Posted inଫୁରସତ

ପ୍ରେମିକାଙ୍କ ସହ ରୋମାଣ୍ଟିକ୍‌ ଡିନର୍‌ କଲେ ଯୁବକ, ବିଲ୍‌ ୧୮ ହଜାର ଆସିବାରୁ…

ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ପ୍ରେମୀ ଯୁଗଳ ରୋମାଣ୍ଟିକ୍‌ ଡେଟ୍‌ରେ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ଖାଦ୍ୟ ଖାଇବା ସହ ମଦ ମଧ୍ୟ ପିଇଥିଲେ। ଏହାର ବିଲ୍‌ ପାଖାପାଖି ୧୮ ହଜାର ଟଙ୍କା ଆସିଥିଲା। ଏହା ଜାଣିବା ପରେ ପ୍ରେମୀ ଯୁଗଳ ସେଠୁ ପଳାଇଥିଲେ। ରେଷ୍ଟୁରାଣ୍ଟ ମାଲିକ ଏହା ଜାଣିବା ପରେ ଫେସ୍‌ବୁକ୍‌ର ସହାୟତା ନେଇ ବିଲ୍‌ ସାର୍ବଜନୀନ କରିଥିଲେ। ଏହାର ସୂଚନା ପୋଲିସକୁ ମଧ୍ୟ ଦିଆଯାଇଥିଲା। ବ୍ରିଟେନ୍‌ର ନର୍ଥ ୟର୍କସାୟାର୍‌ରେ ଥିବା ‘ଦ ମିଲ୍‌’ ନାମକ ଏକ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଛି।
ପ୍ରେମିକା-ପ୍ରେମିକ ମିଶି ଥାଇ ଗ୍ରୀନ୍‌ କରି, ୪ ବୋତଲ ଓ୍ବାଇନ୍‌ ଏବଂ ଅନ୍ୟ ଜିନିଷ ସବୁ ଖାଇଥିଲେ। କିନ୍ତୁ ଏତେ ଟଙ୍କାର ବିଲ୍‌ ଆସିବା ପରେ ଉଭୟ ସେଠାରୁ ଲଚିକି ପଳାଇଥିଲେ। ରେଷ୍ଟୁରାଣ୍ଟ ପକ୍ଷରୁ ବିଲ୍‌ ସୋସିଆଲ ମିଡିଆରେ ସାର୍ବଜନୀନ କଲାପରେ ଜଣେ ଯୁବତୀ ଆସି ବିଲ୍‌ ଦେଇଥିଲେ। ଯାହାଜଣାପଡୁଛି ସମ୍ପୃକ୍ତ ଯୁବତୀ ଭାଲେଣ୍ଟାଇନ୍‌ ଡେ’ ନିଜ ପ୍ରେମିକଙ୍କ ସହ ସେଠାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବିଦ୍ୟାଙ୍କ ସାହିତ୍ୟ ପୃଥିବୀ

ଖୁବ୍‌ କମ୍‌ ବୟସରୁ କଲମର ଯାତ୍ରା ଆରମ୍ଭ କରିଥିବା ସାରସ୍ବତ ସାଧିକା ଜଣଙ୍କ ଆଜି ଜୀବନର ସାୟାହ୍ନରେ ଉପନୀତ ହୋଇ ମଧ୍ୟ ସୃଜନ କର୍ମରେ କାର୍ଯ୍ୟରତ।...

କେକ୍‌ କୌତୁକ

ବହୁଦିନ ତଳର କଥା। ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି। ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ...

ମୋବାଇଲ୍‌ ଆପ୍‌ କରୋନା ସମ୍ପର୍କରେ ୧୦୦ମିଟର ଦୂରରୁ କରୁଛି ସଚେତନ: ପ୍ରତି ଘଣ୍ଟାରେ ୨୦ ହଜାର ଡାଉନଲୋଡ୍‌

ସିଓଲ୍‌,୫।୩: କରୋନା ସଂକ୍ରମଣ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ୍‌ ଆପ୍‌ ତିଆରି...

ବିଶ୍ୱର ପ୍ରଥମ କରୋନା ପଜିଟିଭ୍‌ ଥିଲେ ଜଣେ ମହିଳା, ବର୍ତ୍ତମାନ ଅଛନ୍ତି ସୁସ୍ଥ

ବେଜିଂ: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ସେଥିମଧ୍ୟରୁ ଇଟାଲୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ...

୬ ଗୃହପାଳିତ ପ୍ରାଣୀଙ୍କ ଲାଗି ୯ ଲକ୍ଷ ୬୦ ହଜାରରେ ବିମାନ ବୁକ୍‌ କଲେ ମାଲିକ

ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଜଣେ ମାଲିକ ନିଜ ଗୃହପାଳିତ ପ୍ରାଣୀଙ୍କୁ ଦିଲ୍ଲୀରୁ ମୁମ୍ବାଇ ଆଣିବା ଲାଗି ୯...

ଗୋଇଠିରେ ଫୁଟ୍‌ବଲ

ନୂଆଦିଲ୍ଲୀ: ଫୁଟବଲ୍‌ ଖେଳର ବିଭିନ୍ନ କୌଶଳକୁ ଆପଣାଇ ବେଳେବେଳେ ଲୋକେ ଚର୍ଚ୍ଚିତ ହୋଇଥାନ୍ତି। ତେବେ ଫୁଟବଲକୁ ନିଜ ଗୋଇଠିରେ ଚଲାଇବାର ଏକ ସ୍ବତନ୍ତ୍ର ତଥା ଅଦ୍ଭୁତ...

ଯେଉଁଠି ପଞ୍ଜୁରିରେ ରୁହନ୍ତି ମଣିଷ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ…...

୩୦ ବର୍ଷ ଧରି ଟଏଲେଟରେ ତିଆରି ହେଉଥିଲା ସିଙ୍ଗଡ଼ା, ଆଉ ତା’ ପରେ…

ସାଉଦି ଆରବ,୨୭।୪: ୩୦ ବର୍ଷ ଧରି ଶୌଚାଳୟ (ଟଏଲେଟ)ରେ ସିଙ୍ଗଡ଼ା ତିଆରି କରାଯାଉଥିଲା। ପରେ ଏହା ଜଣାପଡ଼ିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ଚଢ଼ାଉ କରି ସିଲ୍‌...

Advertisement
Archives

Model This Week