ମଣିଷ ସମୟର ଦାସ

ରାଧାଶ୍ୟାମ ରାଉଳ

 

ସମୟର ପ୍ରବହମାନ ସ୍ରୋତରେ ଜୀବନରେ ଓ ଜଗତରେ ନାନା ଘଟଣା ଘଟୁଛି, ଅନେକ କିଛି ପରିବର୍ତ୍ତନ ହେଉଛି। ଇତିହାସ ହେଉ କି ପୁରାଣ ଶାସ୍ତ୍ରର ଚର୍ଚ୍ଚା ହେଉ; ସେଥିରୁ ଅନେକ ପ୍ରମାଣ ମିଳିବ ଯେ, କେତେକେତେ ପ୍ରତାପୀ, ପରାକ୍ରମୀ, କ୍ଷମତାଶାଳୀ, ଦୁର୍ଦ୍ଧର୍ଷ ଦିଗ୍‌ବିଜୟୀ ଶାସକ ଓ ସମ୍ରାଟ୍‌ କେଉଁଠି ନା କେଉଁଠି ପରାଜୟ ବରଣ କରି ଶେଷକୁ କାଳର କରାଳଗର୍ଭରେ ଲୀନ ହୋଇଯାଇଛନ୍ତି। କେତେକେତେ ସାମ୍ରାଜ୍ୟର ପତନ ଘଟିଛି। ରାଜତନ୍ତ୍ର, ସୈରତନ୍ତ୍ରର ବିଲୋପ ଘଟି ପ୍ରଜାତନ୍ତ୍ର ବା ଗଣତନ୍ତ୍ରର ଅଭ୍ୟୁଦୟ ଘଟିଛି।
ସମୟ ସ୍ବୟଂସମ୍ପୂର୍ଣ୍ଣ, ଅଣଲେଉଟା! ଅବିରାମ ଗତି ସମୟର। କାହାର ସୁବିଧା, ଅସୁବିଧାରେ କିମ୍ବା ଅନୁରୋଧରେ ସମୟ ଦଣ୍ଡେପଳେ ଅଟକିଯାଏ ନାହିଁ ତା’ ପାଖରେ। ସମୟ କାହାର ନିଜର ହୋଇ ରହିନଥିଲା, ରହିନାହିଁ କି ରହିବନାହିଁ। ସମୟ ସହ ଘଟି ଯାଇଥିବା ଘଟଣା ଆମ ପାଇଁ ଅତୀତ, ସେସବୁ ସ୍ମୃତିର କଥା। ଏବେ ବା ତତ୍କାଳ ଯାହା ହେଉଛି ବା ଘଟୁଛି ସେସବୁ ଆମର ଦୃଷ୍ଟିଭଙ୍ଗୀ, ଉପସ୍ଥିତ ବୁଦ୍ଧି, ବିଚାରଶକ୍ତି ଏବଂ ଆମର ଆଚରଣ ଓ ଉଚ୍ଚାରଣ ଉପରେ ଆଧାରିତ। ଏହାହିଁ ଆମର ବର୍ତ୍ତମାନ। ବର୍ତ୍ତମାନ ଆମର ସବୁଠାରୁ ପ୍ରିୟ ସମୟ। ଆଗକୁ କ’ଣ ହେବ, କ’ଣ ଘଟିବ, ତାହା ସଂପୂର୍ଣ୍ଣ ଅନିଶ୍ଚିତ। ଭବିଷ୍ୟତ ପାଇଁ ଅବଶ୍ୟ ସ୍ବପ୍ନ ଦେଖିହେବ, ସମ୍ଭାବନା ସବୁର ପରିକଳ୍ପନା କରିହେବ। ତେବେ ବର୍ତ୍ତମାନର ସ୍ଥିତି ଉପରେ ଆମେ କେତେମାତ୍ରାରେ ଦୃଢ଼ ଭାବରେ ଛିଡ଼ା ହୋଇପାରିଛୁ, କେଉଁଭଳି ଭାବରେ ଆମେ ଆମର ପରିଚୟ ସୃୃଷ୍ଟି କରିପାରିଛୁ, ତାକୁ ଇ ନେଇ ଭବିଷ୍ୟତର ପରିକଳ୍ପନା ହୁଏତ ସମ୍ଭବ।
ଜୀବନରେ ଦୁଃଖ କଷ୍ଟ ଯନ୍ତ୍ରଣା ସହିବାଠାରୁ ସୁଖ ସଫଳତା, ପ୍ରାଚୁର୍ଯ୍ୟ ବୈଭବ ପ୍ରାପ୍ତି ପର୍ଯ୍ୟନ୍ତ, ଭାଇ ଭାଇ ଭିନ୍ନେ ଭାଗ ହେବା ଠାରୁ ଜୁଇରେ ବାପା ମାଆଙ୍କର ଚିତା ଜାଳିବା ଯାଏଁ, ପ୍ରେମିକାର ପ୍ରେମାଭିନୟଠାରୁ ପତ୍ନୀଙ୍କର ଫରମାଇସ୍‌, ଥଟ୍ଟା ପରିହାସଯାଏଁ, ଚାକିରି ଆରମ୍ଭଠାରୁ ଅବସର ନେବାଯାଏଁ, ବାଲ୍ୟ ଜୀବନର ଦୁଷ୍ଟାମିଠାରୁ ପରିଣତ ବୟସର ପରିପକ୍ୱ ବିଚାରଯାଏଁ ସବୁ କାର୍ଯ୍ୟକ୍ରମ ଓ ପରିସ୍ଥିତିର ନିୟନ୍ତ୍ରକ ସମୟ। ଜୀବନ ଯାତ୍ରାପଥରେ ପାଦ ଝୁଣ୍ଟି ପଡ଼ିବାର ଆଶଙ୍କା ଥିବାବେଳେ ସମୟ ଆମକୁ ସଚେତନ ଓ ସତର୍କ କରିଥାଏ। ସମୟ ବି ଚିହ୍ନେଇଦିଏ କିଏ ବନ୍ଧୁ କିଏ ବଇରି, କିଏ ବିଶ୍ୱସ୍ତ କିଏ ବେଇମାନ, କିଏ ସଚ୍ଚୋଟ କିଏ ସୈତାନ, କିଏ ରକ୍ଷକ କିଏ ଭକ୍ଷକ, କିଏ ପ୍ରେମିକ କିଏ ପ୍ରତାରକ, କିଏ ଆସ୍ତିକ କିଏ ନାସ୍ତିକ, କିଏ ସମଦର୍ଶୀ କିଏ ସ୍ବାର୍ଥାନ୍ବେଷୀ!
ତଥାପି ମନ ମାନେନା, ହୃଦୟ ବୁଝେନା। ବିତିଯାଇଥିବା ସମୟ କି ଚାଲି ଯାଇଥିବା ସମୟ ଯେମିତି ଆମ ଜୀବନରୁ ଆମ ବୟସ, ଆମ ପିଲାଦିନ, ସ୍ନେହ ପ୍ରେମ ବନ୍ଧୁତା ଚୋରି କରିନେଇ ଆମକୁ ନିରୁପାୟ, ବେସାହାରା ବନେଇ ଦେଇଛି! ତେଣୁ ମନରେ ବିଦ୍ରୋହ ଜାଗେ; ହେଃ ସମୟ ଦାଉସାଧୁଛି ବୋଲି ତ ଦିନକୁ ଦିନ ଦହଗଞ୍ଜ, ଦୁର୍ବିଷହ ଲାଗୁଛି ଜୀବନ। ସମୟ ସାଥ୍‌ ଦେଉନାହିଁ ବୋଲି ତ ପ୍ରେମରେ ଧୋକା ଦେଇ ପାଖରୁ ପ୍ରେମିକା ଦୂରେଇଗଲା ବହୁଦୂରକୁ, ବନ୍ଧୁତାରେ ଫାଟ କରି ପ୍ରିୟ ବନ୍ଧୁ ହୋଇଗଲା ଗୋଛିକଟା ଗୋବର୍ଦ୍ଧନ! ସତରେ ସମୟ ବେଳେବେଳେ ଏମିତି ଦୁଃସମୟ ରୂପ ନିଏ। ସଙ୍କଟ ଭିତରକୁ ଟାଣିନିଏ ଜୀବନକୁ, ଜଗତକୁ। କରୋନା କାଳରେ ସମୟ ଯେ କେତେ ନିଷ୍ଠୁର ନିଦାରୁଣ ହୋଇପାରେ, ତା’ର ଚାକ୍ଷୁଷ ପ୍ରମାଣ ମହାବିପଦରୁ ବର୍ତ୍ତି ଯାଇଥିବା ଆମେ ସମସ୍ତେ ଭୁକ୍ତଭୋଗୀ ମଣିଷ।
ଆମ ସଭିଙ୍କ ପାଇଁ ଦିନରାତି ଚବିଶ ଘଣ୍ଟାର ସମୟ ସମାନ। ସମୟର ସଦୁପଯୋଗ ନ କରି ନିଜ ସପକ୍ଷରେ ନିଜେ ଯୁକ୍ତି ବାଢ଼ି କହିବା ନିଷ୍ପ୍ରୟୋଜନ ଯେ, ଏବେ ସମୟ ଭଲ ନାହିଁ। ହୁଏତ ଆଗକୁ ଭଲ ସମୟ ଆସୁଛି କି ଆସିବ! ସମୟକୁ କେବେବି ଆମେ ଆମ ସପକ୍ଷରେ ଆଣିପାରିବୁ ନାହିଁ। ସମୟର ଗତି ସହ ଆମ ସଭିଙ୍କର ଜୀବନର ଗତି ଯୋଡ଼ା। ସମୟକୁ ଅବଜ୍ଞା କରିବା ଅସମ୍ଭବ, ସାଧ୍ୟାତୀତ। କାରଣ ମଣିଷ ସମୟର ଦାସ!
ଡ୍ୟୁପ୍ଲେକ୍ସ: ୧୦(ବି), ବୀମା ବିହାର,
ମର୍କତନଗର, ସେକ୍ଟର-୬, କଟକ
ମୋ: ୯୪୩୭୦୯୦୮୮୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?