Posted inଫୁରସତ

ଏକସଙ୍ଗେ ଦୁଇ ଯୁବତୀଙ୍କୁ କରୁଥିଲେ ପ୍ରେମ,ଗୋଟିଏ ମଣ୍ଡପରେ ହେଲା…

ସାଧାରଣତଃ ଜଣେ ବରକୁ ଜଣେ କନ୍ୟା ବିବାହ କରିଥାନ୍ତି। କିନ୍ତୁ କେବେ ଶୁଣିଛନ୍ତି ମଣ୍ଡପରେ ଜଣେ ବରଙ୍କୁ ଦୁଇ ଜଣ କନ୍ୟା ବିବାହ କରିବା କଥା। ମାତ୍ର ଏମିତି ଘଟଣା ଘଟିଛି ତେଲେଙ୍ଗାନାରେ। ଏଠାକାର ଜଣେ ଯୁବକ ଦୁଇ ଜଣ କନ୍ୟାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ବନ୍ଧୁପରିଜନମାନେ ମଧ୍ୟ ଆଶୀର୍ବାଦ ଦେଇଛନ୍ତି।

ବିବାହଟି ଗତ ୧୪ ତାରିଖରେ ସମ୍ପନ୍ନ ହୋଇଛି। ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏକ ସମୟରେ ଦୁଇ ଯୁବତୀଙ୍କୁ ପ୍ରେମ କରିବସିଲେ ଅର୍ଜୁନ ନାମକ ଜଣେ ଯୁବକ। ଯାହା ପରେ ଏହି ଦୁଇ ଯୁବତୀଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ଏଥିରେ ମଧ୍ୟ ରାଜି ହୋଇଥିଲେ ଦୁଇ ପ୍ରେମିକା। ଏପରି ବିବାହ ଦେଖିବାକୁ ପୂରା ଗାଁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।

ବିଇଡି କରିବା ପରେ ଅର୍ଜୁନ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। କଲେଜରେ ପଢ଼ିବା ସମୟରେ ଉଷା ରାଣୀ ଏବଂ ସୁରେଖାଙ୍କ ସହ ତାଙ୍କର ପ୍ରେମ ହୋଇଗଲା। ଗତ ୪ ବର୍ଷ ଧରି ଉଷା ଏବଂ ସୁରେଖାଙ୍କୁ ଅର୍ଜୁନ ଭଲ ପାଉଥିଲେ। ଅର୍ଜୁନଙ୍କୁ ଯେତେବେଳେ ତାଙ୍କ ପରିବାର ଲୋକେ ଅନ୍ୟଆଡ଼େ ବିବାହ କରିବାକୁ ପ୍ରସ୍ତାବ ଦେଲେ ଅଡୁଆରେ ପଡ଼ିଥିଲେ ସେ। କାହାକୁ ବିବାହ କରିବେ କାହାକୁ ଛାଡ଼ିବେ ଭାବି ପାରିଲେ ନାହିଁ। ତେଣୁ ଦୁଇ ପ୍ରେମିକାଙ୍କୁ ବିବାହ କରିବେ ବୋଲି ଘରେ କହିଲେ। ପ୍ରଥମେ ଅର୍ଜୁନଙ୍କ ପରିବାର ଲୋକେ ରାଜି ହୋଇ ନ ଥିଲେ। ମାତ୍ର ପରେ ଏହାକୁ ମାନି ନେଇଥିଲେ। ବ୍ୟାଣ୍ଡ ବାଜା ସହ ଦୁଇ କନ୍ୟାଙ୍କ ସହ ଅର୍ଜୁନଙ୍କ ହାତଗଣ୍ଠି ପଡ଼ିଥିଲା। ସ୍ଥାନୀୟ ଲୋକେ କୁହନ୍ତି, ଏହା ବିରଳ ଘଟଣା। ମାତ୍ର ଏହି ବିବାହରେ ଆମେ ସମସ୍ତେ ଏକମତ ଏବଂ ବହୁତ ଖୁସି ବୋଲି ଉଭୟଙ୍କ ପରିବାର ଲୋକେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri