ବିଶ୍ୱାସରେ ସାନ୍ତା

ସାନ୍ତାକ୍ଲଜ୍‌ କିଏ ତାହା ସାମ୍ପ୍ରତିକ ସମୟରେ ସମୀକ୍ଷା କରାଯିବା ଦରକାର। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସହ ସାନ୍ତାକ୍ଲଜ୍‌ର ସମ୍ପର୍କ କ’ଣ ରହିଛି ତାହା ମଧ୍ୟ ଜାଣିବା ଆବଶ୍ୟକ। ପ୍ରଥମେ ଏଠାରେ ଏକ କାହାଣୀ ଅବତାରଣା କରାଯାଉଛି। ଜଣେ ଜାପାନୀଙ୍କ ଶପିଂ ମଲ୍‌କୁ ଜଣେ ଆମେରିକୀୟ ଯାଇଥିଲେ। ଆମେରିକୀୟ ଜଣକ ସେହି ଶପିଂ ମଲ୍‌ରେ କ୍ରସ୍‌ ଉପରେ ଜଣେ ସାନ୍ତାକ୍ଲଜ୍‌ଙ୍କ ପ୍ରତିମୂର୍ତ୍ତି ରହିଥିବା ଦେଖିଲେ। ଏହା ତାଙ୍କ ମନରେ ଭୟ ସଞ୍ଚାର କଲା। ଏହା କିଛି ମଜା ପାଇଁ କିମ୍ବା ଏକ ରାଜନୈତିକ ପ୍ରତିବାଦ ଅବା ପ୍ରାକ୍‌ ଆଧୁନିକ ପ୍ରତିଷ୍ଠାପନ କଳା ହୋଇପାରେ ବୋଲି ସେ ମନେକଲେ। କିନ୍ତୁ ପରେ ସେ ଅନୁଭବ କଲେ ଯେ, ମଲ୍‌ର ଲୋକମାନେ କିଛି ନ ବୁଝି ଏହା କରିଥିଲେ। ବାସ୍ତବରେ ଯିଶୁ ଖ୍ରୀଷ୍ଟ ଏବଂ ସାନ୍ତାକ୍ଲଜ୍‌ ସମାନ ବ୍ୟକ୍ତି ବୋଲି ସେମାନେ ଗ୍ରହଣ କରିନେଇଥିଲେ। ସାନ୍ତା ବାସ୍ତବରେ ଜଣେ ବ୍ୟକ୍ତି କି ନୁହେଁ ତାହା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଜଣାଇବା ଲାଗି କରୁଥିବା ବିତର୍କ ସମ୍ବଳିତ ଧାରାବାହିକଗୁଡ଼ିକୁ ଯଦି ଆପଣ ଦେଖିବେ ତେବେ ଶପିଂ ମଲ୍‌ ଘଟଣାରେ ଆଶ୍ଚର୍ଯ୍ୟ ହେବେ ନାହିଁ। ଅବଶ୍ୟ, ଅଧିକାଂଶ ସମୟରେ ଅନେକଙ୍କ ଘରେ ଖ୍ରୀଷ୍ଟମାସ ସମ୍ପର୍କିତ ଆଲୋଚନାରେ ଯିଶୁଖ୍ରୀଷ୍ଟଙ୍କୁ ବାଦ୍‌ ଦିଆଯିବା ସହ ସେଠାରେ ସବୁ କେବଳ ସାନ୍ତାକୈନ୍ଦ୍ରିକ ହୋଇଯାଇଛି। ତେବେ ଆମକୁ ଜାଣିବାକୁ ପଡ଼ିବ ବାସ୍ତବରେ ଏହି ସାନ୍ତା କିଏ?
ସାନ୍ତାଙ୍କ ବାସ୍ତବତା ସମ୍ପର୍କରେ ଜାଣିବା ଲାଗି ଅନେକ ସିଦ୍ଧାନ୍ତ ଅଛି। ସହରାଞ୍ଚଳରେ ପ୍ରଚଳିତ ସବୁଠୁ ଲୋକପ୍ରିୟ କିମ୍ବଦନ୍ତୀ କହେ ଯେ, ଏହା ଥିଲା କୋକାକୋଲାର ଏକ ସୃଷ୍ଟି। କାରଣ ଏକ କୋକ୍‌ର ରଙ୍ଗ ଯାହା ସେଭଳି ରଙ୍ଗର ପୋଷାକ ସାନ୍ତା ପିନ୍ଧିଥାନ୍ତି। ଏହା ବ୍ୟତୀତ ଉପଭୋକ୍ତାବାଦ ଧର୍ମୀୟ ପରମ୍ପରା ବା ଉତ୍ସବଗୁଡ଼ିକ ପାଇଁ ଅନେକ ବାଟରେ ଧର୍ମ ନିରପେକ୍ଷ ପୁଞ୍ଜିବାଦ କ’ଣ କରିପାରେ ତାହାକୁ ସମର୍ଥନ କରିବାରେ ସାନ୍ତାକ୍ଲଜ୍‌ ବେଶ୍‌ ଲୋକପ୍ରିୟ ହୋଇଛି। ବର୍ତ୍ତମାନ ପାଇଁ ତୁମ ପାଖରେ ଜଣେ ପିତୃସମ ବ୍ୟକ୍ତିତ୍ୱ ରହିଛନ୍ତି ଯିଏ ତୁମେ ଭଲ ହୋଇଥିଲେ ତୁମକୁ ଉପହାର ଦେଇଥା’ନ୍ତି ଏବଂ ଦୁଷ୍ଟ ପ୍ରକୃତିର ହୋଇଥିଲେ ତୁମକୁ ଉପହାର ଦିଅନ୍ତି ନାହିଁ। ଏଣୁ ସାନ୍ତାକ୍ଲଜ୍‌ ହେଉଛନ୍ତି ଏକ ପ୍ରକାର ଦେବତା ଯିଏ ଅଭିଭାବକଙ୍କ କଥା ଅନୁଯାୟୀ କାମ କରୁଥିବା ପିଲା ବା ବ୍ୟକ୍ତିଙ୍କୁ ଉପହାର ଦିଅନ୍ତି। ସାନ୍ତାଙ୍କୁ ଦେବତା ଭାବେ ବିିଶ୍ୱାସ କରିବା ଦ୍ୱାରା ହିବ୍ରୁ ଭାଷାରେ ରଚିତ ଖ୍ରୀଷ୍ଟଧର୍ମର ପୁରାତନ ନିୟମ(ବାଇବେଲ)ରେ ବର୍ଣ୍ଣିତ ଆବ୍ରାହାମିକ ଗଡ୍‌ (ହିବ୍ରୁ ଦିବ୍ୟ ପୁରୁଷ ଯାହାଙ୍କୁ ଶାଶ୍ୱତ, ସର୍ବଶକ୍ତିମାନ, ସର୍ବବିଦ୍ୟମାନ ତଥା ବିଶ୍ୱର ସୃଷ୍ଟିକର୍ତ୍ତା ଭାବେ କଳ୍ପନା କରାଯାଇଛି) ଙ୍କ ମହତ୍ତ୍ୱ ହ୍ରାସ ହେଉଛି। ସାନ୍ତାଙ୍କୁ ନେଇ ଏଭଳି ଏକ ପୁଞ୍ଜିବାଦୀ-ଉପଭୋକ୍ତାବାଦୀ ବିଚାର ଆବ୍ରାହାମିକ ଗଡ୍‌ଙ୍କ ବାସ୍ତବତାକୁ ନୀଚ ଦୃଷ୍ଟିରେ ଦେଖୁଛି। ହିବ୍ରୁ ଦିବ୍ୟପୁରୁଷ ଯାହା କହନ୍ତି ତାହା ଯେଉଁମାନେ କରନ୍ତି ନାହିଁ ସେମାନଙ୍କୁ ଦଣ୍ଡ ଦେବା ପାଇଁ ବନ୍ୟା ଓ ଅଗ୍ନିକୁ ପଠାଇଥାନ୍ତି ଏବଂ ସେମାନଙ୍କ ଉପରେ କୋପ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସବୁ ଧର୍ମୀୟ ବିଚାରରେ ଅତ୍ୟଧିକ ଲୋକ ବିଭିନ୍ନ ପ୍ରକାର ଭୋଜନ ପ୍ରସ୍ତୁତ କରି ଖାଇ ଆନନ୍ଦିତ ହେବା ଓ ଉପହାର ଦେଇ ନିଜକୁ ପୃଥକ୍‌ ଭାବେ ଉପସ୍ଥାପନ କରୁଛନ୍ତି। ହିନ୍ଦୁଧର୍ମରେ ଦୀପାବଳିରେ ବି ଠିକ୍‌ ଏହି ପ୍ରକାରେ ପାଳିତ ହେଉଛି।
