‘ଭାଗ୍‌ ମିଲ୍‌ଖା ଭାଗ୍‌’ ପାଇଁ ଟଙ୍କାଏ ପାଉଣା ନେଇଥିଲେ ‘ଫ୍ଲାଇଂ ଶିଖ୍‌’

ବମ୍ବେ: ଭାରତର ମହାନ ଧାବକ ମିଲ୍‌ଖା ସିଂହଙ୍କ ପରଲୋକକୁ ନେଇ ଶୋକରେ ବୁଡ଼ିଛି ପୁରା ଦେଶ। ଚାରି ଚାରି ଥରେ ସ୍ବର୍ଣ୍ଣ ପଦକ ବିଜେତା ଥିବା ମିଲ୍‌ଖା ‘ଫ୍ଲାଇଂ ଶିଖ୍‌’ ନାମରେ ଥିଲେ ଖ୍ୟାତ। ତେବେ ପୂର୍ବରୁ ତାଙ୍କ ଉପରେ ନିର୍ମାଣ ହୋଇଥିଲା ଏକ ସିନେମା। ଏହି ବାୟୋପିକ୍‌ରେ ମିଲ୍‌ଖାଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ଫରହାନ ଅଖତର। ଫିଲ୍ମର କାହାଣୀ ଦର୍ଶକଙ୍କୁ ଭାବବିହ୍ବଳ କରିଥିଲା। ୨୦୧୩ରେ ନିର୍ଦ୍ଦେଶକ ରାକେଶ ଓମ୍‌ପ୍ରକାଶ ମେହେରା ଫରହାନଙ୍କ ସହ ‘ଭାଗ୍‌ ମିଲ୍‌ଖା ଭାଗ୍‌’ ନିର୍ମାଣ କରିଥିଲେ। ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା।

ଫିଲ୍ମକୁ ନେଇ ଆଉ ଏକ ସ୍ମରଣୀୟ କଥା ପାଉଣା। ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ସମୟରେ ଅନୁମତି ପାଇଁ ମୋଟା ଅଙ୍କର ପାଉଣା ଆଦାୟ କରାଯାଥାଏ। ହେଲେ ମିଲ୍‌ଖା ବାୟୋପିକ୍‌ ପାଇଁ ନିଜ ପାଉଣା ହିସାବରେ ଟଙ୍କାଟିଏ ନେଇଥିଲେ। ଏହା ନିର୍ଦ୍ଦେଶକଙ୍କ ମନକୁ ଛୁଇଁଥିଲା। ସେ ତାଙ୍କର ପ୍ରଶଂସା କରିବାକୁ ଯାଇ ସ୍ବତନ୍ତ୍ର ୧ ଟଙ୍କିଆ ନୋଟ ଖୋଜିଥିଲେ। ଶେଷରେ ୧୯୫୮ ଲେଖାଥିବା ନୋଟ୍‌ ତାଙ୍କୁ ମିଳିଥିଲା। ଏହା ମିଲ୍‌ଖାଙ୍କୁ ପ୍ରଦାନ କରାଯାଇଥିଲା।

୧୯୫୮ରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ ମିଲ୍‌ଖା। ଏହା ସ୍ବତନ୍ତ୍ର ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ମଧ୍ୟ ଥିଲା। ଏଣୁ ମିଲ୍‌ଖାଙ୍କ ପାଇଁ ଏହା ସ୍ମୃତି ପାଲଟିଥିଲା। ପରେ ମିଲ୍‌ଖାଙ୍କୁ ବାୟୋପିକ୍‌ ପାଇଁ ୪୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା କୁହାଯାଏ। ହେଲେ ଆଧିକାରିକ ଭାବେ ଏନେଇ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri