Posted inଫୁରସତ

୮ ପାଦରେ ଚାଲୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ଏହି ମାଧ୍ୟମରେ ଲୋକମାନେ ବାହ୍ୟଜଗତ ସହିତ ଯୋଡ଼ି ହୋଇରହିଥାନ୍ତି। ପୂର୍ବରୁ ଏହା କେବଳ ମନୋରଞ୍ଜନର ଏକ ମାଧ୍ୟମ ଥିଲା, କିନ୍ତୁ ଏବେ ଅନେକ ଜ୍ଞାନ ମଧ୍ୟ ଦେଉଛି।

 

View this post on Instagram

 

A post shared by Sam Shea (@nuderobot)


ଆଜିକାଲି ଟେକ୍ନୋଲୋଜି ସାହାଯ୍ୟରେ ଏପରି ଜିନିଷ ମଧ୍ୟ ସୃଷ୍ଟି ହୋଇପାରେ, ଯାହା ପ୍ରକୃତରେ ନକଲି। ନିକଟରେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଆଠ ଗୋଡ଼ରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଏକ ଭିଡିଓ ଶେୟାର ହୋଇଛି। ପ୍ରଥମ ଦେଖାରେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ସେମାନଙ୍କ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ। ଏହି ବ୍ୟକ୍ତି ବହୁତ ଧୀରେ ଧୀରେ ଗୁରୁଣ୍ଡି ଆଗକୁ ଯାଉଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ହଜାର ହଜାର ୟୁଜର ମନ୍ତବ୍ୟ ଦେଇଛନ୍ତି। ଅନେକ ୟୁଜର ଭିଡିଓ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ପ୍ରଥମ ଦେଖାରେ ଏହା ଆଠ ଗୋଡ଼ ବିଶିଷ୍ଟ ବ୍ୟକ୍ତିଙ୍କ ପରି ଦେଖାଯାଏ। ଏକ ସ୍ପାଇଡର ପରି। ଏହା ଗୋଡ଼ ସାହାଯ୍ୟରେ ଗତି କରୁଥିବା ଦେଖାଯାଉଥିଲା। ବେକ ନିକଟରୁ ଦୁଇ ହାତ ଏବଂ ଅଣ୍ଟା ପାର୍ଶ୍ୱରୁ ଦୁଇ ହାତ ଦେଖାଯାଉଥିଲା। ଏହି  ଭିଡିଓ ଲୋକଙ୍କୁ ଚକିତ କରିଥିଲା। ଅନେକ ଥର ଏପରି ପରିସ୍ଥିତି ସାମ୍ନାକୁ ଆସିଛି ଯେତେବେଳେ କେହି ଶରୀରର ଅତିରିକ୍ତ ଅଙ୍ଗ ସହିତ ଜନ୍ମ ହୁଅନ୍ତି। କିନ୍ତୁ ଆଠ ଗୋଡ଼ ବିଶିଷ୍ଟ ସ୍ପାଇଡର ପରି ଦେଖାଯାଉଥିବା ବ୍ୟକ୍ତିଙ୍କ ବିଷୟରେ କେହି କେବେ ଶୁଣି ନାହାନ୍ତି। କିନ୍ତୁ ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହି ଭିଡିଓ ଶେୟାର ହେବା ମାତ୍ରେ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି। ଏହା ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହା ବାସ୍ତବ ଭାବି ଅନେକ ୟୁଜର ଦୁଃଖ ପ୍ରକାଶ କରିଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ବେକ ପାଖରେ ଦୁଇ ହାତ ଏବଂ ଅଣ୍ଟା ପାଖରେ ଦୁଇ ହାତ ନକଲି। ଏହି ହାତଗୁଡ଼ିକ ବାସ୍ତବ ପରି ଦେଖାଯାଉଛି କିନ୍ତୁ ସେଗୁଡ଼ିକ ବାସ୍ତବ ନୁହେଁ। nuderobot ନାମକ ଏକ ଇନ୍‌ଷ୍ଟଗ୍ରାମରେ ଏହି ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଟେକ୍ନିକାଲ ଭିଡିଓ ଅପଲୋଡ୍‌ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri