ଯୁବକଙ୍କୁ ପିଟିଥିଲେ ସ୍ବାମୀ-ସ୍ତ୍ରୀ: ଜଣାପଡ଼ିଲା ପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପରସାହିର ଭକ୍ତବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ(୨୮)ଙ୍କୁ ଗତ ବୁଧବାର ସାରେ ପଡୋଶୀ ଗାଁ ଆଙ୍କୁରା ଝାପାସାହିର ସୌମ୍ୟରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଗୁରୁବାର ସକାଳେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବାପା ଭକ୍ତବନ୍ଧୁ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ରବିବାର ପାଟଣା ପୋଲିସ ସୌମ୍ୟରଞ୍ଜନ ପାତ୍ର (୨୦) ଏବଂ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ସ୍ବାମୀ-ସ୍ତ୍ରୀ ବୁଧବାର ସନ୍ଧ୍ୟାରେ ଗଙ୍ଗାଧରଙ୍କ ହାତଗୋଡ ବାନ୍ଧି ଆକ୍ରମଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଏଏସ୍‌ଆଇ ଲକ୍ଷ୍ମଣ ମାଝି କହିଛନ୍ତି।

ପୋଲିସକୁ ସ୍ବାମୀ-ସ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଘଟଣାର ୧୦ରୁ ୧୨ଦିନ ତଳେ ବିଜୁଳି ଘରେ ଏକୁଟିଆ ଥିବା ବେଳେ ଗଙ୍ଗାଧର ଘରକୁ ଆସି ସମ୍ପର୍କ ରଖିବା ପାଇଁ କହିଥିଲେ। ହେଲେ ବିଜୁଳି ଏଥିରେ ରାଜି ନ ହେବାରୁ ଗଙ୍ଗାଧର ଚାଲିଯାଇଥିଲେ।

ଗତ ବୁଧବାର ସାରେ ଗଙ୍ଗାଧର ଅଙ୍କୁରା ଝପାସାହି ଛକ ଏକ ଗ୍ରୋଷରୀ ଦୋକାନ ସମ୍ମୁଖରେ ବିଜୁଳିଙ୍କୁ ଦେଖିବାକୁ ପାଇଥିଲେ। ପରେ ଗଙ୍ଗାଧର ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଘଟଣା ସଂକ୍ରାନ୍ତରେ ସେ ସ୍ବାମୀଙ୍କୁ ଜଣାଇଥିଲେ। ଏଥିରେ ସୌମ୍ୟରଞ୍ଜନ ଉତ୍‌କ୍ଷିପ୍ତ ହୋଇ ଗଙ୍ଗାଧରଙ୍କୁ ଘର ଅଗଣାକୁ ଘୋଷାଡି ଆଣି ବାନ୍ଧି ଦେଇଥିଲେ। ପରେ ସ୍ବାମୀ-ସ୍ତ୍ରୀ ଗଙ୍ଗାଧରଙ୍କୁ ନିସ୍ତୁକ ମାଡ଼ମାରି ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଜମଧାପୁରସ୍ଥିତ ପାଟଣା ସଂରକ୍ଷିତ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ପରେ ସୋମାନେ ମାଧାପୁର ସ୍କୁଲରେ ଆଶ୍ରୟ ନେଇଥିବା ବେଳେ ଖବର ପାଇ ପାଟଣା ପୋଲିସ ଶନିବାର ରାତିରେ ଚଢାଉ କରି ସେମାନଙ୍କୁ କାବୁ କରିଥିଲା।

ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ରବିବାର ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ ବୟାନ ରଖିଥିଲେ। ଏନେଇ ପାଟଣା ଥାନା ପୋଲିସ ଏକ ମାମାଲା(ନଂ.୧୭୫/୨୫) ରୁଜୁ କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?