Posted inଫୁରସତ

ସ୍ତ୍ରୀଙ୍କଠାରୁ ଦୂରରେ ରହିବା ଲାଗି ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପ୍ରସ୍ତୁତ କରିଥିଲେ ସ୍ବାମୀ: ଏବେ ଖୋଜୁଛି ପୋଲିସ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କଠାରୁ ଦୂରରେ ରହିବାକୁ ଯାଇ କରୋନା ସଂକ୍ରମିତ ହୋଇଥିବା ନେଇ ମିଛ କହି ଚର୍ଚ୍ଚାକୁ ଆସିଛନ୍ତି। ସେ ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପଠାଇ ତାଙ୍କୁ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିବା କହିଥିଲେ। ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯିବା ପରେ ମଧ୍ୟ ସ୍ବାମୀ ଘରକୁ ଫେରି ନ ଥିଲେ। ଏଥିରେ ସନ୍ଦେହ ହେବାରୁ ସ୍ତ୍ରୀ ରିପୋର୍ଟର ଯାଞ୍ଚ କରିବାକୁ ତାର ଫଟୋ ନିଜ ବାପାଙ୍କ ନିକଟକୁ ପଠାଇଥିଲେ। ଏହାପରେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି।

ଘଟଣାଟି ଗ୍ବାଲ୍ଟୋଲି ଥାନା ଅଞ୍ଚଳର। ଏଠାରେ ଜଣେ ପ୍ଲାଇଉଡ୍‌ ବ୍ୟବସାୟୀଙ୍କ ପୁଅ ଏଜାଜ୍‌ଙ୍କର ବିବାହ ଚଳିତ ବର୍ଷ ଫେବୃୟାରୀରେ ହୋଇଥିଲା। ହେଲେ ଏଜାଜଙ୍କ ନିକଟରେ ଶାରୀରିକ ଦୁର୍ବଳତା ଥିଲା। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଫଳରେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଚିନ୍ତାଗ୍ରସ୍ତ ହୋଇ ଏଜାଜ୍‌ ସ୍ତ୍ରୀଙ୍କଠାରୁ ଅଲଗା ରହିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆପ୍‌ ଜରିଆରେ ଫଟୋଶପ୍‌ କରି ତାଙ୍କ ନାମରେ ଅନ୍ୟର କୋଭିଡ୍‌ ରିପୋର୍ଟ ଏଡିଟ୍‌ କରି ପରିବାରକୁ ପଠାଇଦେଇଥିଲେ।

ରିପୋର୍ଟ ପଠାଇ ଘରୁ ଦୂରରେ ରହିବା ଆରମ୍ଭ କରିଥିଲେ ସେ । ପରିବାରଲୋକେ ସେ ବାସ୍ତବରେ ସଂକ୍ରମିତ ହୋଇଥିବା ଅନୁଭବ କରିଥିଲେ। ଏହିଭଳି ଏକ ମାସ ବିତି ଯାଇଥିଲା। ହେଲେ କୌଣସି ଲକ୍ଷଣ ନ ଥାଇ ସେ କେଉଁଭଳି କରୋନା ସଂକ୍ରମିତ ହେଲେ ତାକୁ ନେଇ ସ୍ତ୍ରୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ତାଙ୍କ ବାପାଙ୍କ ନିକଟକୁ ଉକ୍ତ ରିପୋର୍ଟ ପଠାଇଥିଲେ। କେଉଁଠାରୁ ରିପୋର୍ଟ ପ୍ରସ୍ତୁତ ହୋଇଛି ସେହି ଲ୍ୟାବ୍‌ ସହ ଯୋଗାଯୋଗ କରାଯାଇଥିଲା। ଯାଞ୍ଚ ପରେ ଏହା ନକଲି ଥିବା ଜଣାପଡ଼ିଥିଲା। ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଲ୍ୟାବ୍‌ ମାଲିକ ପୋଲିସ ଷ୍ଟେଶନ ଯାଇ ଏକ ଜାଲ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏଜାଜଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ଏଜାଜଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ତାଙ୍କୁ ଖୋଜୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri