ମମିତା ମିଷ୍ଟ୍ରି : ଷ୍ଟାଡିୟମ ଖୋଳୁ ଖୋଳୁ ମିଳିଲା ପୋଡ଼ା ମୃତଦେହ

ଭବାନୀପାଟଣା,୧୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣା ଏବେ ନୂଆମୋଡ଼ ନେଇଛି। କୌଣସି ଖବରପାଇ ପୋଲିସ ମଙ୍ଗଳବାର ସକାଳେ ସ୍କୁଲ ଷ୍ଟାଡିୟମରେ ଖୋଜାଖୋଜି ଆରମ୍ଭ କରିଥିଲା। ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା ବେଳେ ମାତ୍ର ୩ ଘଣ୍ଟା ପରେ ୮-୧୦ ଫୁଟ ତଳୁ ଏକ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ଉକ୍ତ ସ୍ଥାନକୁ ପୋଲିସ ଚାରିପଟୁ ସିଲ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସ୍‌ଲେଟ, ମୁଦି ଆଦି ସାମଗ୍ରୀ ଜବତ ହୋଇଛି। ଏହା ମମିତାଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି। ଘଟଣାସ୍ଥଳରେ ମମିତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ ପୋଲିସ ତରଫରୁ ସେମାନଙ୍କୁ କୌଣସି ସହଯୋଗ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପରିବାର ଲୋକଙ୍କୁ ମୃତଦେହ କିମ୍ବା ସେଠାରୁ ମିଳିଥିବା କୌଣସି ସାମଗ୍ରୀ ଦେଖାଯାଇ ନ ଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ବାପା। ପୋଲିସ ନିକଟରୁ ସେମାନଙ୍କୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ମୃତଦେହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାହାର ଡିଏନଏ ଟେଷ୍ଟ ହେବ ବୋଲି ବଲାଙ୍ଗୀର ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ସୋମବାରଠାରୁ ଫେରାର ହୋଇଯାଇଥିବା ବେଳେ ମଙ୍ଗଳବାର ପୋଲିସ ତାଙ୍କ କାର୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନ ରଖିବାକୁ ସମରସଜ୍ଜା

ଢେଙ୍କାନାଳ ଅଫିସ, ୧୮ା୩-ପାଖେଇ ଆସୁଛି ପୌର ନିର୍ବାଚନ। କମ୍ପୁଛି ପ୍ରଚାର ମଇଦାନ। ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି ଚଳାଇଥିବାବେଳେ ସରଗରମ...

ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ: ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ କର୍ମୀଙ୍କୁ ପରାମର୍ଶ

ସେମିଳିଗୁଡ଼ା,୨୬।୧୨(ସ୍ବ.ପ୍ର.) : କୋରାପୁଟ ଜିଲା ସେମିଳିଗୁଡ଼ାର ଦାମନଯୋଡ଼ି ଛକ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବିଜୁ ଜନତା ଦଳ ପକ୍ଷରୁ ପଟ୍ଟାଙ୍ଗି ନିର୍ବାଚନ...

ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ...

୧୫ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାର ଭାଲିଆବାଡିରେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ଚଢ଼ାଉ କରି ୧୫ ଗ୍ରାମ ବ୍ରାଉନସୁଗାର...

ଶୂନ ରେଜଲ୍ଟ ପାଇଁ ନୋଟିସ୍‌

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇ ସାରିଛି। ଏଥିରେ ପାସ୍‌ ହାର କମିଥିବା ବେଳେ...

ବାମରାରେ ରେଳରୋକୋ: ଆରପିଏଫ୍‌ ପକ୍ଷରୁ କୁଚିଣ୍ଡା ବିଧାୟକଙ୍କୁ ସମନ

ସମ୍ବଲପୁର,୧୬।୧୦ (ବ୍ୟୁରୋ): ଫସଲ ବୀମା ଓ ବିଭିନ୍ନ ଦାବି ନେଇ ବାମରା ଷ୍ଟେଶନରେ ଚାଷୀମାନେ ରେଳରୋକୋ କରିଥିଲେ । ଏହାକୁ ନେଇ ବାମରା ରେଳ ଷ୍ଟେଶନ...

ଜବରଦଖଲକୁ ବିରୋଧ, ରାସ୍ତାକୁ ଓହ୍ଲାଇବେ ୫୦୦ ପରିବାର

ଭୁବନେଶ୍ୱର, ୬ା୨(ବ୍ୟୁରୋ): ପାଇକନଗରରେ ଚାଲିଥିବା ଜମି ବିବାଦ ଘଟଣାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ୫୦୦ରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ସରକାରୀ ଜମି ଉପରେ ନିର୍ଭର...

ମାଛ ବଜାର ଭିଡ କମାଇବାକୁ ମାର୍କିଂ କଲା ପୋଲିସ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୨୧ଦିନିଆ ଲକ୍‌ ଡାଉନ୍‌ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲା ଓ ସହରରେ...

Advertisement
Archives

Model This Week