ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ବରଂ ତାଙ୍କ ସଙ୍ଗେ ଧୋକା ହୋଇଛି ବୋଲି ଉକ୍ତ ଯୁବକ ଜଣକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଇଣ୍ଡୋନେସିଆ ଜୋଉସାର କୋଲାଙ୍ଗରେ ରହୁଥିବା ୩୩ ବର୍ଷୀୟ ଜୋସୁଆ ନାମକ ଜଣେ ଯୁବକଙ୍କ ଘରର ଛାତ କଣା କରି ଗୋଟିଏ ବିରଳ ଉଲ୍‌କା ପିଣ୍ଡ ଖସିପଡ଼ିଥିଲା। ଯାହାର ଓଜନ ପ୍ରାୟ ୨ କିଲୋରୁ ଊର୍ଦ୍ଧ୍ୱ ହେବ।

ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଉଲ୍‌କା ପିଣ୍ଡ ପ୍ରାୟ ସାଢ଼େ ୪ ବିଲିୟନ ବର୍ଷର ପୁରୁଣା। ଯାହାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ହେଲେ ଜୋସୁଆ ଏହାକୁ ବିକ୍ରି କରି ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିଥିଲେ ବୋଲି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଜୋସୁଆ କହିଛନ୍ତି ଯେ, ସେ ଉଲ୍‌କା ପିଣ୍ଡ ପାଇ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକ ତାଙ୍କ ବିଷୟରେ ମିଥ୍ୟା ଖବର ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଦୁର୍ଲଭ ଉଲ୍‌କା ପିଣ୍ଡକୁ ସେ ମାତ୍ର ୧୦ ଲକ୍ଷ ଟଙ୍କାରେ ବିକ୍ରି କରିଛି। ଆଉ ଏହି ଟଙ୍କାକୁ ସେ ତାଙ୍କ ପରିବାର ଓ ଗୋଟିଏ ଚର୍ଚ୍ଚ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି। ତେଣୁ ସେ କୋଟିପତି ହୋଇଥିବା ଖବରରେ କୌଣସି ସତ୍ୟତା ନାହିଁ। ତାଙ୍କ ସହ ଧୋକା ହୋଇଛି ବୋଲି ଜୋସୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲାପାନି ଅଞ୍ଚଳ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦିଆ ଯିବନି ଗୋଟେ ଇଞ୍ଚ ଜମି

କାଠମାଣ୍ଡୁ,୧୮।୧୧: ଭାରତ-ନେପାଳ-ତିବ୍ବତ ମଧ୍ୟରେ ଥିବା କାଲାପାନି ଟ୍ରାଇ ଜଙ୍କଶନ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଚେତାବନୀ...

ଡିଜିଟାଲ ରେପ୍‌: ବିପଦରେ ନାବାଳିକା

ନୂଆଦିଲ୍ଲୀ: ନୋଏଡା ସୁରଜପୁର ଜିଲା ସଲାରପୁର ଗ୍ରାମର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡିଜିଟାଲ ରେପ୍‌ ଅଭିଯୋଗରେ ସେସନ୍ସ କୋର୍ଟ ମଙ୍ଗଳବାର ଆଜୀବନ ଜେଲ ଦଣ୍ଡାଦେଶ...

ଜହର ହେଲାଣି ସମୁଦ୍ର ପାଣି

ସମୁଦ୍ରରେ ଥିବା ଉଦ୍ଭିଦ, ଜଳଜୀବ ଇତ୍ୟାଦି ସ୍ଥଳଭାଗରେ ବାସକରୁଥିବା ପ୍ରାଣୀଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାନ୍ତି। ଏହାଦ୍ୱାରା ସ୍ଥଳଭାଗ ଏବଂ ଜଳଭାଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ...

କରୋନା ମଲ୍‌

ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍‌ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍‌ କଭର...

ସହରର ରାସ୍ତାରେ ଦୌଡ଼ୁଛି ଗଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଘରକୁ ପିକନିକ ସ୍ପଟ କରିଛନ୍ତି ପ୍ରଦର୍ଶନକାରୀ

କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ବିଗିଡିଯାଇଥିବା ଆର୍ଥିକ ସ୍ଥିତିକୁ ନେଇ ଏବେ ସେଠାରେ ପ୍ରଦର୍ଶନକାରୀମାନେ ଉଗ୍ର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କ ସରକାରୀ ବାସଭବନ ‘ଟେମ୍ପଲ...

ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ

ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ...

କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ...

Advertisement
Archives

Model This Week