ଡକାୟତଙ୍କୁ ଡାକିଲେ, ବନ୍ଧୁକ ଦେଖାଇଲେ… ମହିଳାଙ୍କୁ କଲେ ପ୍ରପୋଜ୍‌, ଭିଡିଓ ଭାଇରାଲ

ଲୋକ ଭାଇରାଲ ହେବାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ଭାଇରାଲ ହେଉଛନ୍ତି। ସେଥିରେ ଜଣେ ଲଭବାର୍ଡଙ୍କର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ହସି ହସି ବେଦମ୍‌ ହୋଇଯିବେ। କିଛି ଲୋକ ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ଫୁଲ କିମ୍ବା ଆଙ୍ଗୁଠି ଦେଇ ପ୍ରପୋଜ କରନ୍ତି। କିନ୍ତୁ ଭାଇରାଲ ହୋଇଥିବା ଏହି ଭିଡିଓରେ ବ୍ୟକ୍ତିଜଣକ ନିଜ ଗାର୍ଲଫ୍ରେଣ୍ଡଙ୍କୁ କିଛି ଅଲଗା ଅନ୍ଦାଜରେ ପ୍ରପୋଜ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି।

କଲମ୍ବିଆରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ୫-୬ଜଣ ଡକାୟତ ଦ୍ୱାରା ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତି ପ୍ରପୋଜ କରିଛନ୍ତି। ଘଟଣା ଏପରି କି, କିଛି ଲୋକ ମୁହଁରେ କପଡା ବାନ୍ଧି ଦିନ ଦ୍ୱି ପ୍ରହରେ ଗୋଟିଏ କାର୍‌କୁ ବାଟରେ ଅଟକାଇଥିଲେ। କାର୍‌ରୁ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ବାହାରକୁ ବାହାରିବା ପାଇଁ କହିଥିଲେ। ମହିଳାଜଣକ ଭୟଭୀତ ହୋଇ ଥରିବାକୁ ଲାଗିଥିଲେ। ରାସ୍ତାଘାଟ ବି ଶୂନଶାନ ଥିଲା। ଏଥିପାଇଁ ସେ କାହାକୁ ସାହାଯ୍ୟ ବି ମାଗି ପାରୁ ନ ଥିଲେ। ହଠାତ୍‌ ସେ ଡକାୟତଙ୍କ ମଧ୍ୟରୁ ଜଣେ ଆଣ୍ଠେଇ ବସି ମହିଳାଙ୍କୁ ମୁଦି ଦେଇ ପ୍ରପୋଜ କରିଥିଲେ। ଯାହାକୁ ଦେଖି ମହିଳାଜଣକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 

View this post on Instagram

 

A post shared by Pulzo (@pulzo_col)

କାରଣ ସେହି ବ୍ୟକ୍ତିଜଣକ ତାଙ୍କ ପ୍ରେମିକ ଥିଲେ। ଭିନ୍ନ ଢଙ୍ଗରେ ପ୍ରପୋଜ କରିବା ପାଇଁ ସେ ଏପରି ଲୁଟପାଟ୍‌ର ନାଟକ ରଚିଥିଲେ। ପରେ ମହିଳାଜଣକ ଘଟଣା କଣ ବୁଝିବାକୁ ଡେରି ହୋଇ ନ ଥିଲା। ମହିଳାଜଣକ ଖୁସି ହୋଇ ତାଙ୍କ ପ୍ରେମିକଙ୍କୁ କୋଳେଇ ଧରିବା ସହ ଚୁମ୍ବନ ଦେଇଥିଲେ। ଆଖପାଖରେ ଥିବା ନକଲି ଡକାୟତମାନେ ତାଳି ବଜାଇଥିଲେ। ଘଟଣାଟିର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରି ଭିନ୍ନ ଢଙ୍ଗର ପ୍ରପୋଜ ଷ୍ଟାଇଲକୁ ଦେଖି ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?