରିବ। ସେଠାକୁ ପୃଥିବୀରୁ ଖାଦ୍ୟ ସାମଗ୍ରୀ ପଠାଇବା ମଧ୍ୟ ସହଜ ହେବ। ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଯଦି ମହାକାଶରେ ମହାମାରୀ ଥାଏ କିମ୍ବା ଖାଦ୍ୟର ଘୋର ଅଭାବ ଦେଖାଯାଏ, ତେବେ ମଙ୍ଗଳ ଏବଂ ଚନ୍ଦ୍ର ଏପରି ଗ୍ରହ, ଯେଉଁଠାରେ ପୃଥିବୀରୁ ଆବଶ୍ୟକ ସାମଗ୍ରୀ ସହଜରେ କମ୍‌ ସମୟ ମଧ୍ୟରେ ପହଞ୍ଚି ପାରିବ। ଅପରପକ୍ଷରେ ଯଦି ଦୂର ଗ୍ରହରେ ବସତି ସ୍ଥାପିତ ହୁଏ, ତେବେ ସେଠାକୁ ପୃଥିବୀରୁ ସାହାଯ୍ୟ ପହଞ୍ଚାଇବାକୁ ଅନେକ ବର୍ଷ ଲାଗିବ।

ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଚାଲର୍‌ସ କକେଲ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ଜଳ ସମସ୍ୟା ଉପୁଜିବ ଏବଂ ଏଭଳି ପରିସ୍ଥିତିରେ ମହାକାଶରେ ରହିବା ଏକ ଉତ୍ତମ ବିକଳ୍ପ ହୋଇପାରେ। ସେ କହିଛନ୍ତି ଯେ ଏକ ମାନବ ବସତି କରିବାକୁ ହେଲେ ପ୍ରଥମେ ପ୍ରତ୍ୟେକ ସ୍ତରରେ ବୈଜ୍ଞାନିକ ପରୀକ୍ଷା କରିବାକୁ ପଡିବ ଏବଂ ଏହି ବ୍ୟବସ୍ଥା ନିଶ୍ଚିତ ଭାବରେ ନିର୍ଭରଯୋଗ୍ୟ ହେବା ଆବଶ୍ୟକ ମଧ୍ୟ।

ଇତିହାସର ଏକ ଘଟଣାକୁ ସ୍ମରଣ କରି ପ୍ରଫେସର କୋକେଲ କହିଛନ୍ତି ଯେ ୧୯ତମ ଶତାବ୍ଦୀର ଶେଷ ଭାଗରେ କ୍ୟାପଟେନ ସାର୍‌ ଜନ ଫ୍ରାଙ୍କଲିନଙ୍କ ଦଳ ଆଟଟଲାଣ୍ଟିକ୍‌ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ଉତ୍ତର-ପଶ୍ଚିମ ପ୍ୟାସେଜ୍‌ ଖୋଜିବାକୁ ବାହାରିଥିଲେ ଏବଂ ସେମାନେ ସାଙ୍ଗରେ ଖାଦ୍ୟ ନେଇଥିଲେ। କିନ୍ତୁ ତା’ପରେ ସେମାନେ ବାଟବଣା ହୋଇ ହଜିଗଲେ ଏବଂ ଶେଷରେ ଦଳର ସଦସ୍ୟମାନଙ୍କୁ ଭୋକ ମେଣ୍ଟାଇବା ତଥା ଜୀବନ ବଞ୍ଚାଇବା ପାଇଁ ସେମାନଙ୍କୁ ପରସ୍ପରକୁ ଖାଇବାକୁ ପଡିଥିଲା। ସେ କହିଛନ୍ତି ଯେ ଏହି ଦଳ ହାଇ-ଟେକ ଟେକ୍ନୋଲୋଜରେ ସଜ୍ଜିତ ହୋଇଥିଲେ। ଏହା ସତ୍ତ୍ୱେ ସେମାନଙ୍କର ଯନ୍ତ୍ରଣାଦାୟକ ଅନ୍ତ ଘଟିଥିଲା।

ଏହି ଉଦାହରଣରୁ ଶିଖିବାକୁ ପରାମର୍ଶ ଦେଇ କୋକେଲ କହିଛନ୍ତି ଯେ ଯଦି ଲୋକେ ବିନା ପ୍ରସ୍ତୁତିରେ ମହାକାଶରେ ବସବାସ କରିବାକୁ ଯାଆନ୍ତି, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଖାଦ୍ୟର ଅଭାବ ଦେଖାଦେଲେ, ଜଣେ ଜୀବିତ ରହିବା ପାଇଁ ଅନ୍ୟ ଜଣଙ୍କୁ ଖାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ସେମାନଙ୍କ ପାଖରେ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?