Advertisement

ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…

ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା ଭଳି ମନେ ହେଉଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଜୋନ୍‌ପୁରରେ ଘଟିଛି। ସ୍ଥାନୀୟ ମଣ୍ଡିୟାହୁଂ ଅଞ୍ଚଳରେ ତିଲକଧାରୀ ସିଂଙ୍କ ସ୍ତ୍ରୀ ରାଜକୁମାରୀଙ୍କ ଦେହ ଦୀର୍ଘଦିନ ଧରି ଖରାପ ଥିଲା। ସେ ଘରି ରହି ଚିକିତ୍ସିତ ହେଉଥିଲେ। ସୋମବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କର ମୃତଦେହ ମଙ୍ଗଳବାର ଘରକୁ ଆସିଥିଲା। ତେବେ ଗାଁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କରୋନା ସଂକ୍ରମଣ ଭୟରେ କେହି ତିଲକଧାରୀଙ୍କ ଘରକୁ ଆସିନ ଥିଲେ। ସମସ୍ତେ କବାଟ ଝରକା ବନ୍ଦ କରି ଘରେ ଲୁଚି ରହିଥିଲେ। ଶେଷରେ ତିଲକଧାରୀ ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ ନଦୀ କୂଳରେ ଅନ୍ତିମ ସଂସ୍କାର କରିଥିଲେ। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ: ପଥର ମାଡ଼ରୁ ରକ୍ଷା ପାଇଁ ଡ୍ରାଇଭର ପିନ୍ଧିଲେ ହେଲମେଟ୍‌; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଲକାତା,୮।୧: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା...

ନିଜ ଉତ୍ତରାଧିକାରୀ ବାଛିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ,୭।୧୦: ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଶୁକ୍ରବାର ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କୁ ଏକ ଚିଠି ଲେଖିଛନ୍ତି।...

୨୦୨୭ରେ ଦେଶକୁ ମିଳିପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟରେ ବିଚାରପତିଙ୍କ ୯ ଟି ଖାଲି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଅମିତ ଶାହାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଯୋଧପୁର,୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟରେ ହୋଇଥିବା ଦଙ୍ଗାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ଟୁଇଟ୍‌ କରି ଗେହଲୋଟ...

ଅମେଠିରୁ ହାରିଲେ, ଓ୍ବାୟନାଡରେ ଜିତିଲେ

ନୂଆଦିଲ୍ଲୀ,୨୪-୫:ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଅମେଠି ଓ କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ...

ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ

ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ...

କରୋନା ଭାଇରସରେ ମୃତକଙ୍କ ପରିବାରକୁ ମିଳିବ ସହାୟତା

ନୂଆଦିଲ୍ଲୀ,୧୪।୩: ଏବେ କରୋନା ଭାଇରସ କବଳରେ ଭାରତ। ଏବେସୁଦ୍ଧା ଏଠାରେ ୮୫ ଜଣ କରୋନା ଭାଇରସ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨...

ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ

ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା...

Advertisement
Archives

Model This Week