Posted inଫୁରସତ

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଲକ୍ଷେ ଟଙ୍କିଆ ଆଇଫୋନ୍‌: ପାର୍ସଲ ଖୋଲିବା ପରେ ଉଡିଗଲା ହୋଶ୍‌

ଆଜିକାଲି ଅନ୍‌ଲାଇନ୍‌ ଯୁଗ। ମୋବାଇଲ୍‌ରେ ଅର୍ଡର ଦେଲେ ଖାଦ୍ୟଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ଆବଶ୍ୟକ ଜିନିଷ ଆସି ଘରେ ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍‌ରେ ଲୋକେ ଠକାମିର ଶିକାର ହୋଇଥାନ୍ତି। ନିକଟରେ ଜଣେ ଯୁବକ ଅନଲାଇନ୍‌ରେ ଆପଲ ଆଇଫୋନ ୧୩ ଅର୍ଡର କରିଥିଲେ। କିନ୍ତୁ ଆଇଫୋନ ୧୩ ବଦଳରେ ଟଏଲେଟ ପେପରରେ ଗୁଡାଯାଇଥିବା ଦୁଇଟି ଚକୋଲେଟ ମିଳିଥିଲା। ଏହି ଘଟଣା ଇଂଲଣ୍ଡର ଲିଡ୍ସରୁ ଆସିଛି।

Man orders phone, receives chocolate wrapped in toilet paper
ଡାନିଏଲ କାରୋଲ ନାମକ ଜଣେ ଗ୍ରାହକ ଉତ୍ସାହର ସହିତ ତାଙ୍କ ଆଇଫୋନ ୧୩ ପ୍ରୋ ମ୍ୟାକ୍ସକୁ ଅପେକ୍ଷା କରିଥିଲେ, କାରଣ ଏହା ଦୁଇ ସପ୍ତାହ ବିଳମ୍ବ ହୋଇଥିଲା। ଫୋନର ମୂଲ୍ୟ ୧ ଲକ୍ଷ ଟଙ୍କା ଥିଲା। ସେ ଅର୍ଡର କରିବା ପାଇଁ ପ୍ୟାକେଜ ଗ୍ରହଣ କଲେ, ସେ ଫୋନ ବଦଳରେ ଟଏଲେଟ ରୋଲରେ ଗୁଡ଼ାଯାଇଥିବା ଦୁଇଟି କ୍ୟାଡବିରୀର ହ୍ବାଇଟ ଓରିଓ ଚକୋଲେଟ ବାର୍‌ ପାଇ ଆଶ୍ଚର୍ଯ୍ୟ ହୋଇଗଲେ। ଡାନିଏଲ କହିଛନ୍ତି, ମୁଁ ଆପଲ ୱେବସାଇଟ ମାଧ୍ୟମରେ ଡିସେମ୍ବର ୨ରେ ଫୋନ ଅର୍ଡର କରିଥିଲି, କିନ୍ତୁ ଅଧିକ ଷ୍ଟକ ହେତୁ ଡେଲିଭରିର ପ୍ରଥମ ଦିନ ଡିସେମ୍ବର ୧୭ ଥିଲା। ଗତ ଶୁକ୍ରବାର ମୁଁ ଅର୍ଡର ଆଣିବାକୁ କମ୍ପାନୀର ଡିପୋରୁ ପାର୍ସଲ ଗ୍ରହଣ କରିବାକୁ ପହଞ୍ଚିଥିଲି ଏବଂ ଶନିବାର ଦିନ ଏହା ଉପଲବ୍ଧ ହେବ ବୋଲି ସେଠାରେ କୁହାଯାଇଥିଲା। କିନ୍ତୁ ପାର୍ସଲ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିବା ସେ କହିଛନ୍ତି। ଏବେ କାରୋଲ ଏନେଇ କମ୍ପାନୀ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri