Posted inଫୁରସତ

ପାରା ସହାୟତାରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ: ପରେ ଘଟିଲା…

ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଯୁବତୀ, ଯୁବକ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି। ଏହିପରି ଅଷ୍ଟ୍ରେଲିଆର ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ପାଇଁ ଏକ ପାରାର ସହାୟତା ନେଇଛନ୍ତି। ଯାହାକି ଏବି ଚର୍ଚ୍ଚାର ବିଷୟ ପାଲଟିଛି।
ଅଷ୍ଟ୍ରେଲିଆର ଏହି ପ୍ରେମିଯୁଗଳ ହେଲେ ଜେସେ (ପ୍ରେମିକ) ଏବଂ ଏରିନ୍‌(ପ୍ରେମିକା)। ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି, ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ଜେସେ ପ୍ରେମିକା ଏରିନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ଏକ ପାରାର ସହାୟତା ନେଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଷ୍ଟାଡିୟମ୍‌ରେ ପ୍ରେମିଯୁଗଳ ବସିଛନ୍ତି। କିଛି ସମୟ ପରେ ପାରାଟି ଜେସେଙ୍କ ନିକଟରୁ ଯାଇ ପ୍ରେମିକା ଏରିନ୍‌ଙ୍କ ହାତରେ ବସୁଛି। ଏବଂ ଏରିନ୍‌ଙ୍କ ହାତରେ ଏକ ଚିଠି ଦେଇ ପାରାଟି ସେଠାରୁ ପଳାଇଯାଉଛି। ଉକ୍ତ ଚିଠିକୁ ପଢ଼ିବା ପରେ ଏରିନ୍‌ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଉକ୍ତ ଚିଠିରେ ପ୍ରେମିକ ଜେସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଏହା ପରେ ଜେସେ ଏରିନ୍‌ଙ୍କ ସାମ୍ନାରେ ଆଣ୍ଠେଇ ପଡ଼ି ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହୁଛନ୍ତି। ଏହା ଶୁଣିବା ପରେ ଏରିନ୍‌ ସଙ୍ଗେ ସଙ୍ଗେ ହଁ କରୁଛନ୍ତି। କିଛି ସମୟ ମଧ୍ୟରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଚିତ୍କାର କରିବା ସହ କରତାଳି ଦେବା ଆରମ୍ଭ କରିଦେଉଛନ୍ତି। ଏହି ଭିଡିଓକୁ ଅଷ୍ଟ୍ରେଲିଆର ଜୁ ନାମକ ଜଣେ ଟ୍ବିଟର ହ୍ୟାଣ୍ଡେଲ ଶେୟାର କରିଛନ୍ତି। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏବେ ଏହି ଭିଡିଓ ଉପରେ ନିଜର ମନ୍ତବ୍ୟ ଦେବାସହ ପ୍ରେମୀଯୁଗଳଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ପିଲାଟିକୁ ଆଲିଙ୍ଗନ କରୁଛି କୁକୁର: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଛୋଟ ପିଲାକୁ ଏକ କୁକୁର ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ...

ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ

ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ...

ସ୍ବୟଂସିଦ୍ଧା…ଏମିତି କିଛି ନାହିଁ ଯାହା ନାରୀଙ୍କ ପକ୍ଷେ ଅସମ୍ଭବ…

ଯେଉଁଠି କେବଳ ‘ନା’ ‘ନା’ର କଥା ଥିଲା ସେମାନେ କିନ୍ତୁ ‘ହଁ’ ପାଇଁ ଅଡ଼ି ବସିଥିଲେ। ପାରିବି ନାହିଁର ଶବ୍ଦ ନ ଥିଲା ଏମାନଙ୍କ ଶବ୍ଦ...

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା...

ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ

ଜନ ପପଲ୍‌ଟନ୍‌ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍‌ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍‌ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ...

ଜେଟ୍‌ ସୁଟ୍‌ ଏୟାର ଆମ୍ବୁଲାନ୍ସ

ଏୟାର ଆମ୍ବୁଲାନ୍ସ ଏକ ବରଦାନସ୍ବରୂପ। କେଇ ଘଣ୍ଟା ଭିତରେ ଏହା ରୋଗୀଙ୍କୁ ଦୂର ଚିକିତ୍ସାଳୟରେ ପହଞ୍ଚାଇ ଦେଇଥାଏ। ତାହା ମଧ୍ୟରେ ଭେଣ୍ଟିଲେଟର ସମେତ ବିଭିନ୍ନ ମେଡିକାଲ...

ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ସତ୍ୟବତୀ ସ୍ବାଇଁ

ପ୍ରଥମ ରୋଜଗାର ଖୁସିକୁ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ କ’ଣ ଅଛି! ଏମିତି ଲାଗିଥିଲା ଏହା ମୋତେ ବେଜାଏ ଖୁସି ସହ ମେଞ୍ଚାଏ ଆତ୍ମବିଶ୍ୱାସ...

ଖାଲି ମଣିଷ ନୁହେଁ, ହାତୀ ଛୁଆଙ୍କ ଭିତରେ ଦେଖିବାକୁ ମିଳେ ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

Advertisement
Archives

Model This Week