ଖ୍ରୀଷ୍ଟଧର୍ମ ଜନ୍ମଲାଭ କରିବା ପୂର୍ବରୁ ୟୁରୋପରେ ବିଭିନ୍ନ ସ୍ଥାନରେ ରହୁଥିବା ଜର୍ମାନୀ ଭାଷାଭାଷୀ ଲୋକମାନଙ୍କର ଏକପ୍ରକାର ଭିନ୍ନ ବିଶ୍ୱାସ ରହିଥିଲା। ଶୀତଋତୁର ମଧ୍ୟଭାଗରେ ଗୋଟିଏ ଆଖି ଓ ଦାଢି ଥିବା ଜ୍ଞାନୀ ବୃଦ୍ଧ ଓଡିନ (ଜର୍ମାନୀ ଭାଷାଭାଷୀ ଲୋକମାନଙ୍କ ପରମ ଦେବତା) ୮ ଗୋଡିଆ ଘୋଡ଼ାରେ ବସି ଦଳେ ଶିକାରୀଙ୍କୁ ଧରି ବାହାରକୁ ବାହାରି ଯୁଲେ ପର୍ବ ସମୟରେ ଆକାଶର ସବୁଆଡେ ଘୂରିବୁଲନ୍ତି। ଏହି ବିଶ୍ୱାସ ଏବେ ସମ୍ଭବତଃ ସାରା ଆକାଶରେ ଶିଙ୍ଗା ହରିଣ ସ୍ଲେଜ୍‌ଗାଡିରେ ବସି ବୁଲୁଥିବା ସାନ୍ତାକ୍ଲଜକୁ ରୂପାନ୍ତର ହୋଇଛି। ସାନ୍ତା ବୁଲୁଥିବାବେଳେ ଚିମିନ ବାଟ ଦେଇ କ୍ରିସ୍‌ମାସ ଟ୍ରି ପାଖକୁ ଆସି ଭଲ ପିଲାମାନଙ୍କୁ ଉପହାର ଦେଇଥାନ୍ତି। ରୋମ ସାମ୍ରାଜ୍ୟରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପୁରାତନ ପ୍ରକୃତି ବିଶ୍ୱାସର ଏକ ପ୍ରତୀକ ହେଉଛି କ୍ରିସ୍‌ମାସ ଟ୍ରି। ଆମ ସମସ୍ତଙ୍କୁ ମନେରଖିବା ଉଚିତ ଯେ, କ୍ରିସ୍‌ମାସ ହେଉଛି ପ୍ରଭୁ ଯିଶୁଙ୍କ ଜନ୍ମ ଦିନ। ସେ ମରୁଭୂମିରେ ଜନ୍ମ ହୋଇଥିଲେ। ସେଠାରେ ବରଫ ନ ଥିଲା କି ସେ ଜନ୍ମ ହୋଇଥିବା ଚାରଣଭୂମି ଚାରିପାଖରେ କ୍ରିସ୍‌ମାସ ଟ୍ରି ଭଳି କୌଣସି ଗଛ ନ ଥିଲା।
ଆଉ କେତେଜଣ ଉଦାରବାଦୀ ଓ ପ୍ରସନ୍ନଚିତ୍ତ ବୟସ୍କ ବ୍ୟକ୍ତିଙ୍କ କାହାଣୀ ଏଠାରେ ଉପସ୍ଥାପନ କରିବା। ଏଭଳି ଲୋକମାନଙ୍କ ମଧ୍ୟରେ ରହିଛନ୍ତି ବିଜାଣ୍ଟିନି ସାମ୍ରାଜ୍ୟ (ରୋମ ସାମ୍ରାଜ୍ୟର ପୂର୍ବାଞ୍ଚଳ)ର ସେଣ୍ଟ୍‌ ନିକୋଲାସ , ଷୋଡ଼ଶ ଶତାବ୍ଦୀର ଇଂଲଣ୍ଡର ଫାଦର କ୍ରାସ୍‌ମାସ ଏବଂ ନେଦର୍‌ଲାଣ୍ଡର ସିଣ୍ଟର୍କଲାସ । ଏମାନେ ଅନ୍ୟକୁ ସାହାଯ୍ୟ କରିବାରେ ବିଶ୍ୱାସ ରଖିୁଥିଲେ,ସାନ୍ତାଙ୍କ ଭଳି ଉପହାରରେ ନୁହେଁ। ଏପରିକି ବାହାରେ ଘନ ଅନ୍ଧାରରେ କ୍ରୀତଦାସମାନେ ଭୋକିଲା ଥିବା ସମୟରେ ସମ୍ଭ୍ରାନ୍ତ ଶ୍ରେଣୀର ଧନୀ ଓ ଫାଦର(ବିଶପ)ମାନେ ଚର୍ଚ୍ଚରେ ଯିଶୁଖ୍ରୀଷ୍ଟଙ୍କୁ ସ୍ମରଣ (ପ୍ରାର୍ଥନା) କରୁଥିବାବେଳେ ଏମାନେ ସେହି ଗରିବ ଲୋକମାନଙ୍କୁ ରାତିରେ ସାହାଯ୍ୟ କରୁଥିଲେ। ସେଣ୍ଟ ନିକୋଲାସ ଜଣେ ବିଶପଙ୍କଠାରୁ ଅଧିକ ଏବଂ ଲୋମଯୁକ୍ତ ନାଲି ଓ ସବୁଜ ରଙ୍ଗର କୋଟ୍‌ ପିନ୍ଧିଥିବା ଫାଦର କ୍ରିସ୍‌ମାସ ଏବଂ ସିଣ୍ଟର୍କଲାସ ସବୁଠୁ ଆନନ୍ଦିତ ବୟସ୍କ ବ୍ୟକ୍ତି।
ଧର୍ମୀୟ ବିଶ୍ୱାସରେ ଏବକାର ସାନ୍ତା ପନ୍ଥ ବା ସଂସ୍କୃତି ପ୍ରକାଶ ପାଇଛି ଭିନ୍ନ ଧାରାରେ। ପାର୍କ , ଚିଠି ଲେଖା , ତାଙ୍କ କଳ୍ପିତ କାହାଣୀ ଓ ତାଙ୍କ ସ୍ତ୍ରୀ ଓ ପିଲା ତଥା ତାଙ୍କ ଉପହାର ପ୍ରଦାନ କ୍ଷମତା ସମ୍ପର୍କିତ ହଲିଉଡ୍‌ ଫିଲ୍ମରେ ସାନ୍ତା ବିଶ୍ୱାସ ପରିପୂର୍ଣ୍ଣ। ଅନେକ ସ୍ଥାନରେ ଏହା ଯିଶୁଖ୍ରୀଷ୍ଟଙ୍କ ବିଚାରଧାରାଠାରୁ ଭଲ ବୋଲି ଦର୍ଶାଇବାକୁ ଚେଷ୍ଟା କରେ, ଏପରିକି ତାହାକୁ କମ୍‌ ଗୁରୁତ୍ୱ ଦେଇଥାଏ। ଯିଶୁଙ୍କ ଜନ୍ମ କୃଷି କ୍ଷେତରେ ରହୁଥିବା ପ୍ରାଣୀ ଓ ପଶୁପାଳକମାନଙ୍କ ପରିବେଷ୍ଟିତ ଏକ ଶାନ୍ତ ସାଧାରଣ ଚାରଣଭୂମିରେ ହୋଇଥିଲା। ଏକ ସ୍ବତନ୍ତ୍ର ନକ୍ଷତ୍ର ୩ ଜଣ ପଣ୍ଡିତଙ୍କୁ ପଥପ୍ରଦର୍ଶନ କରି ସେଠାକୁ ନେଇଆସିଥିଲା ଓ ସେମାନେ ଯିଶୁଙ୍କୁ ଦେଖିଥିଲେ। ପ୍ରକୃତି ଓ ଅନେକ ଦେବତା ଉପରେ ବିଶ୍ୱାସ ରଖୁଥିବା ପୁରୁଣା ପରମ୍ପରା ଚର୍ଚ୍ଚ ନୈତିକତାବାଦ ବା ଶୁଦ୍ଧାଚାରବାଦକୁ ବାଟ ଛାଡ଼ୁନାହିଁ କି? ସାନ୍ତାକ୍ଲଜ୍‌କୁ ନେଇ ପର୍ବ ସମୟରେ ଆକାଶଛୁଆ ବ୍ୟବସାୟ ବୃଦ୍ଧି କାରଣରୁ ଏଭଳି ଘଟୁଛି କି? ପ୍ରଶ୍ନ ଉଠେ.ଏହା କ’ଣ ଧର୍ମଠାରୁ ଦୂରେଇଯିବା ଲାଗି ପର୍ବର ଲଗାତର ଏକ ପ୍ରୟାସ। ପର୍ବକୁ କମ୍‌ ପ୍ରାର୍ଥନାଭିତ୍ତିକ ଏବଂ ଅଧିକ ଶପିଙ୍ଗ ମୁହାଁ କରାଇବା ସାନ୍ତାପନ୍ଥୀମାନେ ଚେଷ୍ଟା କରୁଛନ୍ତି କି। ଏଣୁ ଆମ ଅଫିସ୍‌ ଓ ସ୍କୁଲରେ ସାନ୍ତା ଦେଉଥିବା ଉପହାରଗୁଡ଼ିକୁ ଖୋଲିବା ସମୟରେ ଆମେ ଏସବୁ ବିଷୟରେ ଗଭୀର ଭାବେ ଚିନ୍ତା କରିବା ଉଚିତ।

 

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?