ମ୍ୟାନ୍‌ ଅଫ୍‌ ମିଶନ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ତଥା ୨୦୦୦ ବ୍ୟାଚ୍‌ ବରିଷ୍ଠ ଆଇଏଏସ୍‌ ଅଫିସର ଭି.କେ. ପାଣ୍ଡିଆନ ଅକ୍ଟୋବର ୨୩ ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ସେ ନିଜର ଚାକିରି କାଳରେ ଓଡ଼ିଶା ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତର ଓ ବିକାଶ କ୍ଷେତ୍ରରେ ପାଣ୍ଡିଆନ ‘ମ୍ୟାନ୍‌ ଅଫ୍‌ ମିଶନ’ ଭାବେ କାର୍ଯ୍ୟ କରିଛନ୍ତି।
୨୦୦୦ ମସିହାରେ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ଭାବେ ନିଯୁକ୍ତି ହେବା ପରେ ରାଜ୍ୟର ବିକାଶ ପାଇଁ ସେ ନିଜକୁ ଉତ୍ସର୍ଗ କରି ଆସିଛନ୍ତି। ୨୦୦୨ରେ ସେ ଧର୍ମଗଡ଼ ଉପଜିଲାପାଳ ଭାବେ ଯୋଗଦେଇ ରାଜ୍ୟର ରାଜସ୍ବ ବୃଦ୍ଧି କରି ନିଜ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଦେଶର ସର୍ବକନିଷ୍ଠ ଜିଲାପାଳ ଭାବେ ୨୦୦୫ରେ ସେ ରାଜ୍ୟର ବୃହତ୍‌ ଜିଲା ମୟୂରଭଞ୍ଜର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଦୁର୍ଗମ ଅଞ୍ଚଳକୁ ନିରନ୍ତର ଗସ୍ତ ଜିଲାର ବିକାଶକୁ ତ୍ୱରାନ୍ବିତ କରିଛି। ଭିନ୍ନକ୍ଷମମାନଙ୍କ ଥଇଥାନ କ୍ଷେତ୍ରରେ ମୟୂରଭଞ୍ଜ ଜିଲା ଜାତୀୟ ପୁରସ୍କାର ପାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟର ନୀତି ଭାବେ ଗ୍ରହଣ କରାଯାଇଛି। ଏଥିପାଇଁ ପାଣ୍ଡିଆନ ସମ୍ମାନଜନକ ‘ହେଲେନ କେଲର’ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଜିଲାପାଳ ଥିବାବେଳେ ସଫଳତାର ସହ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ କରିବା ଯୋଗୁ ଗଞ୍ଜାମ ଜିଲାକୁ ଜାତୀୟ ପୁରସ୍କାର ମିଳିପାରିଥିଲା। ପରେ ସେ ୨୦୦୭ରେ ଗଞ୍ଜାମ ଜିଲାପାଳ ଭାବେ ଯୋଗ ଦେଇଥିଲେ। ଜିଲାପାଳ ଥିବାବେଳେ ସଫଳତାର ସହ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ କରିବା ଯୋଗୁ ଗଞ୍ଜାମ ଜିଲାକୁ ଜାତୀୟ ପୁରସ୍କାର ମିଳିପାରିଥିଲା। ଏଥିସହିତ ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରିବା ପାଇଁ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଥିଲେ। ଏହାକୁ ସମଗ୍ର ରାଜ୍ୟ ଓ ଦେଶରେ ଗ୍ରହଣ କରାଯାଇଛି। ହଜାର ହଜାର ଶ୍ରମିକମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୧୦୦ କୋଟି ଏକକାଳୀନ ପ୍ରଦାନ କରି ରେକର୍ଡ ସୃଷ୍ଟି ହୋଇଥିଲା। ତାଙ୍କର ଏହି ସଫଳ ପ୍ରୟାସ ପାଇଁ ଗଞ୍ଜାମ ୨ଥର ରାଷ୍ଟ୍ରପତି ପୁରସ୍କାର ପାଇ ପାରିଛି। ଏନ୍‌ଆର୍‌ଇଜିଏସ୍‌ର ସଫଳ ପ୍ରୟୋଗ ଯୋଗୁ ରାଜ୍ୟରେ ଶ୍ରମିକ ଦିବସ ବୃଦ୍ଧି ପାଇବା ସହ ଅନ୍ୟ ରାଜ୍ୟକୁ ଶ୍ରମିକ ପଳାୟନ ରେ ହ୍ରାସ ଘଟି ପାରିଥିଲା। ପାଣ୍ଡିଆନଙ୍କ ଏହି ପଦକ୍ଷେପ ତୃଣମୂଳ ସ୍ତରରେ ହେଉଥିବା ଦୁର୍ନୀତିକୁ ରୋକିବାରେ ସଫଳ ହୋଇପାରିଥିଲା।
୨୦୧୧ରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ପରଠାରୁ ସେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସହାୟତା କରିଆସିଛନ୍ତି। କାର୍ଯ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ୟକ୍ତିଗତ ସଚିବ ପାଇଁ ମନୋନୀତ କରିଥିଲେ। ପାଣ୍ଡିଆନଙ୍କ ଟ୍ରାକ୍‌ ରେକର୍ଡ ଓ ନିଜ କାର୍ଯ୍ୟକୁ ସଫଳତାର ସହ ତୁଲାଇବାକୁ ଦେଖି ପରବର୍ତ୍ତୀ ସମୟରେ ନବୀନ ତାଙ୍କୁ ୫-ଟି ସଚିବ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାର ଗତ ୧୨ବର୍ଷ ମଧ୍ୟରେ ପାଣ୍ଡିଆନ ଜନସ୍ବାର୍ଥ ସମ୍ବଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଯେପରି ସମ୍ମାନ ମିଳିପାରିବ ସେ ନେଇ ‘ମୋ ସରକାର’ ଭଳି ନୂତନ ପ୍ରୟାସ ଆଣିପାରିଛନ୍ତି। ସେହିପରି ପ୍ରଶାସନିକ କ୍ଷେତ୍ରରେ ସ୍ବଚ୍ଛ ଓ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସକାଶେ ୫-ଟି( ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟାଇମ୍‌ ଓ ଟ୍ରାନ୍ସଫର୍ମେଶନ) ଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ରଖିଥିବା ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନେବା ପାଇଁ ନିୟମିତ ଭାବେ ସମୀକ୍ଷା କରି ଆସୁଛନ୍ତି। ତୀର୍ଥଯାତ୍ରୀମାନେ ପୁରୀରୁ ଯେପରି ଭଲ ଅନୁଭୂତି ନେଇ ଯିବେ ତାହା ହିଁ ଥିଲା ପାଣ୍ଡିଆନଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ରାଜ୍ୟର ପୁରାତନ ଐତିହ୍ୟ ଓ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ କରିବା କ୍ଷେତ୍ରରେ ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ। କେବଳ ପୁରୀ ନୁହେଁ, ଲିଙ୍ଗରାଜ ମନ୍ଦିର, ସମଲେଇ, ତାରିଣୀ ମନ୍ଦିର, ତାରାତାରିଣୀ ମନ୍ଦିର, ହରିଶଙ୍କର, ସେଣ୍ଟ ପଲ୍‌ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ, ଦର୍ଘା-ଇ- ହୁଜୁର ମୁଜାହିଦ-ଇ- ମିଲାତ ମସ୍‌ଜିଦ, ଜାମା ମସ୍‌ଜିଦ ଏବଂ ଗୁରୁ ଗୋବିନ୍ଦ ସିଂ ସାହେବ ଗୁରୁଦ୍ୱାରର ରକ୍ଷଣାବେକ୍ଷଣ ଓ ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।
ରାଜ୍ୟର ଶିକ୍ଷାକୁ କିପରି ଗୁଣାତ୍ମକ କରାଯାଇପାରିବ ସେ ନେଇ ପାଣ୍ଡିଆନ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ କରି ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ସ୍କୁଲ ରୂପାନ୍ତରଣ ଯୋଗୁ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଗୁଣାତ୍ମକ ଓ ଉତ୍ତମ ମାନର ଶିକ୍ଷା ପାଇପାରିଛନ୍ତି। ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆସିଥିବା ରୂପାନ୍ତରଣ ଓ ରାଜ୍ୟରେ ନୂତନ ହସ୍ପିଟାଲ ସ୍ଥାପନ କ୍ଷେତ୍ରରେ ପାଣ୍ଡିଆନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କଓ୍ବୋଇ)ରେ ଗରିବ ଲୋକ ବିଶେଷକରି ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯାଇପାରିଛି। ନିର୍ଦ୍ଧାରିତ ସମୟରେ ଲୋକମାନଙ୍କର ଅଭିଯୋଗ ଶୁଣାଣି ହୋଇପାରିଛି। ଲୋକମାନଙ୍କ ଦୁଆରକୁ ଯାଇ ସେମାନଙ୍କ ଅଭିଯୋଗ ସଂଗ୍ରହ କରିବା ଓ ତାହାର ସମାଧାନ କରିବା କ୍ଷେତ୍ରରେ ପାଣ୍ଡିଆନଙ୍କ ଉଦ୍ୟମ ସରକାରଙ୍କ ଜନସାଧାରଣଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। କୋଭିଡ୍‌ ସମୟରେ ପାଣ୍ଡିଆନଙ୍କ ବିଭିନ୍ନ ସ୍ଥାନ ଗସ୍ତ ସହ ହସ୍ପିଟାଲ ପ୍ରସ୍ତୁତି ଓ ସ୍ବାସ୍ଥ୍ୟ କର୍ମୀଙ୍କ ନିୟୋଜନ ଲୋକମାନଙ୍କ କଷ୍ଟକୁ ଅନେକ ମାତ୍ରାରେ ହ୍ରାସ କରିପାରିଥିଲା।
ସାଂସ୍କୃତିକ ଓ ଐତିହ୍ୟ ସହରକୁ ରୂପାନ୍ତର କରିବା ସହ ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିବା କ୍ଷେତ୍ରରେ ପାଣ୍ଡିଆନଙ୍କ ଅତୁଳନୀୟ ଭୂମିକା ରହିଛି। ରାଜ୍ୟରେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ସଫଳ ଆୟୋଜନ କରି ଓଡ଼ିଶାକୁ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଗରିବ ପିଲାମାନେ ବିଶେଷକରି ଭିନ୍ନକ୍ଷମ ପିଲାଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ଭଲପାଇବା ରହିଛି। ଗୋପାଳପୁରଠାରେ ସିଦ୍ଧାର୍ଥ ସଞ୍ଜୀବନୀ ସ୍ଥାପନ କରି ପିଲାମାନଙ୍କ ପ୍ରତି ଥିବା ଭଲ ପାଇବାକୁ ସେ ପ୍ରତିପାଦିତ କରିପାରିଛନ୍ତି। ଗଞ୍ଜାମ ଜିଲାପାଳ ଥିବା ସମୟରେ ୨୦୦୭ ମସିହାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri